/odisha-reporter/media/post_attachments/uploadimage/library/16_9/16_9_0/Dead_Body_1681368679.jpg)
Dead Body
ଚେନ୍ନାଇ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି)ର ଏକ ହଷ୍ଟେଲରୁ ଜଣେ ଛାତ୍ରଙ୍କ ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
Advertisment
ମୃତ ଛାତ୍ରଙ୍କ ଘର ମହାରାଷ୍ଟ୍ରରେ। ସେ କେମିକାଲ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ ବୋଲି ପୁଲିସ କହିଛି।
ଯଦି ତଦନ୍ତ ପରେ ଏହା ଆତ୍ମହତ୍ୟା ବୋଲି ଜଣାପଡ଼େ, ତା’ହେଲେ ଚଳିତ ବର୍ଷ ଆଇଆଇଟି ମାଡ୍ରାସରେ ଏହା ହେବ ଚତୁର୍ଥ ଆତ୍ମହତ୍ୟା ଘଟଣା।
Advertisment
ଚଳିତ ମାସରେ ଆଇଆଇଟି ମାଡ୍ରାସରେ ଜଣେ ୩୨ ବର୍ଷୀୟ ପିଏଚ୍ଡି ଛାତ୍ର ତାଙ୍କ ରୁମରେ ଆତ୍ମହତ୍ୟା କରିଥିଲେ। ସେ ପଶ୍ଚିମବଙ୍ଗର ବାସିନ୍ଦା ଥିଲେ।
ତା’ପୂର୍ବରୁ ଗତ ମାର୍ଚ୍ଚରେ ଆଇଆଇଟି ମାଡ୍ରାସ କ୍ୟାମ୍ପସ ପରିସରରେ ଜଣେ ତୃତୀୟ ବର୍ଷର ଛାତ୍ର ଆତ୍ମହତ୍ୟା କରିଥିଲେ। ସେ ଆନ୍ଧ୍ରପ୍ରଦେଶର ବାସିନ୍ଦା ଥିଲେ। ସେହିପରି ଗତ ଫେବ୍ରୁଆରୀ ଜଣେ ରିସର୍ଚ୍ଚ ସ୍କୋଲାର ଆତ୍ମହତ୍ୟା କରିଥିଲେ। ସେ ମହାରାଷ୍ଟ୍ରର ବାସିନ୍ଦା ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
