Advertisment

ତାଜମହଲ ନିକଟରୁ ମିଳିଲା ଯୁବତୀଙ୍କ ମୃତଦେହ, ବଳାତ୍କାର ପରେ ହତ୍ୟା ସନ୍ଦେହ

ପ୍ରେମର ପ୍ରତୀକ ତାଜମହଲ ନିକଟରୁ ମିଳିଛି ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ। ଯୁବତୀଙ୍କ ପରିଚୟ ମିଳି ନ ଥିବା ବେଳେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

author-image
Niharika Rout
Tajmahal & DeadBody

Tajmahal & DeadBody

ପ୍ରେମର ପ୍ରତୀକ ତାଜମହଲ ନିକଟରୁ ମିଳିଛି ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ। ଯୁବତୀଙ୍କ ପରିଚୟ ମିଳି ନ ଥିବା ବେଳେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Advertisment

ତାଜମହଲ ନିକଟ ତାଜଗଞ୍ଜ କ୍ଷେତ୍ର ନିକଟରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ନେଇ ପୁଲିସ୍‌କୁ ପ୍ରଥମେ ସୂଚନା ମିଳିଥିଲା। କିଛି ଲୋକେ ନମାଜ ପାଠ କରିବାକୁ ସେଠାରେ ପହଞ୍ଚିଥିବା ବେଳେ ସେମାନେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ରକ୍ତାକ୍ତ ମୃତଦେହ ଦେଖିଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍‌କୁ ସୂଚନା ଦେଇଥିଲେ।

ପୁଲିସ୍‌ ସୂଚନା ମୁତାବକ ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ମୁହଁକୁ ଛେଚି ଦିଆଯାଇଛି। ବଳାତ୍କାର ପରେ ତାଙ୍କ ଚିହ୍ନଟ ଯେପରି ନ ହୋଇ ପାରିବ ସେଥିନିମନ୍ତେ ମୁହଁକୁ ଛେଚି ଦିଆଯାଇଥିବା ପୁଲିସ୍‌ ଅନୁମାନ କରୁଛି।

Advertisment

ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଯୁବତୀଙ୍କ ପରିଚୟ ଜାଣିବା ପାଇଁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

Uttar Pradesh Deadbody Taj Mahal Rape And Murder