Advertisment

ଆମେରିକାରୁ ମୁମ୍ବାଇ ଆସିଥିଲେ ବୃଦ୍ଧ, ହୋଟେଲରୁ ମିଳିଲା ମୃତଦେହ

ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମେରିକୀୟ ନାଗରିକଜଣକ ୯ ମାର୍ଚ୍ଚକୁ ମୁମ୍ବାଇ ଆସିଥିଲେ ଓ ୧୪ ମାର୍ଚ୍ଚରେ ସେ ନିଜ ଦେଶକୁ ଫେରି ଯାଇଥାନ୍ତେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ।

author-image
Niharika Rout
Dead Body

Dead Body

ଏକ ବୈଠକରେ ଯୋଗ ଦେବାକୁ ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିଲେ ଭାରତ । ଏଠାରେ ନିଜ କାମ ସାରି ପୁଣି ସ୍ୱଦେଶ ଫେରି ଯାଇଥାନ୍ତେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ। ହୋଟେଲ ରୁମ୍‌ରେ ହିଁ ଆଖି ବୁଜିଦେଲେ ୬୨ ବର୍ଷୀୟ ଆମେରିକୀୟ ନାଗରିକ । ଏପରି ଏକ ଘଟଣା ମୁମ୍ବାଇରେ ଘଟିଛି।

Advertisment

ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମେରିକୀୟ ନାଗରିକଜଣକ ୯ ମାର୍ଚ୍ଚକୁ ମୁମ୍ବାଇ ଆସିଥିଲେ ଓ ୧୪ ମାର୍ଚ୍ଚରେ ସେ ନିଜ ଦେଶକୁ ଫେରି ଯାଇଥାନ୍ତେ। କିନ୍ତୁ ମଙ୍ଗଳବାର ସକାଳେ ବୃଦ୍ଧଜଣକ ରହୁଥିବା ରୁମ୍‌ର କବାଟ ଖୋଲୁ ନ ଥିବା ନେଇ ପୁଲିସ୍‌କୁ କଲ୍‌ ଆସିଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶିଥିଲା। ଏହାପରେ ବୃଦ୍ଧଜଣକ ଅଚେତ ଅବସ୍ଥାରେ ବେଡ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

Advertisment

ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ସ୍ୱାଭାବିକ ଭାବେ ହୋଇଥିବା ପୁଲିସ୍‌ ପ୍ରକାଶ କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମନାକୁ ଆସିବ ବୋଲି ପୁଲିସ୍‌ କହିଛି।

Mumbai USA