/odisha-reporter/media/post_attachments/uploadimage/library/16_9/16_9_0/Kanchan_1749711539.jpg)
Kanchan
ପଞ୍ଜାବର ଜଣେ ସୋଶାଲ ମିଡିଆ ଇନ୍ଫ୍ଲ୍ୟୁଏନ୍ସରଙ୍କ ମୃତଦେହ କାର ଭିତରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। କାର୍ଟି ବଠିଣ୍ଡା ସହର ସ୍ଥିତ ଆଦେଶ ମେଡିକାଲ କଲେଜରେ ପାର୍କ ହୋଇଥିଲା। ପାର୍କିଂ କାର ଭିତରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।
ମୃତ ସୋଶାଲ ମିଡିଆ ଇନ୍ଫ୍ଲ୍ୟୁଏନ୍ସରଙ୍କ ନାଁ କାଞ୍ଚନ। ସେ କମଳା ନାଁରେ ମଧ୍ୟ ପରିଚିତ। ତାଙ୍କ ଘର ଲୁଧିଆନାର ଲକ୍ଷ୍ମଣ ନଗରରେ। ଯେଉଁ କାରରୁ କାଞ୍ଚନଙ୍କ ମୃତଦେହ ମିଳିଛି, ତାହା ତାଙ୍କ ନାଁରେ ପଞ୍ଜୀକୃତ ହୋଇଛି।
ସୋଶାଲ ମିଡିଆରେ କାଞ୍ଚନଙ୍କର ଭଲ ଉପସ୍ଥିତି ରହିଥିଲା। ତାଙ୍କୁ ନେଇ ଅନେକ ବିବାଦ ମଧ୍ୟ ଦେଖାଯାଇଥିଲା।
ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କାଞ୍ଚନଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇପାରିବ।
ଅନ୍ୟପକ୍ଷରେ ପୁଲିସ ଘଟଣାର ତଦନ୍ତ କରୁଛି। କାର୍ଟି ସେଠାକୁ କେମିତି ଆସିଲା। କେହି କାର ଆଣି ସେଠାରେ ଛାଡ଼ିଥିଲେ ନା କାଞ୍ଚନ ନିଜେ ସେଠାକୁ ଆସିଥିଲେ? କାଞ୍ଚନ କ’ଣ ଆଦେଶ ମେଡିକାଲ କଲେଜକୁ ଆସିଥିଲେ? ଯଦି ସେଠାକୁ ଆସିଥିଲେ, ତା’ହେଲେ କ’ଣ ପାଇଁ? କାଞ୍ଚନ ଏକା ଆସିଥିଲେ ନା ତାଙ୍କ ସହିତ ଆଉ କେହି ଥିଲେ? ଏମିତି ଅନେକ ପ୍ରଶ୍ନକୁ ନେଇ ପୁଲିସ ତା’ର ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
