Advertisment

ସରିଲା ଡେଡ୍‌ ଲାଇନ୍‌, ପ୍ରମାଣପତ୍ର ଦାଖଲ କରିପାରିଲେନି IAS ପୂଜା

ନିଜ ପଦବୀର ଅପବ୍ୟବହାର ତଥା ମହାରାଷ୍ଟ୍ରରେ ନକଲି ଓବିସି ପ୍ରମାଣପତ୍ର ଜମା କରି ଚାକିରି ପାଇଥିବା ନେଇ ପୂଜା ଖେଡକରଙ୍କ ନାଁରେ ଅଭିଯୋଗ ହୋଇଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
pooja-khedkar

pooja-khedkar

ବଢ଼ିଲା ଟ୍ରେନି ଆଏଏଏସ୍‌ ପୂଜା ଖେଡକରଙ୍କ ସମସ୍ୟା। ସେ ନିଖୋଜ ହୋଇଯାଇଛନ୍ତି। ଡେଡ୍‌ ଲାଇନ୍‌ ସରିଥିଲେ ସୁଦ୍ଧା ସେ ପ୍ରମାଣପତ୍ର ଦାଖଲ କରିପାରି ନାହାନ୍ତି।

Advertisment

ନିଜ ପଦବୀର ଅପବ୍ୟବହାର ତଥା ମହାରାଷ୍ଟ୍ରରେ ନକଲି ଓବିସି ପ୍ରମାଣପତ୍ର ଜମା କରି ଚାକିରି ପାଇଥିବା ନେଇ ପୂଜା ଖେଡକରଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହାପରେ ଉତ୍ତରାଖଣ୍ଡର ମୁସୁରି ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ (LBSNAA) ତାଙ୍କୁ ପୁନର୍ବାର ଡାକି ପ୍ରମାଣପତ୍ର ଦାଖଲ କରିବାକୁ ଜୁଲାଇ ୨୩ ପର୍ଯ୍ୟନ୍ତ ସମୟ ଦେଇଥିଲା। ତେବେ ମଙ୍ଗଳବାର ଏହି ଡେଡ୍‌ଲାଇନ୍‌ ସରିଥିଲେ ସୁଦ୍ଧା ପୂଜା ଏକାଡେମୀରେ ପହଞ୍ଚି ନାହାନ୍ତି କି ପ୍ରମାଣପତ୍ର ଦାଖଲ କରିନାହାନ୍ତି। କେବଳ ସେତିକି ନୁହେଁ ତାଙ୍କ ଫୋନ୍‌ ମଧ୍ୟ ବନ୍ଦ ଅଛି।

ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ବିରୋଧରେ ୟୁପିଏସସି ଏକ ମାମଲା ରୁଜୁ କରିଛି। ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ କରାଯାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ତାଙ୍କ ଟ୍ରେନିଂ ବାତିଲ କରିଥିଲେ।

Advertisment

ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ଟ୍ରେନି ଆଇଏଏସ ପୂଜା ମନୋରମା ଦିଲୀପ ଖେଡକରଙ୍କ ଜାଲିଆତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲା। ଏହି ତଦନ୍ତରୁ ଜଣାପଡିଥିଲା ଯେ, ଆଇଏଏସ୍ ନିଜ ନାମ, ବାପାଙ୍କ ନାମ ଓ ମା’ଙ୍କ ନାମ, ଫଟୋ/ଦସ୍ତଖତ, ମେଲ୍ ଆଇଡି, ମୋବାଇଲ ନମ୍ବର ଓ ଠିକଣା ବଦଳାଇ ପରୀକ୍ଷା ନିୟମ ଅନୁଯାୟୀ ସଂରକ୍ଷଣର ଫାଇଦା ଉଠାଇଥିଲେ। ଏହା ପରେ ୟୁପିଏସସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। କେବଳ ସେତିକି ନୁହେଁ ତାଙ୍କ ବିରୋଧରେ ପୁଲିସ ଏଫ୍‌ଆଇର୍‌ ମଧ୍ୟ ରୁଜୁ କରିଛି।

Maharashtra IAS Puja Khedkar IAS Training Academy