Advertisment

ପରୀକ୍ଷା କେନ୍ଦ୍ରରେ ମାଜିଷ୍ଟ୍ରେଟଙ୍କୁ ନିର୍ଧୁମ ପିଟିଲେ ପିଲା

ସେକେଣ୍ଡ ଫେଜ ପରୀକ୍ଷା ସରିବା ପରେ ୧୪ରୁ ୧୫ ଛାତ୍ର ମାଜିଷ୍ଟ୍ରେଟ୍‌ଙ୍କ ଉପରେ ମରଣାନ୍ତ ଆକ୍ରମଣ କରିଥିଲେ।

author-image
Madhupriya Mistry
Exam

Exam

ମାଜିଷ୍ଟ୍ରେଟ୍‌ଙ୍କ ଉପରେ ମରଣାନ୍ତକ ଆକ୍ରମଣ। ବର୍ଷିଲା ଲାତ ଗୋଇଠା। କେବଳ ସେତିକି ନୁହେଁ ଲାଠି ଚାର୍ଜ ମଧ୍ୟ ହେଲା। ପରୀକ୍ଷା କେନ୍ଦ୍ରରେ ପିଲାମାନେ ମିଶି ମାଜିଷ୍ଟ୍ରେଟ୍‌ଙ୍କୁ ମାଡ ମାରିଛନ୍ତି। ଏଭଳି କିଛି ଘଟଣା ଘଟିଛି ବିହାରର ବାଙ୍କା ଜିଲ୍ଲାରେ।

Advertisment

ବିହାର ବାଙ୍କା ଜିଲ୍ଲାର ହରିହର ଚୌଧୁରୀ ଇଣ୍ଟର କଲେଜ ପରୀକ୍ଷା କେନ୍ଦ୍ର। ଏହି ପରୀକ୍ଷା କେନ୍ଦ୍ରରେ ଅମରପୁରର ମାଜିଷ୍ଟ୍ରେଟ୍‌ ପଙ୍କଜ କୁମାର ଜୟସଓ୍ୱାଲ ନିୟୋଜିତ ଥିଲେ। ସୋମବାର ସେକେଣ୍ଡ ଫେଜ ପରୀକ୍ଷା ସରିବା ପରେ ୧୪ରୁ ୧୫ ଛାତ୍ର ମାଜିଷ୍ଟ୍ରେଟ୍‌ଙ୍କ ଉପରେ ମରଣାନ୍ତ ଆକ୍ରମଣ କରିଥିଲେ। ଏହାପରେ ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ। ଏଥିରେ ମାଜିଷ୍ଟ୍ରେଟ୍‌ ଗୁରୁତର ହୋଇଛନ୍ତି ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ପ୍ରଥମେ ଭାଗଲପୁରର ଓ ପରେ ମାୟାଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ଫାଟିବା ସହ ମୁହଁରେ ଗଭୀର ଆଘାତ ଲାଗିଛି।

ମାଜିଷ୍ଟ୍ରେଟ୍‌ଙ୍କ କହିବା ମୁତାବକ, ପରୀକ୍ଷା ସରିବା ପରେ ସମସ୍ତ ଶିକ୍ଷକ ଓ ପୁଲିସ କର୍ମଚାରୀ ଚାଲିଯାଇଥିଲେ। କିନ୍ତୁ ହାଇସ୍କୁଲ ଗେଟ୍‌ ବାହାରେ ୧୫ରୁ ୨୦ ଛାତ୍ର ଲାଠି ଧରି ଠିଆ ହୋଇଥିଲେ। ସେମାନଙ୍କୁ ଘରୁକୁ ଯିବାକୁ ପଙ୍କଜ କୁମାର କହିଥିଲେ। କିନ୍ତୁ ସେମାନେ ସମସ୍ତ ମିଶି ତାଙ୍କୁ ଆକ୍ରମଣ କରିଥିଲେ। ଜୟପୁର କଟୋରିଆର ଛାତ୍ର ରାଜୁଲ ଅଂସାରୀ ଓ ତା'ସାଙ୍ଗମାନେ ମିଶି ତାଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି। ମାଜିଷ୍ଟ୍ରେଟ୍‌ଙ୍କ ବୟାନ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Advertisment
Students