Advertisment

‘ମୁଁ ଆଉ ପାରୁନି ବୋଉ, ମୋତେ କ୍ଷମା କରିଦେବୁ.....’; ଜୀବନ ହାରିଲେ ୧୬ ବର୍ଷୀୟ ଛାତ୍ର

ପାଠପଢ଼ା ଭୋର ୫ଟାରୁ ଆରମ୍ଭ ହୋଇ ରାତି ୧୦ଟା ଯାଏ ଚାଲେ। କେବଳ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ପାଇଁ କିଛି ସମୟର ବୀରତି ମିଳେ। ରାତି ୧୦ଟାରେ କ୍ଲାସ ଶେଷ ହେବା ପରେ ମଧ୍ୟରାତ୍ର ଯାଏ ସେମାନେ ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ ମଧ୍ୟ କରନ୍ତି।

Suicide

Suicide

Advertisment

“ଏଠାରେ ଚାପ ବହୁତ ଅଧିକ। ମୁଁ ଆଉ ପାଠପଢ଼ାର ଚାପ ସହିପାରୁନି ବୋଉ। ତେଣୁ ବାଧ୍ୟ ହୋଇ ଏପରି ଭୁଲ ତଥା ଚରମ ପଦକ୍ଷେପ ନେଉଛି। ପାରିବ ଯଦି ମୋତେ ସମସ୍ତେ କ୍ଷମା କରିଦେବ।” ଏମିତି କିଛି ଲେଖି ଜୀବନ ହାରିଛନ୍ତି ଜଣେ ୧୬ ବର୍ଷୀୟ ଛାତ୍ର। ମଙ୍ଗଳବାର ସନ୍ଧ୍ୟାରେ ପ୍ରାୟ ବର୍ଷକ ତଳେ ହାଇଦ୍ରାବାଦର ଗୋଟିଏ ଆବାସିକ କଲେଜରେ ଯୋଗଦେଇ ଥିବା ଏହି ଛାତ୍ର ଜଣଙ୍କ ତାଙ୍କ ବାପାଙ୍କୁ ଫୋନ କରିଥିଲା।

Advertisment

କଲେଜରେ ପାଠପଢ଼ାର ଚାପ ଅଧିକ ଥିବାରୁ ସେ କାନ୍ଦି ପକାଇଥିଲେ। ଏପରି କି ସାହାଯ୍ୟ ମାଗିଥିଲେ। ପୁଅର ବିକଳ କଥା ଶୁଣି ବାପା ମଧ୍ୟ ହଷ୍ଟେଲ ଆସିଥିଲେ ଓ କିଛି ମେଡିସିନ ଦେଇ ବୁଝାସୁଝା କରି ଚାଲି ଯାଇଥିଲେ। 

ଏହାର ପ୍ରାୟ ଘଣ୍ଟାଏ ପରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରଙ୍କ ଝୁଲନ୍ତା ମୃତଦେହ ଗୋଟିଏ କ୍ଲାସରୁମ ଭିତରୁ ମିଳିଥିଲା। ହାଇଦ୍ରାବାଦର ନରସିଙ୍ଗି ନିକଟରେ ଥିବା ଜୁନିୟର କଲେଜର କ୍ଲାସରୁମ ଭିତରୁ ମୃତଦେହ ମିଳିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି।

Advertisment

ସବୁ ଦିନ ଭଳି ଆଇଆଇଟି ଆଶାୟୀମାନେ ରାତି ୧୦ଟା ଯାଏ ପାଠ ପଢ଼ିଥିଲେ। ପାଠପଢ଼ା ସରିବା ପରେ ସେମାନେ ଯେତେବେଳେ ହଷ୍ଟେଲ ରୁମକୁ ବାହାରିଥିଲେ ସେତେବେଳେ ୧୬ ବର୍ଷୀୟ ଛାତ୍ର ଜଣଙ୍କ ନିଖୋଜ ଥିବା ଜଣାପଡ଼ିଥିଲା। ତାଙ୍କ ସାଙ୍ଗମାନେ ୱାର୍ଡେନଙ୍କୁ ଏ ସମ୍ପର୍କରେ ଖବର ଦେବା ସହ ଖୋଜାଖୋଜି ଆରମ୍ଭ କରିଥିଲେ।

ଏହି ସମୟରେ ଗୋଟିଏ କ୍ଲାସରୁମ ଭିତରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତୁରନ୍ତ ସାଙ୍ଗମାନେ ତାଙ୍କୁ ହସ୍ପିଟାଲ ନେଇଥିଲେ। ଏହି ସମୟରେ ସେମାନଙ୍କୁ କୌଣସି କଲେଜ କର୍ତ୍ତୃପକ୍ଷ ସହଯୋଗ କରି ନଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ଉକ୍ତ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପ୍ରଚାର ହେବା ପରେ କଲେଜ ପକ୍ଷରୁ ସବୁ ଶିକ୍ଷାର୍ଥୀଙ୍କୁ ରାତି ୪ଟାରେ ଘରକୁ ଦୁଇ ଦିନ ପାଇଁ ପଠାଇ ଦିଆଯାଇଛି। ପ୍ରାଣ ହରାଇଥିବା ଛାତ୍ରଙ୍କ ଠାରୁ ମିଳିଥିବା ସୁଇସାଇଡ ନୋଟକୁ ତାଙ୍କ ସାଙ୍ଗମାନେ ପୁଲିସ୍‌କୁ ଦେଇଛନ୍ତି।

ଏଥିରେ ସେ ଲେଖିଛନ୍ତି ଯେ “ଆମ୍ମା, ମୁଁ ଏସବୁକୁ ଆଉ ସହି ପାରୁନି। ସେଥିପାଇଁ ମୁଁ ଏହି ଭୁଲ ପଦକ୍ଷେପ ନେଉଛି। ଦୟା କରି ମୋତେ କ୍ଷମା କରିଦେବ। ମୁଁ ଯେଉଁ ଯନ୍ତ୍ରଣା ସହିଛି, ଆଉ କାହାକୁ ସେମିତି ନ ମିଳୁ। ଯନ୍ତ୍ରଣା ଦେଉଥିବା ଲୋକମାନେ ଯେମିତି ଦଣ୍ଡ ପାଇବେ, ସେକଥା ନିଶ୍ଚିତ କରିବେ।” ଏହି ସୁଇସାଇଡ ନୋଟରେ ସେ ତାଙ୍କ ବାପା ମା’, ବଡ଼ ଭାଇ ଓ ସାଙ୍ଗମାନଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, “ଏପରି ଏକ ପରିସ୍ଥିତିରେ ଆପଣମାନଙ୍କୁ ପକାଇଥିବାରୁ ମୁଁ କ୍ଷମା ମାଗୁଛି। ଭାଇ ତୁମେ ବୋଉର ଯତ୍ନ ନେବ। ସେ ଯେମିତି ମୋ ଅନୁପସ୍ଥିତି ଅନୁଭବ ନ କରିବ, ତା’ର ବ୍ୟବସ୍ଥା କରିବ।”

ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ବନ୍ଧୁମାନେ କହିଛନ୍ତି ଯେ ସେ ବହୁତ ଚାପରେ ରହୁଥିଲେ ଓ ସମସ୍ତଙ୍କ ଠାରୁ ଦୂରତା ଅବଲମ୍ବନ କରୁଥିଲେ। ସାଙ୍ଗମାନେ କହିଛନ୍ତି, “ଆତ୍ମହତ୍ୟା ପଛର ମୁଖ୍ୟ କାରଣ ହେଲା ତାଙ୍କ ଉପରେ ପଡ଼ୁଥିବା ଚାପ। ଅଧିକ ମାର୍କ ରଖିବା ଆଶାରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା। କିଛି ଦିନ ହେଲା ସେ ମାନସିକ ଅବସାଦ ମଧ୍ୟରେ ରହୁଥିଲେ ଓ ଆମ ସହ ମିଶୁ ନଥିଲେ। ଆଜି ଯାହା ବି ଘଟିଲା, ସେଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଚାପ ହିଁ ଦାୟୀ।”

ପିଲାଟିକୁ ମାଡ଼ ମରାଯିବା ସହ ସର୍ବସମ୍ମୁଖରେ ଅପମାନିତ କରାଯାଇଥିବା ପ୍ରମାଣ ମଧ୍ୟ ମିଳିଛି। କଲେଜରେ ଆଇଆଇଟି ପାଇଁ କୋଚିଂ ଦିଆଯାଏ। ଏଥିପାଇଁ ପିଲାମାନଙ୍କ ଉପରେ ଅତିରିକ୍ତ ଚାପ ପକାଯାଉଥିବା ଜଣାପଡ଼ିଛି। ଶିକ୍ଷାର୍ଥୀମାନେ କହିଛନ୍ତି ଯେ ସେମାନଙ୍କ ପାଠପଢ଼ା ଭୋର ୫ଟାରୁ ଆରମ୍ଭ ହୋଇ ରାତି ୧୦ଟା ଯାଏ ଚାଲେ।

କେବଳ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ପାଇଁ କିଛି ସମୟର ବୀରତି ମିଳେ। ରାତି ୧୦ଟାରେ କ୍ଲାସ ଶେଷ ହେବା ପରେ ମଧ୍ୟରାତ୍ର ଯାଏ ସେମାନେ ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ ମଧ୍ୟ କରନ୍ତି। ଯେଉଁମାନେ ଟ୍ୟାକ୍ସ ନ କରନ୍ତି, ସେମାନଙ୍କୁ ସର୍ବସମ୍ମୁଖରେ ଅପମାନିତ କରାଯାଏ। ଏପରି କି ଜାତି ଆଧାରରେ ଗ୍ରେଡ ମଧ୍ୟ ଦିଆଯାଏ ବୋଲି ଅଭିଯୋଗ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୬ ବର୍ଷୀୟ ଛାତ୍ରଙ୍କ ପରିବାର ଲୋକଙ୍କୁ ମୃତ୍ୟୁ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ପୂର୍ବରୁ ତାଙ୍କ ସାଙ୍ଗମାନେ ହଁ ଖବର ଦେଇଥିଲେ। ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Students Sucide Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe