Advertisment

ରାତି ସାରା ଷ୍ଟୋଭ୍‌ରେ ବସିଥିଲା ଛୋଲେ, ସକାଳୁ ଚାଲିଗଲା ଦୁଇ ଜୀବନ

ଶ୍ୱାସରୁଦ୍ଧ ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Death By Chhole

Death By Chhole

Advertisment

ଛୋଲେ ଭଟୁରେ ଷ୍ଟଲ୍‌ ପାଇଁ ରାତିରେ ଚାଲିଥିଲା ପ୍ରସ୍ତୁତି। ଷ୍ଟୋଭ ଉପରେ ବସିଥିଲା ଛୋଲେ। ତେବେ ଏତିକି ବେଳେ ଲାଗିଗଲା ଆଖି, ମାଡ଼ି ଆସିଲା ନିଦ। ଫଳରେ ରାତି ସାରା ଜଳିଲା ଷ୍ଟୋଭ୍‌। ଆଉ ସକାଳୁ ଚାଲିଗଲା ଦୁଇ ଯୁବକଙ୍କ ଜୀବନ। ଏଭଳି କିଛି ଅଭାବନୀ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ନୋଏଡାରୁ।

Advertisment

ଏଠାରେ ଦୁଇ ଜଣ ଯୁବକଙ୍କ ଶ୍ୱାସରୁଦ୍ଧ ହେବା ଯୋଗୁ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ୨୨ ବର୍ଷୀୟ ଉପେନ୍ଦ୍ର ଓ ୨୩ ବର୍ଷୀୟ ଶୁଭମ। ଏ ଦୁହେଁ ନୋଏଡାର ସେକ୍ଟର ୭୦ ସ୍ଥିତ ବସଇ ଗାଁରେ ଭଡ଼ାରେ ରହୁଥିଲେ। ଦୁହିଁଙ୍କ ଏକ ଷ୍ଟଲ୍‌ ଥିଲା, ଯେଉଁଠାରେ ସେମାନେ ଛୋଲେ କୁଲଚେ ଓ ଭଟୁରେ ବିକ୍ରି କରୁଥିଲେ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଉଭୟ ଯୁବକ ଶୁକ୍ରବାର ରାତିରେ ଗ୍ୟାସ୍‌ ଷ୍ଟୋଭ୍‌ ଉପରେ ଛୋଲେ ରୋଷେଇ କରିବାକୁ ବସାଇଥିଲେ। ଏହାପରେ ସେମାନେ ଗ୍ୟାସ୍‌ ଅନ୍‌ କରି ଶୋଇ ପଡିଥିଲେ। ନୋଏଡା ସେଣ୍ଟ୍ରାଲ୍ ଜୋନ୍ ଆସିଷ୍ଟାଣ୍ଟ ପୁଲିସ୍ କମିଶନର ରାଜୀବ ଗୁପ୍ତା କହିଛନ୍ତି ଯେ ଚୁଲି ଉପରେ ଛୋଲେ ରାନ୍ଧିବା କାରଣରୁ କୋଠରୀଟି ଧୂଆଁରେ ପରିପୂର୍ଣ୍ଣ ହୋଇ ଯାଇଥିଲା।

Advertisment

ଏହାପରେ ସେମାନଙ୍କ ପଡୋଶୀ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି କବାଟ ବାଡେଇ ଥିଲେ। କିନ୍ତୁ କେହି ଖୋଲି ନଥିଲେ। ଏହାପରେ କବାଟ ଭାଙ୍ଗି ସେମାନେ ଘର ଭିତରେ ପଶିଥିଲେ। ଦୁଇ ଯୁବକଙ୍କ ଅଚେତ ଅବସ୍ଥାରେ ପଡିଥିବା ଦେଖି ସେମାନେ ତାଙ୍କୁ ଉଦ୍ଧାର କରି ନୋଏଡା ସେକ୍ଟର-୩୯ରେ ଥିବା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଘରର କବାଟ ଝରକା ବନ୍ଦ ଥିବାରୁ, ରୁମ୍‌ ଭିତରେ ଅକ୍ସିଜେନ୍‌ ଅଭାବ ଦେଖାଦେଇଥିଲା। ଜଳୁଥିବା ଖାଦ୍ୟରୁ ଧୂଆଁ ବାହାରି ଘରେ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ର ପରିମାଣ ଅଧିକ ହୋଇଯାଇଥିଲା। ଏହି ବିଷାକ୍ତ ଧୂଆଁ ଯୋଗୁ ଶ୍ୱାସରୁଦ୍ଧ ହୋଇ ଉପେନ୍ଦ୍ର ଓ ଶୁଭମ୍‌ଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

Noida Burning Stove Death Bu Chhole
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe