Advertisment

କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭଙ୍ଗା କୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା ରହିଛି

author-image
Madhupriya Mistry
Building Collapse

Building Collapse

ଉତ୍ତରପ୍ରଦେଶ ଲକ୍ଷ୍ନୌରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି । ଭଙ୍ଗା କୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା ରହିଛି। ରାତିସାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ।

Advertisment

ଗତ ସନ୍ଧ୍ୟାରେ ଲକ୍ଷ୍ନୌ ଟ୍ରାନ୍ସପୋର୍ଟ ନଗରରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାସ୍ଥଳରୁ ୨୮ ଜଣଙ୍କୁ ଉଦ୍ଧାର ପରେ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏବେ ଏନଡିଆରଏଫ୍, ଏସଡିଆରଏଫ୍, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସେହିଭଳି ଡ୍ରୋନ୍ କ୍ୟାମେରା ଜରିଆରେ ମଧ୍ୟ ଉଦ୍ଧାର କାର୍ଯ୍ୟ କରାଯାଉଛି।

ପୁଲିସ ସୂଚନା ମୁତାବକ, କୋଠା ନିକଟରେ ଥିବା ଆଉ ଗୋଟିଏ ବିଲଡିଂ ଓ ଦୋକାନ ଘର ମଧ୍ୟ ଆଶିଂକ କ୍ଷତିଗ୍ରସ୍ତ ହୋଇଛି। ବିଲଡିଂ ଭୁଶୁଡ଼ିବା ବେଳେ ଗୋଟିଏ ଟ୍ରକ ସେଠାରେ ଛିଡ଼ା ହୋଇଥିଲା। ଫଳରେ ଟ୍ରକ୍‌ଟି ମଧ୍ୟ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଧ୍ୱଂସାବଶେଷ ତଳେ ଟ୍ରକଟି ପୋତି ହୋଇଯାଇଛି।

Advertisment

୩ ମହଲା ବିଶିଷ୍ଟ ଏହି କୋଠାକୁ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀର ଗୋଡାଉନ୍ ଭାବେ ବ୍ୟବହାର କରାଯାଉଥିଲା। ତଳ ମହଲା ମୋବାଇଲ ଓ ସ୍ପେୟାର ପାର୍ଟର କାମ ହେଉଥିଲା। ମଝି ଫ୍ଲୋର୍‌ରେ ଔଷଧ ଓ ତୃତୀୟ ମହଲା ଗିଫ୍ଟ ଆଇଟମ୍‌ ଓ ଓ୍ୱେୟର ହାଉସ୍‌ ଥିଲା।

ପ୍ରଶାସନର କହିବା ମୁତାବକ, ତଳ ମହଲାରେ ଫଶି ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଦୁଇ ମହଲା ଆବର୍ଜନା ତଳେ କେତେ ଲୋକ ଫସି ରହିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

UP Building Collapse Lucknow