Advertisment

ପ୍ରକୃତି କୋପରେ ଦୁଇ ରାଜ୍ୟ, ଗଲାଣି 66 ଜୀବନ

ଗତ ତିନି ଦିନରେ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଓ ଭୂସ୍ଖଳନରେ ଗଲାଣି 66 ଜୀବନ।

Himachal Landslides

Himachal Landslides

Advertisment

ଚଳିତ ବର୍ଷ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳୁଛି। କେଉଁଠି ବର୍ଷା ବୁନ୍ଦାଏ ହେଉନାହିଁ ତ ଆଉ କେଉଁଠି ବନ୍ୟା ପରିସ୍ଥିତି। ଏହାରି ମଧ୍ୟରେ ଗତ ତିନି ଦିନରେ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଓ ଭୂସ୍ଖଳନ 66 ଜଣଙ୍କ ଜୀବନ ନେଇ ସାରିଲାଣି। ପ୍ରବଳ ବର୍ଷା କାରଣରୁ ହିମାଚଳରେ 60 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ତର ପ୍ରଦେଶର 6 ଜଣଙ୍କ ଜୀବନ ଯାଇଛି। 

Advertisment

ଗତକାଲି ଶିମଲାରେ ତାସ୍ ଘର ପରି ଭୁଶୁଡି ପଡିଥିବା ଭଗ୍ନାବଶେଷରୁ 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହିପରି ଭୁଶୁଡ଼ି ପଡ଼ିଥିବା ଶିବ ମନ୍ଦିରର ଭଗ୍ନାବଶେଷରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ସହରର ଆଉ ଏକ ଭୂସ୍ଖଳନରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଶିମଲାର କୃଷ୍ଣନଗର ଅଞ୍ଚଳରେ ଭୂସ୍ଖଳନ ପରେ 6ଟି ଅସ୍ଥାୟୀ ଘର ସମେତ ଅତି କମରେ ଆଠଟି ଘର ଭୁଶୁଡି ପଡିଥିଲା। ଏଠାରେ ମଧ୍ୟ ଚାପିହୋଇ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି।

ସୋମବାରଠାରୁ ସମୁଦାୟ 19 ଟି ମୃତଦେହ ଉଦ୍ଧାର କରାଯାଇଛି, ସମର୍ ହିଲରେ ଥିବା ଶିବ ମନ୍ଦିର ସ୍ଥଳରେ 12, ଫଗଲିରେ ପାଞ୍ଚ ଜଣ ଏବଂ କୃଷ୍ଣନଗରରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲ୍-କଲେଜକୁ ଛୁଟି ଘୋଷଣା କରାଯିବା ସହ ଆସନ୍ତା 19 ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ୟୁନିଭର୍ସିଟି ବନ୍ଦ ରଖାଯାଇଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଏବଂ ସେନା ସହ ପୁଲିସ ଏବଂ ଏସଡିଆରଏଫ ସକାଳ ପ୍ରାୟ 6 ଟାରେ ଶିମଲା ହିଲରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ଶିମଲା ଆଦିତ୍ୟ ନେଗି ଡେପୁଟି କମିଶନର ସୂଚନା ଦେଇଛନ୍ତି।

Advertisment

ଅନ୍ୟପଟେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ଏବଂ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Rain Landslides Natural Disaster Heavy Rail Fall In Himachal Floods
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe