Advertisment

ମିଳିଲା ଭାରତୀୟ ବାୟୁସେନା ବିମାନର ଧ୍ୱଂସାବଶେଷ, ୭ ବର୍ଷ ତଳେ ୨୯ ଜଣଙ୍କୁ ନେଇ ଯାଉଥିବା ବେଳେ ହୋଇଥିଲା ନିଖୋଜ

୨୦୧୬ ଜୁଲାଇ ୨୨ ତାରିଖ ସକାଳ ୮ଟା ବେଳେ ଭାରତୀୟ ବାୟୁସେନାର ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ An-32 ଚେନ୍ନାଇର ତାମ୍ବରମ ଏୟାର ଫୋର୍ସ ଷ୍ଟେସନରୁ ଉଡ଼ାଣ ଆରମ୍ଭ କରିଥିଲା।

IAF

IAF

Advertisment

ପ୍ରାୟ ୭ ବର୍ଷ ତଳେ ବଙ୍ଗୋପସାଗର ଉପରେ ନିଖୋଜ ହୋଇଯାଇଥିବା ଭାରତୀୟ ବାୟୁସେନାର ବିମାନ An-32 ର ଧ୍ୱଂସାବଶେଷ ମିଳିଛି। ଚେନ୍ନାଇ ଉପକୂଳରୁ ୩୧୦ କିମି ଦୂରରେ ଏହି ବିମାନର କିଛି ଅଂଶକୁ ଠାବ କରାଯାଇଛି। ଶୁକ୍ରବାର ପ୍ରେସ୍ ରିଲିଜ୍ ମାଧ୍ୟମରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ଏଥିରେ କୁହାଯାଇଛି, ଏକ ଦୁର୍ଘଟଣାଗ୍ରସ୍ତ ବିମାନର କିଛି ଅଂଶର ଫଟୋ ଉଠାଯାଇଛି। ଏହାକୁ ଭଲ ଭାବେ ଯାଞ୍ଚ କରିବା ପରେ ଏହା ଭାରତୀୟ ବାୟୁସେନାର ନିଖୋଜ ବିମାନ An-32 ସହିତ ମେଳ ଖାଉଛି। ସମ୍ଭବତଃ ସେହି ସ୍ଥାନରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାରଣ ତା’ ପୂର୍ବରୁ ବା ପରେ ସେହି ସ୍ଥାନରେ ଅନ୍ୟ କୌଣସି ବିମାନ ନିଖୋଜ ହେବାର ରେକର୍ଡ ନାହିଁ। ତେଣୁ ସେହି ଧ୍ୱଂସାବଶେଷ ଭାରତୀୟ ବାୟୁସେନାର ବିମାନ An-32ର ହୋଇପାରେ।

୨୦୧୬ ଜୁଲାଇ ୨୨ ତାରିଖ ସକାଳ ୮ଟା ବେଳେ ଭାରତୀୟ ବାୟୁସେନାର ଏହି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ An-32 ଚେନ୍ନାଇର ତାମ୍ବରମ ଏୟାର ଫୋର୍ସ ଷ୍ଟେସନରୁ ଉଡ଼ାଣ ଆରମ୍ଭ କରିଥିଲା। ଏଥିରେ ପାଇଲଟଙ୍କ ସମେତ ୨୯ ଜଣ ଥିଲେ। ସେମାନେ ଆଣ୍ଡାମାନ ଓ ନିକୋବରର ପୋର୍ଟ ବ୍ଲେୟରକୁ ଯାଉଥିଲେ। ତେବେ ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ତା’ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବଙ୍ଗୋପସାଗର ଉପରେ ଥିବା ବେଳେ ତାହା ରାଡାରକୁ ବାହାରକୁ ଚାଲି ଯାଇଥିଲା। ଏହା ପରେ ସର୍ଚ୍ଚ ଅପରେସନ କରାଯାଇଥିଲା। କିନ୍ତୁ ବିମାନଟି ମିଳି ନଥିଲା।

Advertisment

ଶେଷରେ ୨୦୧୬ ସେପ୍ଟେମ୍ବର ୧୫ ତାରିଖରେ ଭାରତୀୟ ବାୟୁସେନା ଉକ୍ତ ନିଖୋଜ ବିମାନରେ ଯାଇଥିବା ୨୯ ଜଣଙ୍କର ସମ୍ଭବତଃ ମୃତ୍ୟୁ ହୋଇଯାଇଥିବା ନେଇ ସେମାନଙ୍କ ପରିବାର ଲୋକଙ୍କୁ ଲିଖିତ ଭାବେ ଜଣାଇଥିଲା। ଭାରତୀୟ ବାୟୁସେନା ନିଖୋଜ ବିମାନକୁ ଠାବ କରିବାରେ ବିଫଳ ହୋଇଥିଲା ବୋଲି ସେହି ଚିଠିରେ ଲେଖାଯାଇଥିଲା।

IAF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe