Advertisment

ଡାଲ୍‌ ଲେକ୍‌ରୁ ମିଳିଲା ପାକିସ୍ତାନ ମାଡ଼ କରିଥିବା ମିସାଇଲର ଧ୍ୱଂସାବଶେଷ

ମସାଇଲକୁ ଠାବ କରିବା ପରେ ଏହାକୁ ସ୍ଥଳ ଭାଗକୁ ଅଣା ଯାଇଥିଲା। ଏହାପରେ ଗୋଟିଏ ସ୍ଥାନକୁ ନିଆଯାଇ ମିସାଇଲରେ ସକ୍ରିୟ ଥିବା ବିସ୍ଫୋରକକୁ ନିଷ୍କ୍ରିୟ କରାଯାଇଥିଲା ବୋଲି ପୁଲିସ୍‌ କହିଛି।

Missile

Missile

Advertisment

ଅପରେସନ ସିନ୍ଦୂର ବେଳେ ବିଭିନ୍ନ ପ୍ରକାରର ମିସାଇଲ ଓ ଡ୍ରୋନ ଦ୍ୱାରା ଭାରତକୁ ଟାର୍ଗେଟ କରିଥିଲା ପାକିସ୍ତାନ। ଏହି ସମୟରେ ଜମ୍ମୁ-କଶ୍ମୀରର ଡାଲ ଲେକ ବା ହ୍ରଦକୁ ପାକିସ୍ତାନ ପକ୍ଷରୁ ମାଡ଼ କରାଯାଇଥିଲା। ଏବେ ପାଣି ଭିତରୁ ପାକିସ୍ତାନ ପକ୍ଷରୁ ମାଡ଼ କରାଯାଇଥିବା ମିସାଇଲର ଧ୍ୱଂସାବଶେଷ ମିଳିଛି। ରବିବାର ଏଠାରେ ଚାଲିଥିବା ନିୟମିତ ସଫେଇ ବେଳେ ମିସାଇଲକୁ ଠାବ କରାଯାଇଛି।

Advertisment

ମସାଇଲକୁ ଠାବ କରିବା ପରେ ଏହାକୁ ସ୍ଥଳ ଭାଗକୁ ଅଣା ଯାଇଥିଲା। ଏହାପରେ ଗୋଟିଏ ସ୍ଥାନକୁ ନିଆଯାଇ ମିସାଇଲରେ ସକ୍ରିୟ ଥିବା ବିସ୍ଫୋରକକୁ ନିଷ୍କ୍ରିୟ କରାଯାଇଥିଲା ବୋଲି ପୁଲିସ୍‌ କହିଛି। ଏହାପରେ ମିସାଇଲର ବାକି ଅଂଶକୁ ଭାରତୀୟ ବାୟୁ ସେନାକୁ ହସ୍ତାନ୍ତର କରାଯାଇଛି।

ଯଦି ମିସାଇଲ ବିସ୍ଫୋରଣ ହୋଇଥାଆନ୍ତା, ତା’ହେଲେ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ ଡାଲ ଲେକରେ ବିପର୍ଯ୍ୟୟ ଘଟିଥାଆନ୍ତା। ପାଣି ପୂରା ବିଷାକ୍ତ ହେବାର ମଧ୍ୟ ଆଶଙ୍କା ରହିଥିଲା। ତେବେ ଠିକଣା ସମୟରେ ଏହାକୁ ଠାବ କରି ସ୍ଥଳ ପଥରେ ନଷ୍ଟ କରାଯାଇଥିବାରୁ କୌଣସି ବିପର୍ଯ୍ୟୟ ଘଟିନାହିଁ।

Advertisment

ଚଳିତ ବର୍ଷ ମେ’ ମାସରେ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା। ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ତେବେ ଭାରତର ଆକ୍ରମଣରେ ଛିନଛତ୍ର ହୋଇଥିବା ପାକିସ୍ତାନ ଅପରେସନ ସିନ୍ଦୂରର ବଦଲା ନେବାକୁ ଅଯଥା ଉଦ୍ୟମ କରି ମାତ ଖାଇଥିଲା।

ଡାଲ ଲେକରେ ପାକିସ୍ତାନ ପକ୍ଷରୁ ମାଡ଼ କରାଯାଇଥିବା ଗୋଟିଏ ମିସାଇଲ ଗଭୀର ଜଳ ରାଶିରେ ପଡ଼ିଥିଲା। ମେ’ ୧୦ ତାରିଖରେ ଶ୍ରୀନଗରରେ ଥିବା ଡାଲ ଲେକର ଆଖପାଖ ଅଞ୍ଚଳରେ ବିସ୍ଫୋରଣ ଶବ୍ଦ ଶୁଭିଥିଲା ଓ ଧୂଆଁ ବାହାରିଥିଲା। ସେବେଠାରୁ ପାଣିରୁ ମିସାଇଲକୁ ଠାବ କରିବା ପାଇଁ ନିୟମିତ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ ପାଣିରୁ ମିସାଇଲକୁ ଠାବ କରାଯାଇ ଏହାକୁ ନିଷ୍କ୍ରିୟ କରାଯାଇଛି।

Pakistan Missile Attack Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe