Advertisment

ସହି ପାରିଲେନି ଋଣ ଭାର ସହ ପତ୍ନୀଙ୍କ ଧୋକା: ଲାଇଭ ଭିଡିଓରେ ଝୁଲି ପଡ଼ିଲେ

ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜର ଆର୍ଥିକ ସ୍ଥିତି କଥା ସମସ୍ତଙ୍କୁ ଜଣାଇଛନ୍ତି। ଏଥିସହ ତାଙ୍କ ପତ୍ନୀ କେମିତି ପରକୀୟା ପ୍ରୀତିରେ ମାତିଛନ୍ତି, ସେକଥା ମଧ୍ୟ କହିଛନ୍ତି।

author-image
Hemant Lenka
Delhi

Delhi

ହତାଶ ଓ ନିରାଶ ହୋଇ ପଡ଼ିଥିବା ଦିଲ୍ଲୀର ଜଣେ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ସୋଶାଲ ମିଡିଆରେ ଲାଇଭ ଆସି ନିଜ କଷ୍ଟ ସମସ୍ତଙ୍କ ସହ ଶେୟାର କରିଥିଲେ। ଏହାପରେ ସେହି ଲାଇଭରେ ରହି ସେ ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଫ୍ୟାନରେ ବେଡ ଶିଟ ବାନ୍ଧି ବ୍ୟକ୍ତି ଜଣଙ୍କ କେମିତି ଝୁଲି ପଡ଼ୁଛନ୍ତି, ତା’ର ତାଜା ଚିତ୍ର ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜର ଆର୍ଥିକ ସ୍ଥିତି କଥା ସମସ୍ତଙ୍କୁ ଜଣାଇଛନ୍ତି। ଏଥିସହ ତାଙ୍କ ପତ୍ନୀ କେମିତି ପରକୀୟା ପ୍ରୀତିରେ ମାତିଛନ୍ତି, ସେକଥା ମଧ୍ୟ କହିଛନ୍ତି। ଋଣ ଭାର ଓ ପତ୍ନୀଙ୍କ ଧୋକା ଅସହ୍ୟ ହେବାରୁ ଦିଲ୍ଲୀର ନିହାଲ ବିହାର ଅଞ୍ଚଳରେ ରହୁଥିବା ବିକାଶ ଆତ୍ମହତ୍ୟାକୁ ଶେଷରେ ବାଛି ନେଇଛନ୍ତି। ସେ ମୋବାଇଲ କ୍ୟାମେରା ଅନ କରି ଘର ଭିତରେ ଆତ୍ମହତ୍ୟା କରିବାର ତାଜା ଚିତ୍ର ସମସ୍ତଙ୍କୁ ବିଚଳିତ କରିଛି। 

ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ସମସ୍ତେ ବେଙ୍ଗାଲୁରୁର ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷଙ୍କୁ ମନେ ପକାଇଛନ୍ତି। ଅତୁଲ ମଧ୍ୟ ସୋଶାଲ ମିଡିଆରେ ନିଜ ମନର ବ୍ୟଥା ସମସ୍ତଙ୍କୁ ଜଣାଇବା ପରେ ପତ୍ନୀଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିଲେ।

Advertisment

ବିକାଶ ମଧ୍ୟ ତାଙ୍କ ପତ୍ନୀଙ୍କୁ ପରୋକ୍ଷରେ ନିଜ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ଜୀବନ ହାରିବା ପୂର୍ବରୁ ବିକାଶ ଗୋଟିଏ ଭିଡିଓ ପ୍ରସ୍ତୁତ କରିଥିଲେ। ଏଥିରେ ସାକିବ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ପତ୍ନୀ ପରକୀୟା ପ୍ରୀତିରେ ମାତି ଥିବା ସେ ଅଭିଯୋଗ କରିଛନ୍ତି। ପରକୀୟା ପ୍ରୀତି ଯୋଗୁ ପତ୍ନୀ ତାଙ୍କୁ ଓ ତାଙ୍କର ୪ ବର୍ଷର ପୁଅକୁ ଭୁଲି ଯାଇଥିବା ବିକାଶ କହିଛନ୍ତି।

ବିକାଶ ଦାବି କରିଛନ୍ତି ଯେ ସେ ନିଜେ ସାକିବଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ପରିଚିତ କରାଇଥିଲେ। ହେଲେ ସେହି ସାକିବଙ୍କ ସହ ପତ୍ନୀ ପ୍ରେମ ସମ୍ପର୍କ ସ୍ଥାପନ କରିଛନ୍ତି। ସାକିବଙ୍କ ସହ ପତ୍ନୀ ନିୟମିତ ବାହାରେ ସମୟ କାଟୁଥିବାରୁ ଏହା ତାଙ୍କ ପକ୍ଷେ ଆଉ ସହ୍ୟ ହେଉ ନାହିଁ ବୋଲି ବିକାଶ ସମସ୍ତଙ୍କୁ ଅବଗତ କରାଇଛନ୍ତି।

ବିକାଶଙ୍କ ଆର୍ଥିକ ସ୍ଥିତି ମଧ୍ୟ ଠିକ ନଥିଲା। ସେ ପ୍ରବଳ ଋଣରେ ବୁଡ଼ି ରହିଥିବା ବେଳେ ଏହା ତାଙ୍କ ମାନସିକ ସ୍ଥିତିକୁ ପ୍ରଭାବିତ କରିଛି। ତେଣୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଥିବା କହିଛନ୍ତି। ଭିଡିଓରେ ସାକିବ ଅନେକ ପ୍ରକାରର ସାଇବର ଅପରାଧରେ ବୁଡ଼ି ରହିଥିବା ମଧ୍ୟ ବିକାଶ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ମୁଁ ୫ ବର୍ଷ ହେଲା ବିବାହ କରିଛି। ମୋ ପତ୍ନୀ ମୋତେ ଆର୍ଥିକ ସଙ୍କଟ ଯୋଗୁ ଛାଡ଼ି ଦେଇଛନ୍ତି। ମୁଁ ନିଜେ ମୋ ଋଣ ଭାର ପାଇଁ ଦାୟୀ। ମୁଁ ମୋ ପତ୍ନୀଙ୍କ ବହୁତ ଭଲ ପାଏ। ତାଙ୍କ ବିନା ମୁଁ ବଞ୍ଚି ପାରିବି ନାହିଁ।”

ମୃତ୍ୟୁ ପରେ ୪ ବର୍ଷର ପୁଅକୁ ବାପା ମା’ଙ୍କ ପାଖରେ ଛାଡ଼ି ଦେବାକୁ ବିକାଶ ଭିଡିଓରେ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ପତ୍ନୀଙ୍କ ପାଖରେ ଆୟର ଉପଯୁକ୍ତ ଉତ୍ସ ନାହିଁ। ତେଣୁ ସେ ପୁଅର ଯତ୍ନ ନେଇ ପାରିବେ ନାହିଁ। ମୋ ପିଲାକୁ ମୋ ବାପା ମା’ଙ୍କୁ କିମ୍ବା ମୋ ଭଉଣୀଙ୍କ ପାଖରେ ଛାଡ଼ିବେ। ପୁଅର ଦାୟିତ୍ୱ ପତ୍ନୀଙ୍କୁ ଆଦୌ ଦେବେ ନାହିଁ। ସେ ତାଙ୍କ ମା’ଙ୍କ ସହ ଭଡ଼ାରେ ରହୁଛନ୍ତି। ସେମାନଙ୍କ ପାଖରେ ପୁଅକୁ ବଡ଼ କରିବାର କୌଣସି କ୍ଷମତା ନାହିଁ।”

ଦିଲ୍ଲୀ ପୁଲିସ୍‌ ବିକାଶଙ୍କ ଝୁଲନ୍ତା ମୃତଦେହକୁ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ପ୍ରଶାସନ ପକ୍ଷରୁ ଭିଡିଓର ଯାଞ୍ଚ ମଧ୍ୟ କରାଯାଉଛି।

Suicide Delhi