Advertisment

ଭିୱାନି ହତ୍ୟାକାଣ୍ଡ: ଭିଏଚ୍‌ପି ଓ ବଜରଙ୍ଗ ଦଳକୁ ବ୍ୟାନ କରିବା ପାଇଁ କହିଲେ ଆଇଏମସି ମୁଖ୍ୟ

ଦକ୍ଷିଣପନ୍ଥୀ ସଂଗଠନ ଯଥା ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଓ ବଜରଙ୍ଗ ଦଳକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଉ। ସେହିପରି ପପୁଲା ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଭଳି ଏଗୁଡ଼ିକ ଉପରେ ମଧ୍ୟ ବ୍ୟାନ ଲଗାଯାଉ ବୋଲି ସେ କହିଛନ୍ତି।

author-image
Hemant Lenka
IMC

IMC

ହରିଆଣାର ଭିୱାନି ଠାରେ ଦୁଇ ଜଣ ମୁସଲିମ ଯୁବକଙ୍କ ମୃତ ଦେହ ଗୋଟିଏ ପୋଡ଼ା ଗାଡ଼ିରୁ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି ହତ୍ୟାକାଣ୍ଡ ପଛରେ ବଜରଙ୍ଗ ଦଳର ହାତ ଥିବା ଅଭିଯୋଗ ହୋଇଛି। ତଥାକଥିତ ଗୋ-ରକ୍ଷକ ବାହିନୀ ଜୁନେଦ ଓ ନାସିରଙ୍କୁ ପୋଡ଼ି ମାରି ଦେଇଥିବା କୁହାଯାଉଛି। ପୁଲିସ୍‌ ଏହାର ତଦନ୍ତ କରୁଥିବା ବେଳେ ଇତିହାଦ-ଇ-ମିଲାତ କାଉନସିଲ ବା ଆଇଏମସି ମୁଖ୍ୟ ମୌଲାନା ତୌକୀର ରାଜା ଖାନ ବଡ଼ ଦାବି ଉପସ୍ଥାପନ କରିଛନ୍ତି।

Advertisment

ଦକ୍ଷିଣପନ୍ଥୀ ସଂଗଠନ ଯଥା ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଓ ବଜରଙ୍ଗ ଦଳକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଉ। ସେହିପରି ପପୁଲା ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଭଳି ଏଗୁଡ଼ିକ ଉପରେ ମଧ୍ୟ ବ୍ୟାନ ଲଗାଯାଉ ବୋଲି ସେ କହିଛନ୍ତି।

ଏଏନ୍‌ଆଇକୁ ସାକ୍ଷାତକାର ଦେଇ ମୌଲାନା ଖାନ କହିଛନ୍ତି, “ଭିୱାନି ଘଟଣା ଫେବୃଆରୀ ୧୬ରେ ଘଟିଥିଲା। କିନ୍ତୁ ଆମେ ନୀରବତା ଅବଲମ୍ବନ କରିଥିଲୁ। ଏବେ ଆମ ପିଲାମାନଙ୍କ ଉପରେ(ଜୁନେଦ ଓ ନାସିର) ମିଥ୍ୟା ଅଭିଯୋଗ ଲଗାଯାଉଛି ଓ ସେମାନଙ୍କୁ ହତ୍ୟା କରାଯାଇଥିଲା। ଯେତେବେଳେ ଅଭିଯୁକ୍ତଙ୍କ ସପକ୍ଷରେ ମହାପଞ୍ଚାୟତ ବସିଲା ଓ ଅଭିଯୁକ୍ତଙ୍କ ସମର୍ଥନରେ ରାଲି କରାଗଲା, ସେତେବେଳେ ଆମେ ଜାଣିପାରିଲୁ ଯେ ହତ୍ୟା ଓ ଭିଡ଼ ହିଂସା ଭାରତରେ ଗୋଟିଏ ସାଧାରଣ କଥା ହୋଇଗଲାଣି। ତେବେ ଆମେ କହିବାକୁ ଚାହୁଁଛୁ ଯେ ପିଏଫଆଇକୁ ଯେଉଁଭଳି ବ୍ୟାନ କରାଗଲା, ଠିକ ସେହିପରି ଭିଏଚ୍‌ପି ଓ ବଜରଙ୍ଗ ଦଳକୁ ଆତଙ୍କୀ ସଂଗଠନ ଘୋଷଣା କରାଯାଇ ଅସିଦ୍ଧ ଘୋଷଣା କରାଯାଉ।”

Advertisment

ସେ ଆହୁରି କହିଛନ୍ତି, “ଭିୱାନିରେ ଯାହା ବି ଘଟିଲା, ତାହା ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ମଧ୍ୟ ଭୁଲ ବାର୍ତ୍ତା ଦେଇଛି। ସେମାନେ ଏହାକୁ ଦେଖି ଭାବିପାରନ୍ତି ଯେ ସେମାନେ ଯଦି ଏମିତି କାମ କରିବେ, ତା’ହେଲେ ସେମାନଙ୍କୁ ମଧ୍ୟ ହିରୋ ଭାବେ ଚିତ୍ରଣ କରାଯିବ। ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଉ। ନଚେତ ଆଗାମୀ ଦିନରେ ସ୍ଥିତି ଆହୁରି ବିଗିଡ଼ିବ।”

ଫେବୃଅଆରୀ ୧୬ରେ ଭିୱାନିରୁ ଜୁନେଦ ଓ ନାସିରଙ୍କ ପୋଡ଼ା ମୃତଦେହ ଗୋଟିଏ ବୋଲେରୋରୁ ମିଳିଥିଲା। ଏହି ଦୁଇ ଜଣଙ୍କୁ ରାଜସ୍ଥାନରୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକ ପୁଲିସ୍‌ରେ କରିଥିବା ଅଭିଯୋଗରେ ବଜରଙ୍ଗ ଦଳର ୫ ଜଣ ସଦସ୍ୟଙ୍କ ନାଁ ନେଇଛନ୍ତି। 

ରାଜସ୍ଥାନ ପୁଲିସ୍‌ ଘଟଣାରେ ସାମିଲ ଥିବା ୮ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରି ପ୍ରମାଣ ଯୋଗାଡ଼ କରିଛି। ଅଭିଯୁକ୍ତ ମୋନୁ ମାନେସର ଘଟଣା ପଛର ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଥିଲେ ହେଁ ତାଙ୍କୁ ଏଯାଏ ଗିରଫ କରାଯାଇନି। ମୋନୁ ହେଉଛନ୍ତି ବଜରଙ୍ଗ ଦଳର ସଦ୍ୟ। ବିଜେପି ନେତାମାନଙ୍କ ସହ ସେ ଅନେକ ଫୋଟରେ ନଜର ଆସିଛନ୍ତି।

Rajasthan