Advertisment

ସଂସଦରେ ଅପଶବ୍ଦ କହି ଅଡ଼ୁଆରେ ମହୁଆ ମୋଇତ୍ର

ସଂସଦରେ ଟିଏମସି ଏମପି ମହୁଆ ମୋଇତ୍ର ଅପଶବ୍ଦ ବ୍ୟବହାରକୁ ନେଇ ଆପତ୍ତି ଉଠିଛି।

author-image
Tapas Behera
Mahua Moitra

Mahua Moitra

ସଂସଦରେ ଟିଏମସି ଏମପି ମହୁଆ ମୋଇତ୍ର ଅପଶବ୍ଦ ବ୍ୟବହାରକୁ ନେଇ ଆପତ୍ତି ଉଠିଛି। ମଙ୍ଗଳବାର ଲୋକସଭା ବଜେଟ ସେସନରେ ମହୁଆ ମୋଇତ୍ର ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ। ଯାହାକୁ ନେଇ ଟିଏମସିର ଜଣେ କର୍ମୀ ମହୁଆ ମୋଇତ୍ରଙ୍କୁ ସମର୍ଥନ କରି ଖୋଲାଖୋଲି ଅଭଦ୍ର ଶବ୍ଦଟି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ସଂସଦରେ ସାଂସଦମାନଙ୍କ ପ୍ରତି ଆପଣ ଯେଉଁ ଶବ୍ଦ ପ୍ରୟୋଗ କରିଛନ୍ତି ତାହା ଠିକ ଅଉଛି। ଜବାବରେ ମହୁଆ ମୋଇତ୍ର ମୁଁ ଖୁସି ବୋଲି ଉଲ୍ଲେଖ କରିଛନ୍ତି। ତେବେ ମହୁଆ ମୋଇତ୍ର ସଂସଦରେ ବ୍ୟବହାର କରିଥିବା ଶବ୍ଦକୁ ନେଇ ବିଜେପି କଡ଼ା ନିନ୍ଦା କରିଛି । ଗୃହର ମହୁଆ ମୋଇତ୍ରଙ୍କୁ କ୍ଷମା ମାଗିବାକୁ ବିଜେପି ଦାବି କରିଛି । ଲୋକସଭାରେ ଟିଡିପି ନେତା କେ ରାମ ମୋହନ ନାଇଡୁ ସଂସଦରେ ଉଦବୋଧନ ଦେଥିଲା ବେଳେ ସେହି ସମୟରେ ମହୁଆ ଅରୁଚିକର ଶବ୍ଦ ବ୍ୟବାହର କଥିଲେ।

Advertisment

ଏହି ପ୍ରସଙ୍ଗରେ ବିରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ମହୁଆଙ୍କୁ କ୍ଷମା ମାଗିବା ପାଇଁ କହିଥିବା ବେଳେ ସେ କର୍ଣ୍ଣପାତ କରି ନାହାନ୍ତି। । ଏହାର ତାଙ୍କର ସଂସ୍କାର ବୋଲି ସେ ସମାଲୋଚନା କରିଛନ୍ତି। ଓଲଟି ବିଜେପିକୁ ଜବାବ ଦେଇ ମହୁଆ କହିଛନ୍ତି ଯେ, ମୁଁ କଣ କହିବି ସେଥିପାଇଁ ବିଜେପି ଠାରୁ ଅନୁମୁତି ନେବି କି ? ଏହି ଅବସରରେ ମହୁଆ ଆଦାନି ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ। ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ୩୨,୦୦୦ ଶବ୍ଦ ବିଶିଷ୍ଟ ରିପୋର୍ଟ ଆଦାନି ଗ୍ରୁପ୍‌ର ବ୍ୟାପକ କ୍ଷତି ଘଟାଇଲାଣି। ଏହି ଘଟଣା ଅଷ୍ଟମ ଦିନରେ ପ୍ରବେଶ କରିଥିବା ବେଳେ କଂପାନିର ସେୟାର ମୂଲ୍ୟରେ ହେଉଥିବା ହ୍ରାସ ଧାରା ବନ୍ଦ ହେଉନାହିଁ। ଆଦାନିର ବିଭିନ୍ନ କଂପାନିର ସେୟାର ମୂଲ୍ୟ ହ୍ରାସ ପାଇବାରୁ ଏହାର ନିବେଶକମାନେ ପ୍ରାୟ ୫୦ ହଜାର କୋଟି ଟଙ୍କା ହରାଇଛନ୍ତି। ଏହା ପୂର୍ବରୁ କଂପାନିର ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଥିଲେ। ଆଦାନି ଟ୍ରାନ୍ସମିସନ୍‌ ସେୟାର ମୂଲ୍ୟରେ ୧୦ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଆଦାନି ଏଣ୍ଟରପ୍ରା‌ଇଜେସ୍‌ ସେୟାର ଦାମ୍ ୭.୫ ପ୍ରତିଶତ ହ୍ରାସ ପାଇଛି।

India