Advertisment

ରାହୁଲଙ୍କ ପରେ ତେଜସ୍ୱୀ ଯାଦବଙ୍କ ନାଁରେ ମାନହାନୀ କେସ୍‌

ହରେଶ ମେହେତା ନାମକ ଜଣେ ବ୍ୟବସାୟୀ ଅହମଦାବାଦ ମେଟ୍ରୋପଲିଟାଣ୍ଟ କୋର୍ଟରେ ତେଜସ୍ୱୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।

Tejashwi Yadav

Tejashwi Yadav

Advertisment

ରାହୁଲ ଗାନ୍ଧିଙ୍କ ପରେ ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବେ ଗୁଜରାଟରେ ଗୋଟିଏ ମାନହାନୀ କେସ୍‌ର ଫସିଛନ୍ତି। କେବଳ ଗୁଜରାଟୀମାନେ ହିଁ ଠକ ହୋଇପାରିବେ ବୋଲି ଆରଜେଡି ନେତା ବୟାନ ଦେଇଥିବାରୁ ତାଙ୍କ ନାଁରେ ଅହମଦାବାଦ କୋର୍ଟରେ ମାମଲା କରାଯାଇଛି।

Advertisment

ମାର୍ଚ୍ଚ ମାସରେ ତେଜସ୍ୱୀ ଯାଦବ କହିଥିଲେ ଯେ “ବର୍ତ୍ତମାନ ଦେଶର ଅବସ୍ଥା ଏପରି ହୋଇଗଲାଣି ଯେ କେବଳ ଜଣେ ଗୁଜରାଟୀ ଠକାମୀ କରିପାରିବେ ଓ ତାଙ୍କ ଦୁର୍ନୀତିକୁ କ୍ଷମା ମଧ୍ୟ କରି ଦିଆଯିବ।” ପଳାତକ ଘୋଷିତ ଭାରତୀୟ ବ୍ୟବସାୟୀ ମେହୁଲ ଚୋକସି ନାଁରେ ଇଣ୍ଟରପୋଲ ରେଡ୍‌ କର୍ଣ୍ଣର ନୋଟିସ ପ୍ରତ୍ୟାହାର କରିବା ପରେ ତେଜସ୍ୱୀ ଯାଦବ ଏପରି କଥା କହିଥିଲେ।

ତାଙ୍କର ଏହି ବୟାନକୁ ଆଧାର କରି ହରେଶ ମେହେତା ନାମକ ଜଣେ ବ୍ୟବସାୟୀ ଅହମଦାବାଦ ମେଟ୍ରୋପଲିଟାଣ୍ଟ କୋର୍ଟରେ ତେଜସ୍ୱୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଶ୍ରୀ ମେହେତା ଗଣମାଧ୍ୟମକୁ ଏହି ଖବର ଦେଖିଛନ୍ତି ଓ ତେଜସ୍ୱୀଙ୍କ ମନ୍ତବ୍ୟ ଗୁଜରାଟୀ ଅସ୍ମିତାକୁ ଆଘାତ ଦେଇଛି ବୋଲି ଦାବି କରିଛନ୍ତି।

Advertisment

ତାଙ୍କ ଅଭିଯୋଗକୁ ଭିତ୍ତି କରି ତେଜସ୍ୱୀଙ୍କ ବିରୋଧରେ ଆଇପିସିର ଧାରା ୪୯୯ ଓ ୫୦୦ ଦଫାରେ ମାମଲା ରୁଜୁ କରାଯାଇଛି। ମେ’ ୧ରେ କୋର୍ଟ ଏହାର ଶୁଣାଣି କରିବେ। କୋର୍ଟ ଶୁଣାଣି ବେଳେ ତେଜସ୍ୱୀଙ୍କୁ ସମନ ସହ କୋର୍ଟରେ ହାଜର ହେବାକୁ କହି ପାରନ୍ତି।

ପୂର୍ବରୁ ସୁରତର ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ କୋର୍ଟ ରାହୁଲ ଗାନ୍ଧିଙ୍କୁ ‘ମୋଦି ସରନେମ’ ସମ୍ପର୍କରେ ଦେଇଥିବା ବୟାନ ପାଇଁ ୪୯୯ ଓ ୫୦୦ ଦଫାରେ ଦଣ୍ଡବିଧାନ କରିଥିଲେ।

Tejashwi Yadav Gujarat RJD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe