Advertisment

ଆହୁରି ଶକ୍ତିଶାଳୀ ହେବ ବାୟୁସେନା, ୯୭ ତେଜସ ଓ ୧୫୬ ପ୍ରଚଣ୍ଡ ହେଲିକପ୍ଟର କ୍ରୟକୁ ମଞ୍ଜୁରୀ

ଆଉ ୯୭ଟି ତେଜସ କିଣାଯିବା ପରେ ଭାରତୀୟ ବାୟୁସେନାରେ ଥିବା ତେଜସ ବିମାନ ସଂଖ୍ୟା ୧୮୦କୁ ବୃଦ୍ଧି ପାଇବ।

Fighter Jets

Fighter Jets

Advertisment

ଥରିବେ ଶତ୍ରୁ ପକ୍ଷ। ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ସାମିଲ ହେବ ଆଉ ୯୭ଟି ଲଢ଼ୁଆ ବିମାନ ତେସଜ। ସେହିପରି ୧୫ଟି ପ୍ରଚଣ୍ଡ ଆଟାକ୍‌ ହେଲିକପ୍ଟରକୁ ମଧ୍ୟ ସାମିଲ କରାଯିବ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏସବୁ ଲଢ଼ୁଆ ବିମାନ କ୍ରୟ କରିବାକୁ ଆଜି ମଞ୍ଜୁରୀ ପ୍ରଦାନ କରିଛି।

Advertisment

ଏହି ଦୁଇ ଫାଇଟର ଜେଟ୍‌ର ଦାମ୍ ପାଖାପାଖି ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ରହିଛି। ଏହି ଦୁଇ ସ୍ୱଦେଶୀ ବିମାନ ଭାରତରେ ବିକଶିତ ହୋଇଛି। ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟ ସେନା ସହିତ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଥିବା କମ୍ପାନୀ ଗୁଡିକର ମଧ୍ୟ ଫାଇଦା ହେବ।

ଭାରତୀୟ ବାୟୁସେନା ପାଇଁ ତେଜସ୍ ମାର୍କ ୧- ଏ ଲଢୁଆ ବିମାନ ଏବଂ ସ୍ଥଳସେନା ପାଇଁ ପ୍ରଚଣ୍ଡ ହେଲିକପ୍ଟର କିଣାଯିବ। ଏହା ସହିତ ପରିଷଦ ଅତିରିକ୍ତ ଡିଲ୍ ମଧ୍ୟ ଅନୁମୋଦନ କରିଛନ୍ତି, ଯାହାର ମୋଟ ମୂଲ୍ୟ ପ୍ରାୟ ୨ ଲକ୍ଷ କୋଟି ହେବ ବୋଲି ଆକଳନ କରାଯାଇଛି।

Advertisment

ଆଉ ୯୭ଟି ତେଜସ କିଣାଯିବା ପରେ ଭାରତୀୟ ବାୟୁସେନାରେ ଥିବା ତେଜସ ବିମାନ ସଂଖ୍ୟା ୧୮୦କୁ ବୃଦ୍ଧି ପାଇବ। ଫେବୃଆରୀ ୨୦୨୧ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ୮୩ଟି ତେଜସ୍‌ ଏକ୍ସ-୧ ବିମାନ କିଣିଥିଲା। ଏଥିପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ ଲିମିଟେଡ୍‌ ସହ ୪୮,୦୦୦ କୋଟି ଟଙ୍କାର ଚୁକ୍ତିନାମା କରାଯାଇଥିଲା।

ଯଦି ଏହି ଡିଲ୍ ପୂରଣ ହୁଏ, ତେବେ ଭାରତ ଇତିହାସରେ ସ୍ୱଦେଶୀ ନିର୍ମାତାଙ୍କୁ ମିଳିଥିବା ସର୍ବ ବୃହତ୍ତ ଅର୍ଡର ବୁକ୍ ହେବ। ସେନାର ଆବଶ୍ୟକତାକୁ ଦେଖି ଏହି ଲଢ଼ୁଆ ବିମାନ କିଣାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପରେ ନିର୍ମାତାମାନଙ୍କ ସହିତ ଚୁକ୍ତିନାମା ବୁଝାମଣା ହେବ।

Air Force Tejas Aircraft
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe