Advertisment

ସମୁଦ୍ର ଗର୍ଭରୁ ବି ଆକ୍ରମଣକାରୀଙ୍କୁ ଖୋଜି ବାହାର କରିବୁ: ରାଜନାଥ ସିଂହ

ଶନିବାର ଆରବ ସାଗରରେ ଏମ୍‌ଭି କେମ ପ୍ଲୁଟୋ ନାମକ ଜାହାଜ ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା।

Rajnath Singh

Rajnath Singh

Advertisment

'ଆକ୍ରମଣକାରୀଙ୍କୁ ଆଉ ମିଳିବନି ରକ୍ଷା। ସମୁଦ୍ରର ଗର୍ଭରେ ଲୁଚି ରହିଥିଲେ ମଧ୍ୟ ଖୋଜି ବାହାର କରାଯିବ।' ନିକଟରେ ଆରବ ସାଗରରେ ଭାରତ ଆସୁଥିବା ଏକ ବ୍ୟବସାୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏଭଳି କିଛି କହି ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

Advertisment

ଆଜି ସ୍ୱଦେଶ ନିର୍ମିତ ଆଇଏନ୍‌ଏସ୍‌ ଇମ୍ଫାଲ ଭାରତୀୟ ନୈସେନାରେ ସାମିଲ ହୋଇଛି। ଏହି ସମାରୋହରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିକଟରେ ଲାଲା ସାଗରରେ ଜାହାଜ ଉପରେ ହୋଇଥିବା ଡ୍ରୋନ୍‌ ଆକ୍ରମଣକୁ ନେଇ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, ଆଜିକାଲି ସମୁଦ୍ରରେ ଗତିବିଧି ବଢ଼ିବାରେ ଲାଗିଛି। ଭାରତର ବଢ଼ୁଥିବା ଆର୍ଥକ ଓ ସମରିକ ଶକ୍ତିକୁ ନେଇ କିଛି ଲୋକେ ଇର୍ଷା କରୁଛନ୍ତି। ଆରବ ସାଗରେ ନିକଟରେ ଏମ୍‌ଭି କେମ ପ୍ଲୁଟୋ ଉପରେ ଡ୍ରୋନ ଆକ୍ରମଣ ଓ ଲାଲ ସାଗରରେ ଏମ୍‌ଭି ସାଇବାବା ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତ ବେଶ୍‌ ଗୁରୁତର ସହ ନେଇଛି। ଏହା ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି।

ଭାରତୀୟ ନୈସେନା ପକ୍ଷରୁ ସମୁଦ୍ରରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ଯେଉଁମାନେ ଏହି ଆକ୍ରମଣ ପଛରେ ଅଛନ୍ତି ସେମାନଙ୍କୁ ଆଉ କ୍ଷମା ମିଳିବ ନାହିଁ। ସମୁଦ୍ରର ଗର୍ଭରେ ଲୁଚି ରହିଥିଲେ ମଧ୍ୟ ସେମାନଙ୍କୁ ଖୋଜି ବାହାର କରାଯିବ। ଅକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଶନିବାର ଆରବ ସାଗରରେ ଏମ୍‌ଭି କେମ ପ୍ଲୁଟୋ ନାମକ ଜାହାଜ ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା। ଏହି ଜାହାଜଟି ସାଉଦି ଆରବରୁ ଭାରତର ମାଙ୍ଗାଲୋରକୁ ଆସୁଥିଲା। ଏତିକି ବେଳେ ଗୁଜରାଟର ବୋରବାଲ ଠାରୁ ୨୦୦ କିଲୋମିଟର ଦୂର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଏହା ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ପଛରେ ହୁତି ବିଦ୍ରୋହୀଙ୍କ ହାତ ଥିବା କୁହାଯାଇଥିଲା।

ରିପୋର୍ଟ ମୁତାବକ, ଏହି ବ୍ୟବସାୟିକ ଜାହାରେ କ୍ୟାପଟେନ୍ ସମେତ ୨୧ ଜଣ ଭାରତୀୟ ଓ ଜଣେ ନେପାଳର ନାଗରିକ ଥିଲେ। ଡ୍ରୋନ ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିଯାଇଥିଲା। ତେବେ କୌଣସି ବଡ଼ ଅଘଟଣା ହେବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଥିଲା। 

Rajnath Singh Merchant Ship Attack Defence Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe