Advertisment

ଦିଲ୍ଲୀରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ବୁଧବାର ଅପରାହ୍ନରେ ବିମାନଟି ଡେରାଡୁନ ଅଭିମୁଖେ ଯାଉଥିଲା।

Indigo

Indigo

Advertisment

ଦିଲ୍ଲୀରେ ଆଜି ଅପରାହ୍ନରେ ଇଣ୍ଡିଗୋର ଏକ ବିମାନ ଜରୁରୀ ଅବତରଣ କରିଛି। ବିମାନଟି ଦିଲ୍ଲୀରୁ ଡେରାଡୁନ ଅଭିମୁଖେ ଯାଉଥିଲା। କିନ୍ତୁ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନଟି ବିପଦ ସଙ୍କେତ ପାଇଥିଲା। ବିମାନରେ କିଛି ବୈଷୟିକ ତ୍ରୁଟି ଦେଖା ଦେଇଥିବା ନେଇ ଏହି ବିପଦ ସଙ୍କେତ ମିଳିଥିଲା। ଏହା ପରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା।

Advertisment

ଇଣ୍ଡିଗୋ ପକ୍ଷରୁ କୁହାଯାଇଛି, ବୈଷୟିକ ତ୍ରୁଟି ଯୋଗୁ ବିମାନଟି ପୁଣି ଦିଲ୍ଲୀ ଫେରି ଆସିଥିଲା। ପାଇଲଟ ପ୍ରଥମେ ଏଟିସିଙ୍କୁ ସୂଚନା ଦେଇଥିଲେ। ତା’ପରେ ପାଇଲଟଙ୍କ ଅନୁରୋଧକ୍ରମେ ଆବଶ୍ୟକ ନିୟମକୁ ଅନୁକରଣ କରି ବିମାନଟିକୁ ଜରୁରୀ ଅବତରଣ ପାଇଁ ଅନୁମତି ଦିଆଯାଇଥିଲା। ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିଥିଲା।

ବିମାନଟି ଇଞ୍ଜିନ ଖରାପ ହୋଇଯିବା ତଥା ସେଥିରେ ନିଆଁ ଲାଗି ଯାଇଥିବା ଖବରକୁ ଇଣ୍ଡିଗୋ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ତେବେ ଡିଜିସିଏ ପକ୍ଷରୁ ଏହି ଘଟଣା ନେଇ କିଛି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ପୂରା ଯାଞ୍ଚ କରିବା ପରେ ଡିଜିସିଏ ବିବୃତ୍ତି ଜାରି କରିବ।

Advertisment
Indigo Airlines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe