Advertisment

ସମ୍ବିଧାନର ମୁଖବନ୍ଧରୁ ‘ସମାଜବାଦୀ ଓ ଧର୍ମନିରପେକ୍ଷ’ ଶବ୍ବ ହଟାଇବାକୁ ଦାବି, ଏମିତି ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତ ରାଜ୍ୟସଭାର ପୂର୍ବତନ ସାଂସଦ ସୁବ୍ରମଣିଅନ ସ୍ୱାମୀ ଓ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କୁ ଏପରି ପ୍ରଶ୍ନ କରିଛନ୍ତି। କାରଣ ଏହି ଦୁଇ ଜଣ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଥିବା ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦକୁ ହଟାଇବାକୁ ଆବେଦନ କରିଛନ୍ତି।

ଅଦ୍ୟତନ ହୋଇଛି
Preamble

Preamble

Advertisment

ଭାରତୀୟ ସମ୍ବିଧାନର ଅନୁମୋଦନ ତାରିଖ ୧୯୪୯ ମସିହା ନଭେମ୍ବର ୨୬କୁ ଅକ୍ଷୁଣ୍ଣ ରଖି ଏହାର ମୁଖବନ୍ଧରେ କ’ଣ ସଂଶୋଧନ କରାଯାଇ ପାରିବ କି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

Advertisment

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତ ରାଜ୍ୟସଭାର ପୂର୍ବତନ ସାଂସଦ ସୁବ୍ରମଣିଅନ ସ୍ୱାମୀ ଓ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କୁ ଏପରି ପ୍ରଶ୍ନ କରିଛନ୍ତି। କାରଣ ଏହି ଦୁଇ ଜଣ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଥିବା ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦକୁ ହଟାଇବାକୁ ଆବେଦନ କରିଛନ୍ତି।

ଶୁଣାଣି ବେଳେ ଜଷ୍ଟିସ ଦତ୍ତ କହିଛନ୍ତି, “ମୁଖବନ୍ଧକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି କୌଣସି କାରଣ ନାହିଁ। ଯେଉଁ ମୁଖବନ୍ଧରେ ଗ୍ରହଣ କରାଯାଇଥିବା ତାରିଖ ରହିଛି, ତା’କୁ ଅକ୍ଷୁଣ୍ଣ ରଖି ଏକାଡେମିକ ଦୃଷ୍ଟିକୋଣରୁ ଏଥିରେ ପରିବର୍ତ୍ତନ କରାଯାଇ ପାରିବ କି? ଅନ୍ୟଥା, ମୁଖବନ୍ଧକୁ ସଂଶୋଧନ କରାଯାଇ ପାରିବ। ଏଥିରେ କୌଣସି ପ୍ରକାରର ଅସୁବିଧା ନାହିଁ।”

Advertisment

ଏହାର ଜବାବରେ ସ୍ୱାମୀ କହିଥିଲେ, “ଏହା ହିଁ ପୂରା ମାମଲାର ଏକଦମ ଠିକ ପ୍ରଶ୍ନ।” ପୁଣି ଜଷ୍ଟିସ ଦତ୍ତ କହିଥିଲେ, “ସମ୍ଭବତଃ ଏହା ଏକମାତ୍ର ମୁଖବନ୍ଧ ଯେଉଁ ଥିରେ ତାରିଖ ରହିଥିବା ମୁଁ ଦେଖିବାକୁ ପାଇଛି। ଆମେ ଏହି ସମ୍ବିଧାନକୁ ଆମକୁ ଦେଇଛୁ ଓ ଏଥିରେ ତାରିଖ ରହିଛି। ମୁଖବନ୍ଧ ଗ୍ରହଣ କରାଯିବା ବେଳେ ଏହି ଦୁଇ ଶବ୍ଦ(ସମାଜବାଦୀ ଓ ଧର୍ମନିରପେକ୍ଷ) ଏଥିରେ ନଥିଲା।”

ଆଇନଜୀବୀ ଜୈନଙ୍କ କହିବା କଥା ଭାରତୀୟ ସମ୍ବିଧାନର ମୁଖବନ୍ଧ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖରେ ଆସିଥିଲା। ତେଣୁ ବିନା ଆଲୋଚନାରେ ଏଥିରେ ସଂଶୋଧନ କରାଯାଇ ପାରିବ।

ଏଥିରେ ଶ୍ରୀ ସ୍ୱାମୀ ହସ୍ତକ୍ଷେପ କରିଥିଲେ ଓ କହିଥିଲେ ୪୨ତମ ସଂଶୋଧିତ ଆଇନ ୧୯୭୫-୭୬ ଜରୁରିକାଳୀନ ସମୟରେ ପାରିତ ହୋଇଥିଲା।

ଜଷ୍ଟିସ ଖାନ୍ନା ହଠାତ୍‌ ଏହା ଶୁଶି ସ୍ୱାମୀଙ୍କୁ କହିଥିଲେ ଯେ ବିଚାରପତି କେସ୍‌ ଫାଇଲକୁ ଆଜି ସକାଳେ ପାଇଛନ୍ତି। ସମୟ ଅଭାବରୁ ବିଚାରପତି ଏହାକୁ ଭଲ ଭାବେ ପଢ଼ି ନେହାନ୍ତି। ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ଦରକାର। ତେଣୁ ମାମଲାର ପରବର୍ତ୍ତୀ ଶୁଶାଣି ଏପ୍ରିଲ ୨୯ରେ ହେବ।

ଶ୍ରୀ ସ୍ୱାମୀ, ବଳରାମ ସିଂହ ନାମକ ଜଣେ ବ୍ୟକ୍ତି, ଶ୍ରୀ ଜୈନ ଓ ଅନ୍ୟ କିଛି ଲୋକ ମୁଖବନ୍ଧରୁ ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦ ହଟଠାଇବାକୁ ଆବେଦନ କରିଥିଲେ। ୨୦୨୨ ମସିହା ସେପ୍ଟେମ୍ବର ୨ରେ ସୁପ୍ରିମକୋର୍ଟ ଏସଂକ୍ରାନ୍ତ ସବୁ ଆବେଦନକୁ ଏକାଠି କରି ଶୁଣାଣି ପାଇଁ ତାଲିକା ଭୁକ୍ତ କରିବାକୁ କହିଥିଲେ।

ଇନ୍ଦିରା ଗାନ୍ଧି ସରକାର ୧୯୭୬ ମସିହା ସମ୍ବିଧାନର ୪୨ତମ ସଂଶୋଧନ ବଳରେ ମୁଖବନ୍ଧରେ ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦ ଯୋଡ଼ିଥିଲେ। ଏଥିଯୋଗୁ ଭାରତର ପରିଚୟ ମୁଖବନ୍ଧରେ ବଦଳି ଥିଲା। ତଥାପି ମୁଖବନ୍ଧରେ ୧୯୭୬ ମସିହା କଥା ଉଲ୍ଲେଖ କରାଯାଇନି। ଏଥିରେ କେବଳ ୧୯୪୯ ମସିହା ନଭେମ୍ବର ୨୬ରେ ଗ୍ରହଣ କରାଯାଇଥିଲା ବୋଲି ଉଲ୍ଲେଖ କରାଯାଇଛି।

Constitution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe