Advertisment

ପାଣି ନଷ୍ଟ କଲେ ଗଣିବେ ୨ ହଜାର ଟଙ୍କାର ଫାଇନ, ୨୦୦ ଟିମ କରିବେ ପ୍ୟାଟ୍ରୋଲିଂ

ଜଳ ବୋର୍ଡ ସିଇଓଙ୍କୁ ପାଣିର ଅଯଥା ଅପଚୟକୁ ରୋକିବା ପାଇଁ ୨୦୦ଟି ଟିମ ଗଠନ କରିବାକୁ କୁହାଯାଇଛି।

author-image
Hemant Lenka
Water

Water

ପ୍ରବଳ ଗ୍ରୀଷ୍ମ ପ୍ରବାହ ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ଦେଖାଯାଇଛି ଜଳସଙ୍କଟ ସ୍ଥିତି। ଏହାକୁ ମୁକାବିଲା ପାଇଁ ଦିଲ୍ଲୀ ସରକାର ଆପଣାଇଛନ୍ତି ନୂଆ ଫଣ୍ଡା। ପାଣିର ଅଯଥା ଅପଚୟକୁ ରୋକିବା ପାଇଁ ଫାଇନ ବ୍ୟବସ୍ଥା ହୋଇଛି।

Advertisment

ପାଣିରେ କାର ଧୋଇଲେ, ଘରୋଇ ବ୍ୟବହାର ବଦଳରେ ବ୍ୟବସାୟିକ କ୍ଷେତ୍ରରେ ପାଣିର ବ୍ୟବହାର କଲେ ଓ ପାଣି ଟ୍ୟାଙ୍କର୍‌ ଓଭର ଫ୍ଲୋ କଲେ ୨ ହଜାର ଟଙ୍କାର ଜୋରିମାନା ଦାଖଲ କରିବାକୁ ପଡ଼ିବ।

ଦିଲ୍ଲୀର ବିଭାଗୀୟ ମନ୍ତ୍ରୀ ଆତିଶୀ ଜଳ ବୋର୍ଡ ସିଇଓଙ୍କୁ ପାଣିର ଅଯଥା ଅପଚୟକୁ ରୋକିବା ପାଇଁ ୨୦୦ଟି ଟିମ ଗଠନ କରିବାକୁ କହିଛନ୍ତି। ଏହି ଟିମ ପ୍ୟାଟ୍ରୋଲିଂ କରି ଲୋକଙ୍କୁ ସତର୍କ କରାଇବ ଓ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Advertisment

ମିଳିଥିବା ସୂଚନା ଅନୁସାରେ, ଟିମର ସଦସ୍ୟମାନେ ଆବାସିକ ଅଞ୍ଚଳଗୁଡ଼ିକୁ ଯିବେ ଓ ସେଠାରେ ପାଣି ନଷ୍ଟ ହେଉଛି କି ନାହିଁ, ତା’ର ତଦାରଖ କରିବେ। ଯଦି କେହି ପାଣି ପାଇପରେ କାର ସଫା କରୁଛନ୍ତି, ପିଇବା ପାଣିକୁ ନିର୍ମାଣ କାମରେ ବ୍ୟବହାର କରୁଛନ୍ତି କିମ୍ବା ପାଣିକୁ ନଷ୍ଟ କରୁଛନ୍ତି, ତା’ହେଲେ ସେମାନଙ୍କ ଠାରୁ ୨ ହଜାର ଟଙ୍କାର ଫାଇନ ଆଦାୟ କରାଯିବ।

ଦିନକ ତଳେ ଆତିଶୀ ଅଭିଯୋଗ କରିଥିଲେ ଯେ ଦିଲ୍ଲୀ ଭାଗ ପାଣି ହରିୟାଣ ସରକାର ବନ୍ଦ କରି ଦେଇଛନ୍ତି। ମେ’ରେ ୱାଜିରାବାଦର ଜଳସ୍ତର ୬୭୪.୫ ଫୁଟ ଥିଲା। ଗତବର୍ଷ ଏପ୍ରିଲ, ମେ’ ଓ ଜୁନରେ ହାରାହାରି ସ୍ତରକୁ ୬୭୪.୫ ଫୁଟ ରଖାଯାଇଥିଲା। ଚଳିତ ବର୍ଷ ମେ’ ୮ ସୁଦ୍ଧା ୱାଜିରାବାଦର ଜଳସ୍ତର ୬୭୨ ଫୁଟ ଓ ମେ’ ୨୦ ସୁଦ୍ଧା ଏହା ୬୭୧ ଫୁଟକୁ ଖସି ଆସିଥିଲା। ମଙ୍ଗଳବାର ଅର୍ଥାତ ଆଜି ଜଳସ୍ତର ୬୬୯.୮ ଫୁଟ ରହିଛି।

Delhi Water Problem Water Crisis