Advertisment

ଗ୍ୟାସ ଚାମ୍ବର ପାଲଟିଲା ରାଜଧାନୀ, ନିଶ୍ୱାସ ନେବା କଷ୍ଟକର

ପ୍ରଦୂଷଣ କରୁଥିବା ଟ୍ରକ୍‌, ଚାରିଚକିଆ ଗାଡି ଓ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି।

author-image
Madhupriya Mistry
Delhi Air Pollution

Delhi Air Pollution

ଚାରିଆଡେ କେବଳ ଧୂଆଁର ଚାଦର। ଯୁଆଡେ ଚାହିଁବ ସିଆଡେ କେବଳ ଉଡୁଛି ଧୂଳି। ଦେଖାଯିବା ତ ଦୂରର କଥା ନିଶ୍ୱାସ ନେବା ବି ମୁସକିଲ ହୋଇପଡିଛି। ଏକ ପ୍ରକାର ଗ୍ୟାସ ଚାମ୍ବାର ପାଲଟିଛି ରାଜଧାନୀ ଦିଲ୍ଲୀ। ଏଠାକାର ବାୟୁରେ ବିଷାକ୍ତ ପାଲଟି ଯାଇଛି। 

Advertisment

ଆଜି ବି ଦିଲ୍ଲୀରେ ବାୟୁ ପ୍ରଦୂଷଣସ୍ତର ପ୍ରବଳ ମାତ୍ରାରେ ବୃଦ୍ଧି ପାଇଛି। ଏଠାକାର ବାୟୁର ମାନକ ଆଜି ୪୦୦ ଉପରେ ରହିଛି। ଦିଲ୍ଲୀର ବଜିରପୁର ଅଞ୍ଚଳରେ ବାୟୁର ମାନକ ବେଶ୍‌ ଗୁରୁତର ଶ୍ରେଣୀରେ ପହଞ୍ଚିଛି। ଏଆଇକ୍ୟୁ ତଥା ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୩୭ ଥିବା ରେକର୍ଡ କରାଯାଇଛି।

ସେହିପରି ପୁରମ ଅଞ୍ଚଳରେ ୪୩୪, ନେହରୁ ନଗରରେ ୩୨୬, ଶାଦିପୁରରେ ୪୫୧, ଓଖଲାରେ ୪୩୬, ବବାନାରେ ୪୩୪, ମୁଣ୍ଡକାରେ ୪୨୪, ଆନନ୍ଦ ବିହାରରେ ୪୩୮, କରଣୀ ସିଂହ ଶୁଟିଂ ରେଞ୍ଜରେ ୪୫୧ ଏଆଇକ୍ୟୁ ଥିବା ସୂଚନା ମିଳିଛି।

Advertisment

ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଗୁରୁତର ଶ୍ରେଣୀରେ ପହଞ୍ଚିବା ଯୋଗୁ ଲୋକେ ଘରୁ ବାହାରିବା ମୁସକିଲ ହୋଇପଡିଛି। କେବଳ ସେତିକି ନୁହେଁ ଛୋଟ ପିଲାଓ ବୟସ୍କ ଲୋକଙ୍କୁ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହେଉଛି। ଏହାର ମୁକାବିଲା ପାଇଁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପାଣି ସିଞ୍ଚନ କାମ ଜାରି ରହିଛି। ଏଥିସହ ୫୦୦ରୁ ଅଧିକ ଟିମ୍‌ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି। ଲୋକଙ୍କୁ କଡାକଡି ଭାବେ ନିୟମ ପାଳନ କରିବାକୁ କହୁଛନ୍ତି। ସେପଟେ ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରଦୂଷଣ କରୁଥିବା ଟ୍ରକ୍‌, ଚାରିଚକିଆ ଗାଡି ଓ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି।

ଏଥିସହ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ଯୋଜନାର ତୃତୀତ ପର୍ଯ୍ୟାୟ ପ୍ରତିବନ୍ଧକ ଲାଗୁ କରାଯାଇଛି। ଅନାବଶ୍ୟକ ନିର୍ମାଣ କାର୍ଯ୍ୟ, ପଥର ଭାଙ୍ଗିବା ଓ ଖନନ କାମକୁ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି। ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଓ ଗୌତମ ବୁଦ୍ଧ ନଗରରେ ବିଏସ୍‌-୩ ପେଟ୍ରୋଲ ଓ ବିଏସ୍‌-୪ ଡିଜେଲ ଗାଡିକୁ ବ୍ୟାନ୍‌ କରାଯାଇଛି।

Delhi Delhi Air Pollution