Advertisment

୧୦ ତାରିଖ ଯାଏ ସ୍କୁଲ ବନ୍ଦ

ପ୍ରଥମରୁ ୫ମ ଯାଏଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Madhupriya Mistry
School Close

School Close

ବଢ଼ୁଛି ପ୍ରଦୂଷଣ ମାତ୍ରା। ଯୁଆଡେ ଚାହିଁବ ସିଆଡେ କେବଳ ଧୂଳି ଆଉ ଧୂଆଁ। ସ୍ଥିତି ଏପରି ଯେ ନିଶ୍ୱାସ ନେବା ବି ମୁସକିଲ ହୋଇପଡିଲାଣି। ଏହାକୁ ଦୃଷ୍ଟିରେ ରଖି ଏବେ ସରକାର କଡା ପଦକ୍ଷେପ ନେଇଛନ୍ତି। ଆସନ୍ତା ନଭେମ୍ବର ୧୦ ତାରିଖ ଯାଏ ଦେଶର ରାଜଧାନୀ ଦିଲ୍ଲୀରେ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଛି।

Advertisment

ପ୍ରଥମରୁ ୫ମ ଯାଏଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ୬ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। କିନ୍ତୁ ବିକଳ୍ପ ଦିଆଯାଇଛି ଯେ ଯଦି ସେ ଚାହାଁନ୍ତି, ତେବେ ଅନଲାଇନ୍ କ୍ଲାସ୍ କରିପାରିବେ। ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି ଏ ବିଷୟରେ ସୂଚନା ଦେଇଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ନଭେମ୍ବର ୫ ପର୍ଯ୍ୟନ୍ତ ପଞ୍ଚମ ଶ୍ରେଣୀ ଯାଏ ସମସ୍ତ ସ୍କୁଲ ବନ୍ଦ ରହିଥିଲା। ବର୍ତ୍ତମାନ ଏହାକୁ ୧୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ତଥା ବାୟୁର ମାନକ ୪୫୦ ଅତିକ୍ରମ କରିଛି। ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଆଜି ସକାଳେ ଦିଲ୍ଲୀରେ AQI ୪୫୩ ଥିବା ରେକର୍ଡ କରାଯାଇଥିଲା, ଯାହା ଗୁରୁତର କ୍ୟାଟେଗୋରୀରେ ଆସେ।

Advertisment

ସ୍ୱିସ୍ ଗ୍ରୁପ୍ IQAir ର ତଥ୍ୟ ଅନୁଯାୟୀ ରାଜଧାନୀ ଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇ ସହିତ ଆଜି ବିଶ୍ୱର ସବୁଠୁ ପ୍ରଦୂଷିତ ସହର ଅଟେ। ଆଜି ସକାଳେ ନୂଆଦିଲ୍ଲୀ ପୁନର୍ବାର AQI ୪୮୩ ସହିତ ରିଅଲ୍ ଟାଇମ୍ ତାଲିକାରେ ଶୀର୍ଷରେ ଅଛି। ଏହା ପଛକୁ ଅଛି ଲାହୋର। ଏଠାରେ AQI ୪୮୩ ୩୭୧ ଥିବା ରେକର୍ଡ କରାଯାଛି। ସେହିପରି କୋଲକାତା ଏବଂ ମୁମ୍ବାଇ ମଧ୍ୟ ଯଥାକ୍ରମେ ୨୦୬ ଏବଂ ୧୬୨ AQI ସହ ବାୟୁ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହୋଇଥିବା ୫ ଟି ସହର ମଧ୍ୟରେ ସାମିଲ ଅଛି।

Delhi Delhi Air Pollution