Advertisment

ଧୂଆଁ ଧୂଆଁ ରାଜଧାନୀ, ନିଶ୍ୱାସ ନେବା ମୁସ୍‌କିଲ

ବୟସ୍କ ବ୍ୟକ୍ତି, ଛୋଟ ପିଲା ଏବଂ ରୋଗୀମାନେ ଏଥିଯୋଗୁ ଅଧିକ ସମସ୍ୟା ଭୋଗୁଛନ୍ତି। ସେମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।

ଅଦ୍ୟତନ ହୋଇଛି
Delhi Air Pollution

Delhi Air Pollution

Advertisment

ଯୁଆଡ଼େ ଦେଖିବ ସିଆଡ଼େ କେବଳ ଧୂଆଁ ଆଉ ଧୂଆଁ। ଗ୍ୟାସ୍‌ ଚାମ୍ବାର ପାଲଟି ଗଲାଣି ରାଜଧାନୀ ଦିଲ୍ଲୀ। ପ୍ରଦୂଷଣ ଉପରେ ଲାଗୁନି ବ୍ରେକ୍‌। ଦିନକୁ ଦିନ ଏହା ବଢ଼ି ଚାଲିଛି। ଫଳରେ ଲୋକେ ନିଶ୍ୱାସ ନେବା ଏବେ କଷ୍ଟକର ହୋଇପଡ଼ିଛି।

Advertisment

ଦୀପାବଳି ପୂର୍ବରୁ ଡ଼ରାଇଲାଣି ଦିଲ୍ଲୀର ପ୍ରଦୂଷଣ। ଏଠାକାର ଜଳବାୟୁ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଲୋକମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୟସ୍କ ବ୍ୟକ୍ତି, ଛୋଟ ପିଲା ଏବଂ ରୋଗୀମାନେ ଏଥିଯୋଗୁ ଅଧିକ ସମସ୍ୟା ଭୋଗୁଛନ୍ତି। ସେମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।

ସକାଳୁ ସକାଳୁ ହିଁ ଦିଲ୍ଲୀ, ନୋଏଡା-ଗ୍ରେଟର ନୋଏଡା ଏବଂ ଗାଜିଆବାଦ ସମେତ ଅନେକ ଅଞ୍ଚଳ ଧୂଆଁର ଚାଦର ତଳେ ଢ଼ାଙ୍କି ହୋଇଯାଇଛି। ପ୍ରଶାସନ ପ୍ରଦୂଷଣ ଦୂର କରିବା ପାଇଁ ଲାଗିପଡିଥିଲେ ସୁଦ୍ଧା ବାୟୁ ଗୁଣବତ୍ତାରେ କିନ୍ତୁ କୌଣସି ସୁଧାର ଆସୁନାହିଁ।

Advertisment

ଦିଲ୍ଲୀ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖାରପ ଶ୍ରେଣୀକୁ ଚାଲିଯାଇଛି। ଏଠାକର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ପାର୍‌ କରିଛି। ସେହିପରି ମୁଣ୍ଡକାରେ ମଧ୍ୟ AIQ ୩୧୪ ରହିଛି। ପଞ୍ଜାବୀ ବାଗ୍‌ରେ ମଧ୍ୟ ବାୟୁର ଗଣବତ୍ତା ୩୦୦ ଥିବା ରେକର୍ଡ ହୋଇଛି।

ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ଖରାପ ହେବାର ସବୁଠାରୁ ବଡ଼ କାରଣ ହେଉଛି ପଞ୍ଜାବ-ହରିୟାଣା ସମେତ ପଡୋଶୀ ରାଜ୍ୟରେ ନଡ଼ା ଜଳିବା। ପ୍ରତିବର୍ଷ ଏହି ଋତୁରେ କୃଷକମାନେ ନଡ଼ା ଜଳିବା ଯୋଗୁ ଦିଲ୍ଲୀର ବାୟୁ ବିଷାକ୍ତ ହୋଇଯାଏ। ଦୀପାବଳିକୁ ଆଉ ମାତ୍ର ୪ ଦିନ ବାକି ଅଛି କିନ୍ତୁ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି।

ସେପଟେ ନଡ଼ା ଜାଳିବାକୁ ନେଇ କେନ୍ଦ୍ର ସରକାର ପଞ୍ଜାବ ଓ ହରିୟାଣାକୁ ତାଗିଦ କରିଛନ୍ତି। ନଡ଼ା ଜାଳୁଥିବା ହଟ୍‌ସ୍ପଟ୍‌ ଅଞ୍ଚଳକୁ ଚିହ୍ନଟ କରିବାକୁ କୁହାଯାଇଛି। ଏଥିସହ ନଡ଼ା ଜାଳୁଥିବା କୃଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Delhi Air Pollution Air Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe