Advertisment

ଗ୍ୟାସ ଚାମ୍ବର ପାଲଟିଲା ଦିଲ୍ଲୀ, ସ୍ଥିତି ସାଂଘାତିକ

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଗତକାଲି AQI 470 ଥିବାବେଳେ ଆଜି AQI 500ରେ ପହଞ୍ଚିଛି।

author-image
Madhupriya Mistry
Air Pollution

Air Pollution

ବିଷ ପାଲଟିଲା ବାୟୁ। ଚାରିଆଡେ କେବଳ ଧୂଆଁ ଆଉ ଧୂଆଁ। କିଛି ବି ହେଉନାହିଁ ଦୃଶ୍ୟମାନ। ଏକ ପ୍ରକାର ଗ୍ୟାସ୍‌ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ। ଏଠାରେ ବାୟୁ ପ୍ରଦୂଷଣର ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଅତ୍ୟନ୍ତ ନିମ୍ନ ସ୍ତରକୁ ଖସିଛି ବାୟୁର ମାନ। ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ସମସ୍ତ ରେକର୍ଡ ଭାଙ୍ଗିଛି। ବିଭିନ୍ନ ସ୍ଥାନରେ ଆଜି AQI ୫୦୦ ଟପିଛି।

Advertisment

ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ ହେବା ଯୋଗୁ ଲୋକେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ବାସ୍ତବରେ, ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଗତକାଲି AQI 470 ଥିବାବେଳେ ଆଜି AQI 494 ରେ ପହଞ୍ଚିଛି। ଦିଲ୍ଲୀର ଆଲିପୁରରେ AQI 500, ଆନନ୍ଦ ବିହାରରେ 500 ଏବଂ ବାୱାନାରେ 500 ଥିବା ରେକର୍ଡ ହୋଇଛି। ସେହିପରି ଜାହାଙ୍ଗିରପୁରାରେ 500, ଜବାହରଲାଲ ନେହେରୁ ଷ୍ଟାଡିୟମରେ AQI 500, ଲୋଧି ରୋଡରେ 493, ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ 499, ମନ୍ଦିର ମାର୍ଗରେ 500, ମୁଣ୍ଡକା 500 ଏବଂ ନଜଫଗଡରେ 491ରେ ପହଞ୍ଚିଛି AQI।

ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ GRPA 4 ଲାଗୁ କରାଯାଇଛି। ଏହି କାରଣରୁ ଦିଲ୍ଲୀର ସ୍କୁଲଗୁଡିକ ମଧ୍ୟ ବନ୍ଦ ରହିଛି। କ୍ଲାସଗୁଡ଼ିକ ବର୍ତ୍ତମାନ ଅନଲାଇନ୍ ମାଧ୍ୟମ ମାଧ୍ୟମରେ କରାଯିବ। ସେହିପରି ଦିଲ୍ଲୀ ୟୁନିର୍ଭସିଟି ଓ ଜେଏନ୍‌ୟୁ ମଧ୍ୟ ବନ୍ଦ ରଖାଯାଇଛି। ଅନ୍‌ଲାଇନ୍‌ କ୍ଲାସ ପାଇଁ ଘୋଷଣା ହୋଇଛି।

Advertisment

ସେହିପରି ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ ସ୍ତରକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟଗୁଡ଼ିକର ସମୟ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ MCD କାର୍ଯ୍ୟାଳୟରେ ସକାଳ ସାଢ଼େ ୮ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ। ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ସକାଳ ୧୦ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ କାମ କରିବେ। ସେହିପରି ଘରୋଇ ସେକ୍ଟରେ କାମ କରୁଥିବା ଅଧିକାଂଶ କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ ହୋମ୍‌ କରିବାକୁ ପରାମର୍ଶ ଦିଆଯାଇଛି। 

Delhi Delhi Air Pollution