Advertisment

ଭୟଙ୍କର ବାୟୁ ପ୍ରଦୂଷଣ, ସ୍କୁଲ ବନ୍ଦ, GRPA 4 ଲାଗୁ

ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ୱାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

Pollution

Pollution

Advertisment

ବାୟୁ ପାଲଟି ଗଲାଣି ବିଷ। ଯୁଆଡେ ଦେଖିବ ସିଆଡେ କେବଳ ଧୂଆଁ ଆଉ ଧୂଆଁ। ଗ୍ୟାସ୍‌ ଚାମ୍ବର ପାଲଟିଲା ରାଜଧାନୀ। ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ। ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି। ରେକର୍ଡ ଭାଙ୍ଗିଛି AQI। ଆଜି ସକାଳୁ ଦିଲ୍ଲୀରେ ବାୟୁର ମାନ ୪୮୦ ଉପରେ ଥିବା ରେକର୍ଡ କରାଯାଇଛି। ଫଳରେ ମୁକାବିଲା ପାଇଁ ଆଜିଠୁ ସକାଳ ୮ଟାରୁ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪ ଲାଗୁ ହୋଇଛି।

Advertisment

ଏହି କଟକଣା ପରେ ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ। କେବଳ ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ। ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ।

BS-4 କିମ୍ବା ତାଠୁ କମ୍ ମାନକ ଡିଜେଲ ଚାଳିତ ମିଡିୟମ୍ ଗୁଡସ୍ ଭେଇକିଲ୍ ଓ ହେଭି ଗୁଡସ୍ ଭେଇକିଲ୍ ଉପରେ ପ୍ରତିବନ୍ଧକ ରହିବ। ଏଥିପାଇଁ ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଗତ ରାତିରୁ ଚେକିଂକୁ କଡ଼ାକଡ଼ା କରାଯାଇଛି। ଦିଲ୍ଲୀ-ଏନସିଆରରେ ସମସ୍ତ ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ବନ୍ଦ ରହିବ। ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ବାକି ସମସ୍ତ କ୍ଲାସ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ। ଅନଲାଇନ୍ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି।

Advertisment

ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି। କେନ୍ଦ୍ର ସରକାରୀ କର୍ମଚାରୀ ୱର୍କ ଫ୍ରମ ହୋମ କରିବା ଉପରେ ନିଷ୍ପତ୍ତି ନେବାକୁ କୁହାଯାଇଛି। ଏଥିସହ ଦିଲ୍ଲୀରେ ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ କୁହାଯାଇଛି। ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ୱାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଲଗାତର ସପ୍ତାହ ଧରି ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ ରହି ଆସିଲାଣି। ଗତକାଲି ସନ୍ଧ୍ୟା ୭ଟାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୫୭ ଛୁଇଁଥିଲା। ଏହାପରେ ଗ୍ରେପ୍ ସବ୍ କମିଟିର ଜରୁରୀ ବୈଠକ ବସିଥିଲା। ଏହାର ମୁକାବିଲା ପାଇଁ ଗ୍ରେପ-୪ କଟକଣା ନେଇ ନିଷ୍ପତ୍ତି ହୋଇଥିଲା। ଏହାପୂର୍ବରୁ ଅକ୍ଟୋବର ୧୪ ତାରିଖରେ ଗ୍ରେପ୍-୧, ଅକ୍ଟୋବର ୨୧ରେ ଗ୍ରେପ୍-୨ ଏବଂ ନଭେମ୍ବର ୧୪ ତାରିଖରେ ଗ୍ରେପ୍-୩ ଲାଗୁ ହୋଇଥିଲା।

Delhi Delhi Air Pollution GRPA 4
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe