Advertisment

ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା; କାହିଁକି GRAP-୪ ଲାଗୁ କରିବାରେ ବିଳମ୍ବ କଲ?

ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ପାର୍ କରି ଗଲାଣି, ଯହାର ଅର୍ଥ ପ୍ରଦୂଷଣ ଭୟଙ୍କର ସ୍ଥିତିରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

ସବୁଠୁ ଖରାପ ଅବସ୍ଥାରେ ଦିଲ୍ଲୀର ବାୟୁ ଗଣବତ୍ତା। ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ପାର୍ କରି ଗଲାଣି, ଯହାର ଅର୍ଥ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ଏହାକୁ ନେଇ ଦିଲ୍ଲୀ ସରକାର ଓ କେନ୍ଦ୍ରୀୟ ପ୍ରଶାସନଙ୍କୁ କଡ଼ା ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ।

Advertisment

ସରକାର କାହିଁକି ସାଙ୍ଘାତିକ ପରିସ୍ଥିତି ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ, ସମୟ ଥାଉ ଥାଉ କାହିଁକି ଗ୍ରେଡେଡ ରେସ୍ପନ୍ସ ଆକ୍ସନ ପ୍ଲାନ୍ (GRAP) ଲାଗୁ କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ଦିଲ୍ଲୀରେ GRAP-୪ ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଲଗାତାର ଭାବେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁ ଗୁଣବତ୍ତା ନିମ୍ନସ୍ତରକୁ ଖସିବା ପରେ ଆଜି GRAP-୪ ଲାଗୁ କରାଯାଇଛି। ବାୟୁ ଗୁଣବତ୍ତା ୪୦୦ରୁ ଅତିକ୍ରମ କରିବା ପରେ ଦିଲ୍ଲୀରେ ଏହି ନିୟମ ଲାଗୁ ହୋଇଛି। ଏହି ନିୟନ ଲାଗୁହେବା ପରେ ଦିଲ୍ଲୀ-ଏନସିଆରରେ ସମସ୍ତ ନିର୍ମାଣ ଏବଂ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ।

Advertisment

ଏଥିସହ ଦିଲ୍ଲୀକୁ ଭାରି ଯାନ ପ୍ରବେଶ କରିପାରିବ ନାହିଁ, ଯାହା ଫଳରେ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବା ସହ ପ୍ରଦୂଷଣକୁ ରୋକାଯାଇ ପାରିବ। ସେହିପରି ପ୍ରାଥମିକ ସ୍କୁଲ୍ ଅର୍ଥାତ୍ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ୍ ୱାର୍କ ଫ୍ରମ୍ ହୋମ୍ କରାଯାଇ ଥିବାବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ ଲୋକଙ୍କୁ ଅଫିସରେ ଏବଂ ଆଉ ଅଧା କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି। ଏପରିକି ଇଭିନ୍-ଅଡ୍ ନିୟମରେ ମଧ୍ୟ ଗାଡ଼ି ଚଳାଚଳ କରିବ।

ପ୍ରଦୂଷଣ ମାତ୍ରା ଅତି ସାଙ୍ଘାତିକ ହେବା ପରେ ଦିଲ୍ଲୀ ସରକାର GRAP-୪ ଲାଗୁ ସହ ଏହି ନିୟମ ଆପଣାଇଲେ। ଏହାକୁ ନେଇ ସରକାରଙ୍କ ପରିଚାଳନା ପଦ୍ଧତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ କାହିଁକି ଏପରି ଆକ୍ସନ ପ୍ଲାନ୍ ଆପଣାଇଲେନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।ସ୍ଥିତି ଅତି ସାଙ୍ଘାତିକ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାର ନଥିଲା, ପରବର୍ତ୍ତୀ ନିର୍ଦ୍ଦେଶ ନ ହେବା ଯାଏ ଦିଲ୍ଲୀରେ GRAP-୪ ବଳବତ୍ତର ରହିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। 

ବାୟୁ ଗୁଣବତ୍ତା ଏବଂ ପାଣିପାଗ ପୂର୍ବାନୁମାନ ଓ ଅନୁସନ୍ଧାନ (SAFAR) ତଥ୍ୟ ଅନୁଯାୟୀ, ଆଜି ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ୪୮୧ ଅତିକ୍ରମ କରିଯାଇଛି। ଦ୍ୱାରକାରେ ସର୍ବଧିକ ୪୯୯ ରହିଥିଲା।     

Supreme Court Delhi Pollution Delhi AQI AIQ GRAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe