Advertisment

ଶୀତ ପୂର୍ବରୁ ବଢ଼ିଲା ପ୍ରଦୂଷଣ, ଲାଗିଲା କଟକଣା

ଆଗକୁ ଏହି ପ୍ରଦୂଷଣ ମାତ୍ରା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

Delhi pollution

Delhi pollution

Advertisment

ପୁଣି ବିଷ ବଳୟରେ ରାଜଧାନୀ। ଶୀତ ପୂର୍ବରୁ ବଢ଼ିଲାଣି ପ୍ରଦୂଷଣ। ଅଳ୍ପ ଶୀତ ପଡିବା ପରେ ଦିଲ୍ଲୀରେ ବଢ଼ିଛି ପ୍ରଦୂଷଣ। ଯୁଆଡେ ଦେଖିବ ଖାଲି ଧୂଆଁଳିଆ ଦେଖା ଯାଉଛି। ଚାରିଆଡେ ଧୂଆଁର ଚାଦର ଢ଼ାଙ୍କି ହେଲା ଭଳି ମନେ ହେଉଛି। ସକାଳୁ ଗାଡି ମଟର ଚଳାଚଳ କରିବା ବି ମୁସକିଲ ହୋଇଛି। ଆଗକୁ ଏହି ପ୍ରଦୂଷଣ ମାତ୍ରା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। ଶନିବାର ଦିଲ୍ଲୀରେ ବାୟୁର ଗଣବତ୍ତା ୨୪୮ ଥିବା ରେକର୍ଡ କରାଯାଇଛି।

Advertisment

ସେପଟେ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣ ମାତ୍ରାକୁ ଦେଖି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଷ୍ଟେଜ-୨ କଟକଣା ଲାଗୁ କରାଯାଇଛି। ପ୍ରଦୂଷଣ ବୃଦ୍ଧି ହେବାର ଆଶଙ୍କା ମଧ୍ୟରେ କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଶନିବାର ଦିନ ପାର୍କିଂ ଶୁଳ୍କ ବୃଦ୍ଧି କରିବାକୁ ଏବଂ ଘରୋଇ ପରିବହନକୁ ରୋକିବା ଲାଗି ସିଏନ୍‌ଜି/ ଇଲେକ୍ଟ୍ରିକ୍ ବସ୍, ମେଟ୍ରୋ ସେବାକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୀତଦିନେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ-ଏନସିଆରରେ କାର୍ଯ୍ୟକାରୀ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ଫେଜ୍ ରେସପନ୍ସ ଆକ୍ସନ ପ୍ଲାନ (GRAP)ର ଦ୍ୱିତୀୟ ପର୍ଯ୍ୟାୟରେ ଏହି ନିର୍ଦ୍ଦେଶ ଦିଆଯାଇଛି।  

ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ସ୍ଥିତିକୁ ସମୀକ୍ଷା କରିବା ପାଇଁ ଏକ ବୈଠକ ବସିଥିଲା। ଏଥିରେ ଗୁଣବତ୍ତା ପରିଚାଳନା ଆୟୋଗ (CAQM) କହିଛନ୍ତି ଯେ ଭାରତ ପାଣିପାଗ ବିଭାଗ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟେରୋଲୋଜିର ପୂର୍ବାନୁମାନରୁ ଜଣାପଡିଛି ଯେ ପ୍ରତିକୂଳ ପାଗ ଏବଂ ଜଳବାୟୁ ପରିସ୍ଥିତି ଯୋଗୁ ଆଗକୁ ପ୍ରଦୂଷଣର ମାତ୍ରା ବଢ଼ିପାରେ। ଆସନ୍ତା ୨୩ ଓ ୨୪ରେ ଦିଲ୍ଲୀରେ ବାୟୁର ଗଣବତ୍ତା ଆହୁରି ଖରାପ ଶ୍ରେଣୀକୁ ଯାଇପାରେ। ତେଣୁ ଏହା ପୂର୍ବରୁ ସଜାଗ ହେବା ଜରୁରୀ ବୋଲି କୁହାଯାଇଛି।

Advertisment
Delhi Delhi Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe