Advertisment

ସାମାନ୍ୟ ସୁଧୁରିବା ପରେ ପୁଣି ସିଭିୟର ହେଲା ଦିଲ୍ଲୀର ପ୍ରଦୂଷଣ

୨୪ ଘଣ୍ଟା ମଧ୍ୟରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୪୦୧ରେ ପହଞ୍ଚିଛି। ଏହାର ଅର୍ଥ ଦିଲ୍ଲୀରେ ପ୍ରଦୂଷଣ ପୁଣି ସାଂଘାତିକ ସ୍ତର ଛୁଇଁଛି।

Delhi

Delhi

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ପୁଣିଥରେ ସିଭିୟର ବର୍ଗରେ ପ୍ରବେଶ କରିଛି। ୨୪ ଘଣ୍ଟା ମଧ୍ୟରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୪୦୧ରେ ପହଞ୍ଚିଛି। ଏହାର ଅର୍ଥ ଦିଲ୍ଲୀରେ ପ୍ରଦୂଷଣ ପୁଣି ସାଂଘାତିକ ସ୍ତର ଛୁଇଁଛି। ସହରରେ ଥିବା ୩୯ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୧୯ଟିର ଏକ୍ୟୁଆଇ ସିଭିୟର ବର୍ଗରେ ପହଞ୍ଚିଛି। ଜାହାଙ୍ଗିରପୁରୀରେ ଏକ୍ୟୁଆଇ ସବୁଠାରୁ ଅଧିକ ୪୪୫ ରହିଛି।

Advertisment

ଦିଲ୍ଲୀରେ ଦୀର୍ଘ ଗୋଟିଏ ସପ୍ତାହ ଧରି ବାୟୁର ଗୁଣବତ୍ତା ସିଭିୟର ଓ ସିଭିୟର ପ୍ଲସ ବର୍ଗରେ ରହିଥିଲା। ତେବେ ଶୁକ୍ରବାର ସକାଳ ଏଥିରେ ସାମାନ୍ୟ ସୁଧାର ଆସିଥିଲା। ଏକ୍ୟୁଆଇ ୩୭୧ରେ ପହଞ୍ଚିବା ସେ ଅତି ଖରାପ ବର୍ଗକୁ ଖସି ଥିଲା। ହେଲେ ସମୟ ବଢ଼ିବା ସହ ପ୍ରଦୂଷଣର ମାତ୍ରା ମଧ୍ୟ ପୁଣି ଖରାପ ହେବାରେ ଲାଗିଛି। ୫ଟା ସୁଦ୍ଧା ଏହା ୩୯୭ ଓ ୬ଟା ବେଳକୁ ଏକ୍ୟୁଆଇ ୪୦୧ରେ ପହଞ୍ଚିଛି।

ଏକ୍ୟୁଆଇ ୦ରୁ ୫୦ ରହିଲେ ଭଲ, ୫୧ରୁ ୧୦୦ ରହିଥିଲେ ସନ୍ତୋଷଜନ, ୧୦୧ରୁ ୨୦୦ ରହିଲେ ମଧ୍ୟମଧରଣର, ୨୦୧ରୁ ୩୦୦ ଖରାପ, ୩୦୦ରୁ ୪୦୦ ଅତି ଖରାପ, ୪୦୧ରୁ ୫୦୦ ସଭିୟର ବୋଲି ବିବେଚନା କରାଯାଏ।

Advertisment

ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବାରୁ ଶ୍ୱାସକ୍ରିୟାରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ମାଣ କମା ଠାରୁ ଆରମ୍ଭ କରି ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ତଥାପି ପ୍ରଦୂଷଣର ମାତ୍ର ହ୍ରାସ ପାଉନାହିଁ।

Delhi Pollution Air Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe