Advertisment

ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ

ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।

Delhi Air Pollution

Delhi Air Pollution

Advertisment

ପ୍ରବଳ ଶୀତ ସାଙ୍ଗକୁ ବିଷାକ୍ତ ବାୟୁରେ ଅଣନିଃଶ୍ୱାସୀ ହୋଇପଡ଼ିଲେଣି ଦିଲ୍ଲୀବାସୀ। କାରଣ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ପୁଣିଥରେ ‘ସିଭିୟର’ ସ୍ଥିତିରେ ପହଞ୍ଚିଛି। ସରକାରୀ ତଥ୍ୟ ଅନୁସାରେ ଦିଲ୍ଲୀରେ ଆଜି (ରବିବାର) ଅପରାହ୍ନ ୩ଟା ସୁଦ୍ଧା ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ବଢ଼ି ୪୦୬ରେ ପହଞ୍ଚିଛି। ଯାହା କିଛିଦିନର ଆଶ୍ୱସ୍ତି ପରେ ପୁଣିଥରେ ଦିଲ୍ଲୀବାସୀଙ୍କ ପାଇଁ ବିପଦର ସଙ୍କେତ ଦେଇଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ବାୟୁର ହାରାହାରି ମାନକ ୩୯୫ ରେକର୍ଡ ହୋଇଥିଲା।

Advertisment

ନଭେମ୍ବର ମାସ ସାରା ରାଜଧାନୀରେ ବାୟୁର ମାନ ଅତ୍ୟନ୍ତ ଖରାପ ରହିଥିଲା। ହେଲେ ଡିସେମ୍ବର ପ୍ରଥମ ସପ୍ତାହରେ ସହରବାସୀଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଥିଲା। ବାୟୁ ଗୁଣବତ୍ତା ସୂଚକାଙ୍କରେ କିଛି ମାତ୍ରାରେ ସୁଧାର ଆସିବା ପରେ ଡିସେମ୍ବର ୫ରେ ଗ୍ରାପ୍-୪ କଟକଣା କୋହଳ କରାଯାଇଥିଲା। ଏହାପରେ ଗତ ୧୬ ଡିସେମ୍ବର ରାତିରୁ ଦିଲ୍ଲୀ ବାୟୁର ମାନ ପୁଣି ଖରାପ ହେବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ପୁଣିଥରେ ଦିଲ୍ଲୀ ଏନସିଆରରେ ଗ୍ରାପ୍-୪ କଟକଣା ଲାଗୁ କରିଥିଲା। ୨୦ ତାରିଖ ରାତିରେ ଯଦିଓ ବାୟୁ ମାନରେ ସାମାନ୍ୟ ସୁଧାର ଆସିଥିଲା, ହେଲେ ଏହାପରଠାରୁ ବାୟୁର ମାନ ତୀବ୍ର ଗତିରେ ଖରାପ ହେବାରେ ଲାଗିଛି। ଯାହା ଆଜି ଦିନ ୩ଟା ସୁଦ୍ଧା ୪୦୬ AQIରେ ପହଞ୍ଚିଛି।

GRAP ଓ ଏହାର ବିଭିନ୍ନ ପର୍ଯ୍ୟାୟ:
ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ହେଉଛି ନିର୍ଦ୍ଦେଶାବଳୀ ଏବଂ ପଦକ୍ଷେପମୂଳକ ଯୋଜନା, ଯାହା ଦେଶର ଜାତୀୟ ରାଜଧାନୀ ଅଞ୍ଚଳ (NCR)ରେ ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଦୀର୍ଘ ଦିନ ହେବ କାର୍ଯ୍ୟକାରୀ ହୋଇଥିଲା। ଏହାର ୪ଟି ପର୍ଯ୍ୟାୟ ରହିଛି। ଗ୍ରାପ୍ -୧ ପ୍ରୟୋଗ ହୁଏ ଯେତେବେଳେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୦୧ରୁ ୩୦୦ ଅର୍ଥାତ୍ ଖରାପ ଅବସ୍ଥାରେ ପହଞ୍ଚିଯାଏ। ଯେତେବେଳେ ଏହା ୩୦୧ ରୁ ୪୦୦ ପର୍ଯ୍ୟନ୍ତ ପହଞ୍ଚେ ଗ୍ରାପ୍-୨ ଲାଗୁ ହୁଏ। ଯେତେବେଳେ ବାୟୁ ଗୁଣବତ୍ତା ଅତ୍ୟଧିକ ଖରାପ ବୋଲି ଧରାଯାଏ, ଅର୍ଥାତ AQI ୪୦୧ରୁ ୪୫୦ ଛୁଇଁଲେ, ଗ୍ରାପ୍ -୩ ଲାଗୁ ହୁଏ। ସେହିଭଳି AQI ୪୫୦ରୁ ଅଧିକ, ସାଂଘାତିକ ସ୍ଥିତିକୁ ଗଲେ ଗ୍ରାପ-୪ ଲାଗୁ କରାଯାଏ। ହେଲେ ସୁପ୍ରମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ବାୟୁ ପ୍ରଦୂଷଣରେ ତୁରନ୍ତ ନିୟନ୍ତ୍ରଣ ଆଣିବାକୁ ଦିଲ୍ଲୀରେ ଗ୍ରାପ୍-୪ ଲାଗୁ କରିଛି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ।

Advertisment
Delhi Air Pollution Delhi AQI GRAP-4 In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe