Advertisment

ଦିଲ୍ଲୀ ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା; ମୃତକଙ୍କ ପରିବାରକୁ ୨୦ ଲକ୍ଷ ଓ ଆହତଙ୍କୁ ୩ ଲକ୍ଷ ଟଙ୍କା ଘୋଷଣା

ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତଙ୍କୁ ୩ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ।

ଅଦ୍ୟତନ ହୋଇଛି
Delhi Airport Roof Collapse

Delhi Airport Roof Collapse

Advertisment

ଦିଲ୍ଲୀ ବିମାନବନ୍ଦର ଛାତ ଭୁଶୁଡିବା ଘଟଣାରେ ମୃତକଙ୍କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ। ମୃତକଙ୍କୁ ୨୦ ଲକ୍ଷ ଓ ଆହତଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରାଯାଇଥିବା ରାମ ମୋହନ କହିଛ୍ତି।

Advertisment

ବିମାନବନ୍ଦର ରେ ଏହି ଦୁର୍ଘଟଣାର ପ୍ରତିକ୍ରିୟା ରଖି ମନ୍ତ୍ରୀ ରାମ ମୋହନ କହିଛନ୍ତି, "ମୁଁ ନିଜେ ଦିଲ୍ଲୀ ବିମାନବନ୍ଦର ଯାଇ ଛାତ ଭୁଶୁଡିବା ଘଟଣାର ଅନୁଧ୍ୟାନ କରିଛି। ଯାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇବା ଆମ ପ୍ରଥମ ପ୍ରାଥମିକତା। ଅନ୍ୟ ଟର୍ମିନାଲରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସୁରକ୍ଷାବାହିନୀ ନିୟୋଜିତ ଅଛନ୍ତି।" ବାତିଲ୍ ହୋଇଯାଥିବା ବିମାନର ସମ୍ପୂର୍ଣ୍ଣ ଟିକେଟ୍ ଫି' ଫେରସ୍ତ କରି ଦିଆଯିବ ବୋଲି ମନ୍ତ୍ରୀ ରାମ ମୋହନ କହିଛନ୍ତି।

ପ୍ରକାଶ ଥାଉକି, ଦିଲ୍ଲୀରେ ପ୍ରବଳ ବର୍ଷା କାରଣରୁ ସବୁଠି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରୁ ବର୍ଷା ଲାଗି କରହିବାରୁ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟର ଏକ ନଂ ଟର୍ମିନାଲ୍ ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ତଳେ ଥିବା ଏକାଧିକ କାର୍ ଉପରେ ପଡ଼ିଥିଲା ସିଲିଂର ଭଗ୍ନାବେଶ।

Advertisment

ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ଟର୍ମିନାଲରେ ସମସ୍ତ ପ୍ରସ୍ଥାନ ଗେଟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏଥିସହ ଚେକ୍ ଇନ୍ କାଉଣ୍ଟରକୁ ମଧ୍ୟ ବନ୍ଦ ରଖାଯାଇ ଥିବାବେଳେ ମଧ୍ୟରାତ୍ରିରୁ ୧୬ଟି ଅବତରଣ କରିବାକୁ ଥିବା ବିମାନ ଏବଂ ୧୨ଟି ଉଡ଼ାଣ କରିବାକୁ ଥିବା ବିମାନ ବାତିଲ କରାଯାଇଛି।

Rain In Delhi Delhi Airport Roof Collapse IG Airport
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe