Advertisment

ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ଆପ୍‌, ରହିଛି ୬ଟି ସର୍‌ପ୍ରାଇଜ୍‌

ଆମ୍ ଆଦମୀ ପାର୍ଟି ବିଧାନସଭା ନିର୍ବାଚନ ପାଇଁ ୧୧ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ତେବେ ଏଥିରେ ରହିଛି ୬ଟି ସର୍‌ପ୍ରାଇଜ୍‌।

author-image
Madhupriya Mistry
ଅଦ୍ୟତନ ହୋଇଛି
AAP

AAP

ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଏବେଠୁ ସବୁ ରାଜନୈତିକ ଦଳଗୁଡିକରେ ଆରମ୍ଭ ହୋଇଗଲାଣି କସରତ। କାହାକୁ ପ୍ରାର୍ଥୀ କରାଯିବ, କିଏ ପାଇବ ଟିକେଟ୍‌? ଏହାକୁ ନେଇ ଚାଲିଛି ଅଙ୍କକଷା। ଏହାରି ଭିତରେ ଆମ ଆଦ୍‌ମୀ ପାର୍ଟି ନିଜର ପ୍ରାର୍ଥୀ ତାଲିକା ଜାରି କରିଛି। ତେବେ ଆପ୍‌ର ଏହି ପ୍ରାର୍ଥୀ ତାଲିକାରେ ରହିଛି ୬ଟି ସର୍‌ପ୍ରାଇଜ୍‌।

Advertisment

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଆମ୍ ଆଦମୀ ପାର୍ଟି ବିଧାନସଭା ନିର୍ବାଚନ ପାଇଁ ୧୧ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବଡ଼ କଥା ହେଉଛି ବିଜେପି ଏବଂ କଂଗ୍ରେସରୁ AAP କୁ ଆସିଥିବା ୬ ଜଣଙ୍କୁ ଟିକେଟ ଦେଇ ସମସ୍ତଙ୍କୁ ସରପ୍ରାଇଜ କରିଛି ଦଳ।

ବ୍ରହ୍ମ ସିଂହ ତନଓ୍ୱରଙ୍କୁ ଛତ୍ରପୁର, ଅନିଲ ଝାଙ୍କୁ କିରାଡି, ବିବି ତ୍ୟାଗୀଙ୍କୁ ଲକ୍ଷ୍ମୀ ନଗରରୁ ଦଳ ଟିକେଟ୍‌ ଦେଇଛି। ଏମାନେ ବିଜେପି ଛାଡ଼ି ନିକଟରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ଛତ୍ରପୁରରୁ ବର୍ତ୍ତମାନର ବିଧାୟକ କରତାର ସିଂହ ତନୱାର ବିଜେପିରେ ଯୋଗଦେବା ପରେ ବ୍ରହ୍ମ ସିଂହ ତନୱାରଙ୍କ ଉପରେ ବାଜି ଲଗାଇଛି ଆପ୍‌। ବ୍ରହ୍ମ ତନୱାର ମଧ୍ୟ ବିଜେପି ଛାଡି ଆପ୍‌ରେ ଯୋଗ ଦେଇଥିଲେ। ତାଙ୍କୁ ଦକ୍ଷିଣ ଦିଲ୍ଲୀର ଜଣେ ବଡ଼ ଗୁଜୁର ନେତା ବୋଲି ବିଶ୍ୱାସ କରାଯାଏ।

Advertisment

ସେହିପରି ଜୁବୈର ଚୌଧୁରୀଙ୍କୁ ସିଲମପୁର, ବୀର ସିଂହ ଧିଙ୍ଗାନଙ୍କୁ ସୀମାପୁରି ଓ ସୁମେଶ ଶୌକିନଙ୍କୁ ମଟିୟାଲାରୁ ଆପ୍‌ ଆଦମୀ ପାର୍ଟି ଟିକେଟ୍‌ ଦେଇଛି। ଏହି ତିନି ଜଣ କଂଗ୍ରେସ୍‌ ଛାଡି ଆପ୍‌ରେ ସାମିଲ ହୋଇଥିଲେ।

ଫେବୃଆରୀ ୨୦୨୫ରେ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ୨୦୨୦ରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆପ୍ ୭୦ଟି ସିଟ୍ ମଧ୍ୟରୁ ୬୨ଟିରେ ଜିତିଥିଲା।

AAP Delhi Assembly Election AAP Candidate List