Advertisment

ଆଜି ବାଜିବ ଦିଲ୍ଲୀ ନିର୍ବାଚନ ବିଗୁଲ, ଘୋଷଣା ହେବ ତାରିଖ

ଦିଲ୍ଲୀର ୭୦ ବିଧାନସଭା ଆସନା ପାଇଁ ନିର୍ବାଚନ ହେବ।

ଅଦ୍ୟତନ ହୋଇଛି
Assembly Election

Assembly Election

Advertisment

ଆଜି ବାଜିବ ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ। କେବେ ପଡ଼ିବ ଭୋଟ୍‌, ଆଉ କେବେ ବାହାରିବ ରେଜଲ୍ଟ ସେ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ଅପରାହ୍ଣ ୨ଟାରେ ନିର୍ବାଚନ ଆୟୋଗ ପ୍ରେସମିଟ୍‌ କରିବେ। ଏଥିରେ ଦିଲ୍ଲୀ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବଚନ କମିଶନ।

Advertisment

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ଆସନ୍ତା ଫେବ୍ରୁଆରୀ ୨୩ ତାରିଖରେ ସରୁଛି। ତାପୂର୍ବରୁ ହେବ ନିର୍ବାଚନ। ପୂର୍ବରୁ ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇ ଆସିଛି। ଏଥର କେତୋଟି ପର୍ଯ୍ୟାୟରେ ଭୋଟ୍ ହେବ ତାଉପରେ ନଜର ରହିଛି। ଏଥର ଦିଲ୍ଲୀରେ ତ୍ରିମୁଖୀ ଲଢ଼େଇ ହେବ। ମୁଖ୍ୟତଃ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ଭିତରେ ବିଗ୍ ଫାଇଟ୍ ହେବ।

ଦିଲ୍ଲୀରେ ମୋଟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ ରହିଛି। ସେହିପରି ତୃତୀୟ ଲିଙ୍ଗର ସଂଖ୍ୟା ୧,୨୬୧ ରହିଛି। 

Advertisment

ସେପଟେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହିଁ ପ୍ରାୟ ସବୁ ଦଳ ଜୋରସୋର୍‌ରେ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଜାରି ରହିଛି ଘନ ଘନ ପ୍ରଚାର। ମୈଦାନରେ ଛାଡୁ, ହାତ ଓ ପଦ୍ମ ମଧ୍ୟରେ ଟକ୍କର ଆରମ୍ଭ ହୋଇଯାଇଛି। ସମସ୍ତ ୭୦ଟି ଯାକ ଆସନ ପାଇଁ ଆପ୍‌ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ କିଛି କିଛି ଆସନ ପାଇଁ ପ୍ରାର୍ଥ ଘୋଷଣା କରିସାରିଛନ୍ତି।

ଦିଲ୍ଲୀରେ ଗତ ଦୁଇଟି ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ୭୦ଟି ସିଟ୍ ମଧ୍ୟରୁ ୬୦ରୁ ଅଧିକ ଜିତି ସରକାର ଗଠନ କରିଛି। ୨୦୧୫ ନିର୍ବାଚନରେ ଦିଲ୍ଲୀ ଇତିହାସରେ ପ୍ରଥମ ଥର ପାଇଁ ​​ଆମ୍ ଆଦମୀ ପାର୍ଟି ୬୭ଟି ସିଟ୍ ଜିତି ଦିଲ୍ଲୀ ଦଖଲ କରିଥିଲା। 

Election Commission Of India Delhi Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe