Advertisment

Scandal Rocks Delhi Ashram: ଖୋଲୁଛି ଯୌନ କେଳେଙ୍କାରୀରେ ଫସିଥିବା ବାବାଙ୍କ ଗୁମର, ଓବାମା ସମ୍ପର୍କରେ କରିଛନ୍ତି ଏମିତି ଦାବି

ବହିରେ ଥିବା ଲେଖକ ସମ୍ପର୍କିତ ବର୍ଗରେ ଚୈତାନନ୍ୟାନ୍ଦଙ୍କୁ ଜଣେ ପ୍ରଖ୍ୟାତ ପ୍ରଫେସର, ପ୍ରସିଦ୍ଧ ଲେଖକ, ସୁବିଖ୍ୟାତ ବକ୍ତା, ଶିକ୍ଷାବିତ, ଆଧ୍ୟାତ୍ମିକ ଦାର୍ଶନିକ ଓ ପରଉପକାରୀ ବ୍ୟକ୍ତି ଭାବେ ଭାରତ ଓ ବିଦେଶରେ ବେଶ ପରିଚିତ ବୋଲି ଦର୍ଶାଯାଇଛି।

author-image
Hemant Lenka
Author

ଚୈତନ୍ୟାନନ୍ଦ (ଫାଇଲ ଫଟୋ)

ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗରେ ଫସିଥିବା ଆତ୍ମଘୋଷିତ ବାବା ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ଓଡ଼ିଶାରେ ଜନ୍ମ ହୋଇ ଦିଲ୍ଲୀରେ ଆଶ୍ରମ ଚଳାଉଥିବା ପାର୍ଥ ସାରଥିଙ୍କ ବିରୋଧରେ ୧୯ ଜଣ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଛନ୍ତି।

Advertisment

ଦେହରେ ଗେରୁଆ ଓ ମୁଣ୍ଡଳରେ ସବୁବେଳେ ତିଳକ ମାରି ବୁଲୁଥିବା ପାର୍ଥ ସାରଥି ନିଜକୁ ଉଚ୍ଚ ଶିକ୍ଷିତ ମ୍ୟାନେଜେମେଣ୍ଟ ଗୁରୁ ଓ ଜଣେ ପ୍ରତ୍ୟାଖ ଲେଖକ ଭାବେ ପରିଚୟ ଦେଉଥିଲେ। ଅସଦାଚରଣ ଅଭିଯୋଗ ଆସିବା ପରେ ଫେରାର ରହିଥିବା ପାର୍ଥ ସାରଥିଙ୍କୁ ପୁଲିସ ଖୋଜୁ ଥିବା ବେଳେ ତାଙ୍କ ଅସଲ ଚରିତ୍ର ସାମ୍ନାକୁ ଆସିଛି।

ଚୈତନ୍ୟାନନ୍ଦଙ୍କ ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ କରିଥିବା ଦାବିର ତଥ୍ୟ ଏବେ ଭାଇରାଲ ହେଉଛି। ଦାବି ଅନୁସାରେ ଚୈତନ୍ୟାନନ୍ଦ ଗୋଟିଏ ଏମବିଏ ଡିଗ୍ରୀ ହାସଲ କରିଥିବା ବେଳେ ଚିକାଗୋ ବୁଥ ସ୍କୁଲ ଅଫ ବିଜନେସ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଛନ୍ତି। ସେ ପୋଷ୍ଟ ଡକ୍ଟରାଲ ଡିଗ୍ରୀ ଓ ଡିଏଲଆଇଟିଟି ପାଇଛନ୍ତି। ଏହାବାଦ ଭାରତ ଓ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ମଧ୍ୟ ତାଙ୍କୁ ଡକ୍ଟର ଉପାଧିକ ମିଳିଛି।

Advertisment

ଇ-କମର୍ସ ପ୍ଲାଟଫର୍ମଗୁଡ଼ିକରେ ସେ ଲେଖିଥିବା ଏକାଧିକ ବହି ଉପଲବ୍ଧ ହେଉଛି। ଏହି ବହିଗୁଡ଼ିକର ଆରମ୍ଭରୁ ଚୈତନ୍ୟାନନ୍ଦ ହାସଲ କରିଥିବା ଉପାଧିକ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପୁଲିସ୍‌ର କହିବା କଥା ଯେ ଚୈତନ୍ୟାନନ୍ଦଙ୍କ ସମ୍ପର୍କରେ କରାଯାଇଥିବା ଅନେକ ଦାବିରେ ସତ୍ୟତା ନାହିଁ। ଏହାର ପର୍ଦ୍ଦାଫାସ କରିବାକୁ ଅଧିକ ତଦନ୍ତ ଚାଲିଛି।

ସେ ଲେଖିଥିବା ଏକାଧିକ ବହି ମଧ୍ୟରୁ ଗୋଟିଏର ପ୍ରଥମ ପୃଷ୍ଠାରେ ଚୈତନ୍ୟାନନ୍ଦ ସରସ୍ୱତୀ ନିଜକୁ ଅନ୍ତର୍ଜାତୀୟ ସ୍ତରର ସ୍ୱୀକୃତି ପ୍ରାପ୍ତ ଲେଖକ ଭାବେ ଚିତ୍ରଣ କରିଛନ୍ତି। ସେ ୨୮ଟି ବହି ଓ ୧୪୩ଟି ରିସର୍ଚ୍ଚ ପେପର ଲେଖିଥିବା କହିଛନ୍ତି। ତାଙ୍କର ଗୋଟିଏ ବହି ‘ଫରଗଟ କ୍ଲାସରୁମ ଲର୍ଣ୍ଣିଂ’ରେ ଆପଲର ସଂସ୍ଥାପକ ଷ୍ଟିଭ ଜବ୍ସଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଚୈତନ୍ୟାନନ୍ଦଙ୍କ ବହି ବିଶ୍ୱ ମ୍ୟାନେଜମେଣ୍ଟ ପାଇଁ ଗୋଟିଏ ଅଭୂତପୂର୍ବ ଆରମ୍ଭ ଓ ମାର୍ଗଦର୍ଶିକା ବୋଲି ଜବ୍ସ କୁଆଡ଼େ କହିଥିବା ବହିର ପ୍ରଥମ ପୃଷ୍ଠାରେ ଦାବି କରାଯାଇଛି।

ଚୈତନ୍ୟାନନ୍ଦଙ୍କ ଆଉ ଏକ ବହିରେ ଦାବି କରାଯାଇଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିର୍ବାଚନ ପ୍ରଚାର ବେଳେ ବାରମ୍ବାର ତାଙ୍କ ବହି ଟ୍ରାନ୍ସଫର୍ମିଂ ପର୍ସନାଲିଟୀର ଉଦାହରଣ ଦିଅନ୍ତି। ୨୦୦୭ରେ ୟୁରୋପ ଓ ଉତ୍ତର ଆମେରିକୀୟ ମାର୍କେଟରେ ଏହି ବହି ସବୁଠାରୁ ଅଧିକ ମାତ୍ରାରେ ବିକ୍ରି ହୋଇଥିଲା ବୋଲି ମଧ୍ୟ କୁହାଯାଇଛି।

ମିଳିତ ଜାତିସଂଘର ପୂର୍ବତନ ମହାସଚିବ ବାନ କି ମୁନ ମଧ୍ୟ ଚୈତନ୍ୟାନନ୍ଦଙ୍କ ବହିକୁ ପ୍ରଶଂସା କରିଥିବା କୁହାଯାଇଛି। ବହିରେ ଥିବା ଲେଖକ ସମ୍ପର୍କିତ ବର୍ଗରେ ଚୈତାନନ୍ୟାନ୍ଦଙ୍କୁ ଜଣେ ପ୍ରଖ୍ୟାତ ପ୍ରଫେସର, ପ୍ରସିଦ୍ଧ ଲେଖକ, ସୁବିଖ୍ୟାତ ବକ୍ତା, ଶିକ୍ଷାବିତ, ଆଧ୍ୟାତ୍ମିକ ଦାର୍ଶନିକ ଓ ପରଉପକାରୀ ବ୍ୟକ୍ତି ଭାବେ ଭାରତ ଓ ବିଦେଶରେ ବେଶ ପରିଚିତ ବୋଲି ଦର୍ଶାଯାଇଛି।

ତେବେ ଚୈତନ୍ୟାନନ୍ଦଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ କରାଯାଇଥିବା ଦାବିରେ ସତ୍ୟତା ନଥିବା ପୁଲିସ୍‌ ଜାଣିବାକୁ ପାଇଛି। ଏହାର ଅଧିକ ତଦନ୍ତ କରାଯାଉଥିବା ପୁଲିସ୍‌ କହିଛି।

ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଦିଲ୍ଲୀ(Delhi)ର ବସନ୍ତ କୁଞ୍ଜରେ ଥିବା ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଭାବେ କାମ କରୁଥିବା ଚୈତନ୍ୟାନନ୍ଦ ଫେରାର ହୋଇଯାଇଛି। ସେ ଦେଶ ଛାଡ଼ି ଚାଲି ଯିବାର ଆଶଙ୍କା ଥିବାରୁ ପୁଲିସ୍‌ ତାଙ୍କ ବିରୋଧରେ ଲୁକ ଆଉଟ ସର୍କଲ୍ୟୁର ମଧ୍ୟ ଜାରି କରିଛି।

 ଦୀର୍ଘ ବର୍ଷ ହେଲା ଛାତ୍ରୀମାନଙ୍କୁ ନିର୍ଯାତନା ଦେଇ ଆସୁଥିବା ଏହି ବାବାଙ୍କ ବିରୋଧରେ ୨୦୦୯ ଓ ୨୦୧୬ରେ ମଧ୍ୟ ସମାନ ଅଭିଯୋଗ ଆସିଥିଲା।

Delhi