Advertisment

ରାଜଧାନୀରେ ବ୍ୟାନ ହେଲା ବାଣ

ସବୁଜ ବାଣର ବ୍ୟବହାର ମଧ୍ୟ ହୋଇପାରିବ ନାହିଁ ବୋଲି ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
firecrackers

firecrackers

Advertisment

ବର୍ଦ୍ଧିତ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଦେଶର ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରକାରର ବାଣକୁ କରାଯାଇଛି ବ୍ୟାନ। ଦିଲ୍ଲୀରେ କେହି ବି ବାଣ ତିଆରି, ବିକ୍ରି ଓ ବ୍ୟବହାର କରିପାରିବେ ନାହିଁ।

Advertisment

ସବୁଜ ବାଣର ବ୍ୟବହାର ମଧ୍ୟ ହୋଇପାରିବ ନାହିଁ। ରାଜଧାନୀରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଜାନୁଆରୀ ୧ ଯାଏ ବାଣକୁ ବ୍ୟାନ କରାଯାଇଥିବା ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଲ ରାୟ ସୂଚନା ଦେଇଛନ୍ତି। ଆଗକୁ ଦୀପାବଳି ଆସୁଥିବା ବେଳେ ଦିଲ୍ଲୀ ସରକାରଙ୍କ ଏପରି ନିଷ୍ପତ୍ତି ସାମ୍ନାକୁ ଆସିଛି।

ବାଣ ବ୍ୟାନ ସମ୍ପର୍କରେ ସୂଚନା ଦେଇ ଗୋପାଲ ରାୟ କହିଛନ୍ତି, “ଶୀତ ଦିନରେ ପ୍ରଦୂଷଣ ସାଂଘାତିକ ସ୍ଥିତି ସୃଷ୍ଟି କରୁଛି। ଶୀତ ସାଙ୍ଗୁକୁ ବାଣରୁ ନିର୍ଗତ ଧୂଆଁ ପ୍ରଦୂଷଣର କାରଣ ସାଜିଛି। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବାଣ ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ସଂପୂର୍ଣ୍ଣ ଭାବେ ବ୍ୟାନ ଲଗାଯାଇଛି। ଏହାଦ୍ୱାରା ଲୋକମାନେ ପ୍ରଦୂଷଣରୁ ରକ୍ଷା ପାଇ ପାରିବେ। ବାଣର ଅନଲାଇନ ଡେଲିଭରୀ ଉପରେ ମଧ୍ୟ ରୋକ ଲଗାଯାଇଛି।”

Advertisment

ଗୋପାଲ ରାୟଙ୍କ କହିବା କଥା ଯେ ଲୋକମାନେ ଦୀପ ଜାଳି ଓ ମିଠା ବାଣ୍ଟି ଦୀପାବଳି ଉତ୍ସବ ପାଳନ କରନ୍ତୁ। ଆମେ ଉତ୍ସବକୁ ଧୁମଧାମରେ ପାଳନ କରିବା କିନ୍ତୁ ଆମକୁ ପ୍ରଦୂଷଣକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡ଼ିବ। ବ୍ୟାନ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ପୁଲିସ, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଓ ରାଜସ୍ୱ ବିଭାଗ ଖୁବଶୀଘ୍ର ମିଳିତ ଭାବେ ଗାଇଡ ଲାଇନ ଜାରି କରିବେ।

ଗାଇଡ ଲାଇନ ଜାରି ହେବା ପରେ ବାଣର ବ୍ୟବହାରକୁ ନେଇ ଲୋକଙ୍କ ମଧ୍ୟରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବ ନାହିଁ। ଏହି ବ୍ୟାନ ସବୁ ପ୍ରକାରର ବାଣ ଉପରେ ଲାଗୁ ହେବ। ୨୦୨୫ ଜାନୁଆରୀ ୧ ତାରିଖ ଯାଏ ଦିଲ୍ଲୀରେ ବ୍ୟାନ ବଳବତ୍ତର ରହିବ ବୋଲି ରାୟ ସୂଚନା ଦେଇଛନ୍ତି।

Delhi Fire Crackers Factory
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe