Advertisment

ବିିବିସି ଅଫିସ୍‌ରେ ଚଢ଼ାଉ, ସମସ୍ତ କର୍ମଚାରୀଙ୍କ ଫୋନ ଜବତ

ଆଜିର ଆୟକର ଚଢାଉକୁ ବିରୋଧୀମାନେ ବିବିସି ଡକ୍ୟୁମେଣ୍ଟାରୀ ସହ ଯୋଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

BBC Office

BBC Office

Advertisment

ଗଣମାଧ୍ୟମ ସଂସ୍ଥା ବିବିସି ଅଫିସରେ ଆୟକର ଚଢ଼ାଉ। ଦିଲ୍ଲୀ ଓ ମୁମ୍ବାଇରେ ଥିବା ବିବିସିର ଅଫିସ୍‌ରେ ଆୟକର ବିଭାଗ ରେଡ୍ କରିଛି। ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରିବା ସହ ଅଫିସ ଛାଡ଼ି ଘରକୁ ଫେରି ଯିବାକୁ କୁହାଯାଇଛି। 

Advertisment

ସେପଟେ ଲଣ୍ଡନରେ ଥିବା ବିବିସି କାର୍ଯ୍ୟାଳୟକୁ ମଧ୍ୟ ଚଢାଉ ବାବଦରେ ସୂଚନା ଦିଆଯାଇଛି। ହେଲେ ଏର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ସେପଟେ ଆଜିର ଆୟକର ଚଢାଉକୁ ବିରୋଧୀମାନେ ବିବିସି ଡକ୍ୟୁମେଣ୍ଟାରୀ ସହ ଯୋଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀକୁ ଭାରତ ସରକାର ବ୍ୟାନ କରିବା ପରେ ଆୟକର ବିଭାଗ ଚଢାଉ କରିଥିବା ନେଇ କଂଗ୍ରେସ କହିଛି। କଂଗ୍ରେସ ଟ୍ୱିଟ୍ କରି କହିଛି, ପ୍ରଥମେ ବିବିସି ଡକ୍ୟୁମେଣ୍ଟାରୀ ଆସିଲା, ଏହାକୁ ବ୍ୟାନ୍ କରାଗଲା। ଏବେ ବିବିସି ଉପରେ ଆୟକର ଚଢ଼ାଉ ହେଲା। ଏହା ଅଘୋଷିତ ଜରୁରୀକାଳୀନ ପରିସ୍ଥିତି।

Advertisment

କିଛିଦିନ ତଳେ ବିବିସି ତରଫରୁ ପ୍ରସ୍ତୁତ ଏକ ଡକ୍ୟୁମେଣ୍ଟାରୀ ଆସିଥିଲା। ଏହି ଡକ୍ୟୁମେଣ୍ଟାରୀ ୨୦୦୨ ଗୁଜରାଟ ଦଙ୍ଗା ଉପରେ ଆଧାରିତ କରାଯାଇଥିଲା। କେନ୍ଦ୍ର ସରକାର ଏହାକୁ ପ୍ରପୋଗେଣ୍ଡା ବୋଲି କହି ଏହାର ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା। ହେଲେ କୋର୍ଟ ଏହି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ। 

IT Raid Bjp Congress BBC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe