Advertisment

Blast in Delhi: ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ ଦାୟିତ୍ୱ ନେଲା ଏନଆଇଏ

ଘଟଣା ପରେ ଫରେନ୍ସିକ ଟିମ, ଏନଆଇଏ ଓ ଏନଏସଜି ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ହେଲେ ଏବେ ବିଧିବଦ୍ଧ ଭାବେ ଏନଆଇଏସ ସଂପୂର୍ଣ୍ଣ ଭାବେ ଘଟଣାର ଯାଞ୍ଚ ଦାୟିତ୍ୱ ନିଜ ହାତକୁ ନେଇଛି।

Blast12

ବିସ୍ଫୋରଣ

Advertisment

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ୱ ବିଧିବଦ୍ଧ ଭାବେ ହାତକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ସୋମବାର ଲାଲକିଲ୍ଲା ନିକଟରେ କାର୍‌ ଯୋଗେ ଆତ୍ମଘାତୀ ହମଲା କରାଯାଇଥିଲା। ଏଥିରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୩୦ ଜଣ ହତ ହୋଇଛନ୍ତି।

Advertisment

ଘଟଣା(Blast In Delhi) ପରେ ଫରେନ୍ସିକ ଟିମ, ଏନଆଇଏ ଓ ଏନଏସଜି ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ହେଲେ ଏବେ ବିଧିବଦ୍ଧ ଭାବେ ଏନଆଇଏସ ସଂପୂର୍ଣ୍ଣ ଭାବେ ଘଟଣାର ଯାଞ୍ଚ ଦାୟିତ୍ୱ ନିଜ ହାତକୁ ନେଇଛି। 

ଆଇ ୨୦ କାର୍‌ରେ ଆମୋନିୟମ ନାଇଟ୍ରେଟ, ତେଲ ଓ ଡିଟେନୋଟେର୍ସ ଜରିଆରେ ଲାଲକିଲ୍ଲାର ମେଟ୍ରୋ ଷ୍ଟେସନରେ ବଡ଼ ଧରଣର ବିସ୍ଫୋରଣ କରାଯାଇଥିଲା। ଏବେ ଏନଆଇଏ ଏହା ପଛର କାରଣ ଓ ଏହା ପଛରେ ଥିବା ଲୋକଙ୍କୁ ଖୋଜି ବାହାର କରିବ।

Advertisment

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ଦାୟିତ୍ୱ ପାଇବା ପରେ ଏନଆଇଏର ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯିବା ସହ ତଥ୍ୟ ସଂଗ୍ରହ କରାଯାଉଛି। ସ୍ଥାନୀୟ ପୁଲିସର ସହାୟତାରେ ଲୋକଙ୍କ ବୟାନ ମଧ୍ୟ ଏନଆଇଏ ରେକର୍ଡ କରିବ ବୋଲି ଜଣାପଡ଼ିଛି। 

ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ବାସଭବନରେ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଏହି ବୈଠକରେ ଗୃହ ସଚିବ ଗୋବିନ୍ଦ ମୋହନ, ଆଇବି ନିର୍ଦ୍ଦେଶକ ତପନ ଡେକା, ଦିଲ୍ଲୀ ପୁଲିସ୍‌ କମିଶନର ସତୀଶ ଗୋଲଚା, ଏନଆଇଏ ଡିଜି ସଦାନନ୍ଦ ବସନ୍ତ ଡାଟେ ଓ ଜମ୍ମୁ-କଶ୍ମୀର ଡିଜିପି ନଳୀନ ପ୍ରଭାବ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ଶ୍ରୀ ଶାହ ଘଟଣାର ବିସ୍ତୃତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। 

ଆସନ୍ତକାଲି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ମଧ୍ୟ ବସିବ ବୋଲି ଜଣାପଡ଼ିଛି। ହମଲା ପଛରେ ଥିବା ସମସ୍ତ ଲୋକଙ୍କୁ ଖୋଜି ବାହାର କରିବା ପାଇଁ ବିଭିନ୍ନ ଏଜେନ୍ସି ମଧ୍ୟ ଲାଗି ପଡ଼ିଛନ୍ତି। ବିସ୍ଫୋରଣ ପରଠାରୁ ଦିଲ୍ଲୀ ଓ ଆଖପାଖ ଅଞ୍ଚରେ ହାଲଆଲଟଆ ଜାରି କରାଯାଇଛି। ପୁଲିସ୍‌ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଖୋଳତାଡ଼ କରୁଛି। 

Delhi Blast Blast In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe