Advertisment

Blast In Delhi: ଲାଲକିଲ୍ଲା ବିସ୍ଫୋରଣକୁ ନେଇ ଅମିତ ଶାହଙ୍କ ବଡ଼ ଚେତାବନୀ

କାର୍‌ ବୋମା ବିସ୍ଫୋରଣ ପଛରେ ଥିବା ଲୋକଙ୍କୁ ଏମିତି ଦଣ୍ଡ ଦିଆଯିବ, ଯାହାକୁ ପୂରା ବିଶ୍ୱ ଦେଖିବ। ଭାରତରେ ପୁଣି ଏମିତି ଆକ୍ରମଣ କରିବାକୁ ଯେମିତି କେହି ସାହାସ କରିବେ ନାହିଁ, ସେହି ବାର୍ତ୍ତା ପୂରା ବିଶ୍ୱକୁ ମିଳିବ ବୋଲି ଶ୍ରୀ ଶାହ କହିଛନ୍ତି।

author-image
Hemant Lenka
amit-shah

ଅମିତ ଶାହ

ଦେଶକୁ ଦୋହଲାଇ ଦେଇଥିବା ଲାଲକିଲ୍ଲା ଆତ୍ମଘାତୀ କାର୍‌ ବିସ୍ଫୋରଣ(Blast In Delhi)କୁ ନେଇ ବଡ଼ ଚେତାବନୀ ଦେଇଛନ୍ତି ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ। କାର୍‌ ବୋମା ବିସ୍ଫୋରଣ ପଛରେ ଥିବା ଲୋକଙ୍କୁ ଏମିତି ଦଣ୍ଡ ଦିଆଯିବ, ଯାହାକୁ ପୂରା ବିଶ୍ୱ ଦେଖିବ। ଭାରତରେ ପୁଣି ଏମିତି ଆକ୍ରମଣ କରିବାକୁ ଯେମିତି କେହି ସାହାସ କରିବେ ନାହିଁ, ସେହି ବାର୍ତ୍ତା ପୂରା ବିଶ୍ୱକୁ ମିଳିବ ବୋଲି ଶ୍ରୀ ଶାହ କହିଛନ୍ତି।

Advertisment

ସେ କହିଛନ୍ତି, “ଦୋଷୀଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯିବ, ଯାହା ଭାରତ ଆତଙ୍କବାଦର କୌଣସି ବି ରୂପକୁ ସହ୍ୟ କରିବ ନାହିଁ ବୋଲି ବାର୍ତ୍ତା ପୂରା ବିଶ୍ୱରେ ପହଞ୍ଚିବ। ବାର୍ତ୍ତା ପୂରା ସ୍ପଷ୍ଟ- ଯିଏ କେହି ବି ଆମ ଦେଶକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ, ସେ ଏହାର ସବୁଠାରୁ କଠୋର ପରିଣାମ ଭୋଗିବ।”

ଆକ୍ରମଣରେ ସାମିଲ ଥିବା ସବୁ ଲୋକଙ୍କୁ କଡ଼ା ଦଣ୍ଡ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପକୁ ନିଶ୍ଚିତ ସାକାର କରାଯିବ ବୋଲି ଶ୍ରୀ ଶାହ ଦମ୍ଭୋକ୍ତି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆତଙ୍କବାଦ ପ୍ରତି ଶୂନସହନଶୀଳତା, ଗ୍ରାମୀଣ ସଶକ୍ତୀକରଣ ଓ ଜାତୀୟ ସୁରକ୍ଷା ପ୍ରତିବଦ୍ଧତା ଦିଗରେ ବଢ଼ୁଥିବା ମଧ୍ୟ ଶ୍ରୀ ଶାହ କହିଛନ୍ତି। 

Advertisment

ଭିଡିଓ କନଫରେନ୍ସିଂରେ ଗୁଜରାଟରେ ଶ୍ରୀ ମୋତିଭାଇ ଆର ଚୌଧୁରୀ ସାଗର ସୈନିକ ସ୍କୁଲ ଓ ସାଗର ଅର୍ଗାନିକ ପ୍ଲାଣ୍ଟ ଉଦଘାଟ କରି ଦିଲ୍ଲୀ ହମଲାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ଶୋକ ବ୍ୟକ୍ତି କରିଛନ୍ତି ଅମିତ ଶାହ। ଭାରତୀୟ ସଶସ୍ତ୍ର ବଳରେ କାର୍ଯ୍ୟ କରିବା ପାଇଁ ଦେଶର ଯୁବପିଢ଼ିଙ୍କୁ ମୋତିଭାଇ ଚୌଧୁରୀ ସାଗର ସୈନିକ ସ୍କୁଲ ପ୍ରେରଣା ଦେବ ବୋଲି ମଧ୍ୟ ସେ କହିଛନ୍ତି। 

ସୋମବାର ଦିଲ୍ଲୀର ଲାଲକିଲ୍ଲାରେ କାର୍‌ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ଆତ୍ମଘାତୀ ଆକ୍ରମଣକାରୀକୁ ମିଶାଇ ୧୩ ଜଣ ପ୍ରାଣ ହରାଇଥିଲେ। ଦେଶର ରାଜଧାନୀରେ ଏପରି ଆତ୍ମଘାତୀ ହମଲା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। 

Delhi Blast Blast In Delhi