Advertisment

Blast in Delhi: ୨୬/୧୧ ଷ୍ଟାଇଲ ଆଟାକ, ୨୦୦ରୁ ଅଧିକ ଆଇଇଡି: ଟାର୍ଗେଟରେ ଥିଲା ଏହି ସବୁ ସ୍ଥାନ

ଭାରତରେ ସାଂପ୍ରଦାୟିକ ଭେଦଭାବ ସୃଷ୍ଟି କରିବାକୁ ସେମାନେ ଚାହୁଁଥିଲେ। ଏଥିପାଇଁ ଏକାଧିକ ଧର୍ମାନୁଷ୍ଠାନ ସେମାନଙ୍କ ଟାର୍ଗେଟରେ ରହିଥିଲା। ପୁଲୱାମା, ଶୋପିଆନ ଓ ଅନନ୍ତନାଗର କିଛି ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ଡାକ୍ତରଙ୍କୁ ଏହି କାମ ପାଇଁ ଚୟନ କରାଯାଇଥିଲା।

Blast

ଉମର ଓ ବିସ୍ଫୋରଣ

Advertisment

୨୦୦୮ ମୁମ୍ବାଇ ୨୬/୧୧ ଷ୍ଟାଇଲରେ ଭାରତର ରାଜଧାନୀ ଦିଲ୍ଲୀକୁ ଦୋହଲାଇ ଦେବାକୁ ଯୋଜନା କରିଥିଲେ ଆତଙ୍କବାଦୀ। ଭାରତର ହାର୍ଟରେ ସିରିଜ ହମଲା କରି ଆତଙ୍କ ସୃଷ୍ଟି କରିବାକୁ ହୋଇଥିଲା ମସୁଧା। ଦିଲ୍ଲୀର ଲାଲାକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ ବେଳେ ଏପରି ତଥ୍ୟ ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି। ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ହୋଇଥିବା ଆତ୍ମଘାତୀ କାର ବିସ୍ଫୋରଣ ଘଟଣାରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। 

Advertisment

ଏହାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା କରୁଛି। ଆକ୍ରମଣ ପଛରେ ଥିବା ଆତଙ୍କୀ ଦିଗର ଖୋଳତାଡ଼ ଚାଲିଥିବା ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବାସ୍ତବରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀର ପ୍ରମୁଖ ସ୍ଥାନଗୁଡ଼ିକ ରହିଥିଲା। ଲାଲକିଲ୍ଲା, ଇଣ୍ଡିଆ ଗେଟ, ସାମ୍ବିଧାନିକ କ୍ଲବ ଓ ଗୌର ଶଙ୍କର ମନ୍ଦିରରେ ବଡ଼ ହମଲା କରିବାକୁ ସେମାନେ ଚାହୁଁଥିଲେ। ଏହି ସବୁ ସ୍ଥାନ ବ୍ୟତୀତ ରେଳ ଷ୍ଟେସନ ଓ ଦେଶର ବିଭିନ୍ନ ଶପିଂ ମଲରେ ଆକ୍ରମଣ କରି ସେମାନେ ଆତଙ୍କ ସୃଷ୍ଟି କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। 

ଭାରତର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଜାନୁଆରୀ ମାସରୁ ହିଁ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା। ଏହି ଟେରର ମଡ୍ୟୁଲ ପଛରେ ରହିଛି ପାକିସ୍ତାନ ଭିତ୍ତିକ ଜୈଶ-ଇ-ମହମ୍ମଦର ଲିଙ୍କ। ଜୈଶ ପକ୍ଷରୁ ଆକ୍ରମଣ ପାଇଁ ନିଜର ସ୍ଲିପର ସେଲକୁ ଆକ୍ଟିଭେଟ ମଧ୍ୟ କରାଯାଇଥିବା ଜଣାପଡ଼ିଛି।

Advertisment

ସଂଗଠନ ପକ୍ଷରୁ ୨୦୦ରୁ ଅଧିକ ଶକ୍ତିଶାଳୀ ଆଇଇଡି ପ୍ରସ୍ତୁତ କରାଯାଇଥିଲା। ଦିଲ୍ଲୀ ବ୍ୟତୀତ ଗୁରୁଗ୍ରାମ ଓ ଫରିଦାବାଦର ପ୍ରମୁଖ ସ୍ଥାନରେ ଆଇଇଡି ବିସ୍ଫୋରଣ କରିବାକୁ ଆତଙ୍କବାଦୀମାନେ ଲକ୍ଷ୍ୟ ରଖିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତରେ ସାଂପ୍ରଦାୟିକ ଭେଦଭାବ ସୃଷ୍ଟି କରିବାକୁ ସେମାନେ ଚାହୁଁଥିଲେ। ଏଥିପାଇଁ ଏକାଧିକ ଧର୍ମାନୁଷ୍ଠାନ ସେମାନଙ୍କ ଟାର୍ଗେଟରେ ରହିଥିଲା। ପୁଲୱାମା, ଶୋପିଆନ ଓ ଅନନ୍ତନାଗର କିଛି ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ଡାକ୍ତରଙ୍କୁ ଏହି କାମ ପାଇଁ ଚୟନ କରାଯାଇଥିଲା।

ସେମାନେ ଡାକ୍ତର ବେଶରେ ରହି ପୂରା ପ୍ଲାନକୁ କାର୍ଯ୍ୟକାରୀ କରିବେ ବୋଲି ଜୈଶ ଚାହୁଁଥିଲା। ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ଡାକ୍ତରମାନେ ଏକାଠି ହେବା ପରେ ଆକ୍ରମଣ ପୂର୍ବରୁ ଫରିଦାବାଦରେ ନିଜର ବେସ୍‌ ତିଆରି କରିଥିଲେ। 

ଏହି ଆତଙ୍କବାଦୀମାନେ ଧଳା ପୋଷାକରେ ଥିବାରୁ ବେଧଡ଼କ ଅନ୍ଦାଜରେ ଏନସିଆରରେ ବୁଲି ପାରୁଥିଲେ। ସେମାନଙ୍କୁ କେହି ବି ସନ୍ଦେହ କରୁ ନଥିଲେ। ଏହାପରେ ସେମାନେ ନିଜ ଯୋଜନାକୁ ସଫଳ ରୂପ ଦେବା ପାଇଁ ଧୌଜ ଓ ଫତେପୁର ତାଗା ଅଞ୍ଚଳରେ ଘର ଭଡ଼ା ନେଇଥିଲେ। ଏହି ଭଡ଼ା ଘରେ ବିସ୍ଫୋରକ ଠୁଳ କରିବା ଆରମ୍ଭ କରିଥିଲେ। ସେଠାରୁ ସେମାନେ ପୂରା ନେଟୱର୍କକୁ ପରିଚାଳନା କରୁଥିଲେ ବୋଲି ଜଣାପଡ଼ିଛି। 

ବର୍ତ୍ତମାନ ସୁଦ୍ଧା ହ୍ୱାଇଟ କଲାରରେ ଥିବା ୩ ଜଣ ଆତଙ୍କବାନୀ ଶାହୀନ ସୟିଦ, ମୁଜାମିଲ ଶକୀଲ ଓ ଆଦିଲ ଅହମଦ ରାଥେର ପୂରା ନେଟୱର୍କର ସୂତ୍ର ଧର ଥିଲେ ବୋଲି ସ୍ପଷ୍ଟ ହୋଇଛି। ଡାକ୍ତର ଉମର ମହମ୍ମଦ ନବି ମଧ୍ୟ ଏହି ନେଟୱର୍କରେ ରହିଥିଲା। ନଭେମ୍ବର ୧୦ରେ ଡାକ୍ତର ଉମର ହିଁ ଲାଲକିଲ୍ଲା ନିକଟରେ ଆତ୍ମଘାତୀ ହମଲା(Blast In Delhi) କରିଥିଲା।

ଉମର ସହ ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟରେ କାମ କରୁଥିବା ଆଉ ୩ ଜଣ ଡାକ୍ତରଙ୍କୁ ପୁଲିସ୍‌ ଅଟକ ରଖିଥିଲା। ହେଲେ ସେମାନଙ୍କୁ ରିଲିଜ କରିଦିଆଯିବ ବୋଲି ଜଣାପଡ଼ିଛି। 

Delhi Blast Blast In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe