Advertisment

Blast In Delhi: ଅତ୍ୟନ୍ତ ମୌଳବାଦୀ ଚିନ୍ତାଧାରାରେ ବୁଡ଼ି ରହିଥିଲା ଉମର, ରୋଗୀ ଓ ମହିଳାଙ୍କୁ ହସ୍ପିଟାଲରେ ପଚାରୁଥିଲା ଏମିତି ପ୍ରଶ୍ନ

ଉମର ମୌଳବାଦୀ ଚିନ୍ତାଧାରାରେ ବୁଡ଼ି ରହିଥିବାରୁ ନଭେମ୍ବର ୧୦ରେ ଲାଲକିଲ୍ଲାରେ ଆତ୍ମଘାତୀ ହମଲା କରିବାକୁ ମଧ୍ୟ ପଛାଇ ନଥିଲା। ଏହି ହମଲାରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।

author-image
Hemant Lenka
Blast

ଉମର ଉନ ନବି

ଦିଲ୍ଲୀର ଲାଲକିଲ୍ଲାରେ କାର ବୋମା ବିସ୍ଫୋରଣ(Blast In Delhi) କରିଥିବା ଉମର ଉନ ନବି ଅତ୍ୟନ୍ତ ମୌଳବାଦୀ ଚିନ୍ତାଧାରାରେ ବୁଡ଼ି ରହିଥିଲା। ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟରେ କାମ କରିବା ପୂର୍ବରୁ ଉମର ଜମ୍ମୁ-କଶ୍ମୀରର ଅନନ୍ତନାଗ ସ୍ଥିତ ସରକାରୀ ମେଡିକାଲ କଲେଜ(ଜିଏମସି)ରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲା।

Advertisment

ସେବେଠାରୁ ହିଁ ତା’ର ଅତ୍ୟନ୍ତ କଠୋର ବୟାନ ସମସ୍ତଙ୍କୁ ଚକିତ କରୁଥିଲା। ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ ସମୟରେ ଉମରର ଚରମପନ୍ଥୀ ମାନସିକତାର ମଧ୍ୟ ପର୍ଦ୍ଦାଫାସ ହୋଇଛି। ଉମର ମୌଳବାଦୀ ଚିନ୍ତାଧାରାରେ ବୁଡ଼ି ରହିଥିବାରୁ ନଭେମ୍ବର ୧୦ରେ ଲାଲକିଲ୍ଲାରେ ଆତ୍ମଘାତୀ ହମଲା କରିବାକୁ ମଧ୍ୟ ପଛାଇ ନଥିଲା। ଏହି ହମଲାରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। 

ଏକଦା ଅନନ୍ତନାଗ ହସ୍ପିଟାଲରେ ଉମର ସହ କାମ କରୁଥିବା ଲୋକମାନେ ତା’ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେମାନଙ୍କ କହିବା କଥା ଯେ ଉମର ପ୍ରାୟତଃ ମହିଳା ରୋଗୀମାନଙ୍କୁ ଚିହ୍ନଟ କରିଥାଏ। ସେମାନେ ହସ୍ପିଟାଲ ଆସିବା ବେଳେ କାହିଁକି ହିଜାବ(ଇସଲାମ ଧର୍ମରେ ହେଡ ସ୍କାର୍ପ) ପିନ୍ଧୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଥାଏ। 

Advertisment

ଗୋଟିଏ ସୂତ୍ରରେ କୁହାଯାଇଛି ଯେ “ଆମେ ତା’କୁ ମହିଳା ରୋଗୀମାନଙ୍କ ସହ କଥା ହେବାର ପ୍ରାୟତଃ ଶୁଶି ଥାଉ। ସେମାନେ କାହିଁକି ହିଜାବ ପରିଧାନ କରୁ ନାହାନ୍ତି? କାହିଁକି ତୁମ ମୁଣ୍ଡ ଘୋଡ଼ା ଯାଇ ନାହିଁ ବୋଲି ସେ ପ୍ରଶ୍ନ କରେ। ଏହାପରେ ସେ ରୋଗୀମାନଙ୍କୁ ଦିନକୁ କେତେ ଥର ନମାଜ ପାଠ କରୁଛ ବୋଲି ବି ପଚାରିଥାଏ।”

ଉମରକୁ ଜାଣିଥିବା ହସ୍ପିଟାଲର ଅନ୍ୟମାନଙ୍କ କହିବା କଥା ଯେ ଧାର୍ମିକ ବିଶ୍ୱାସକୁ ନେଇ ସେ ସବୁବେଳେ ବେଶ କଠୋର ରହୁଥିଲା। ଅନ୍ୟ ଧର୍ମ ଓ ବିଶ୍ୱାସ ଉପରେ ସେ ଇସଲାମକୁ ସବୁବେଳେ ରଖିବାକୁ ଚାହୁଁଥିଲା। ଏଥିରୁ ତା’ର ମୌଳବାଦୀ ଚିନ୍ତାଧାରା ସ୍ପଷ୍ଟ ଭାବେ ଜଣାପଡ଼ୁଛି। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ଲାସ ରୁମରେ ସେ ସବୁବେଳେ ଛାତ୍ର ଓ ଛାତ୍ରୀଙ୍କୁ ଅଲଗା ରହିବା ଉପରେ ଶିକ୍ଷା ଦେଇଥାଏ। ଉମରର ଆଚାର ଓ ବ୍ୟବହାର ଦେଖି କିଛି ରୋଗୀ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ଯାଞ୍ଚ କରି ହସ୍ପିଟାଲ କର୍ତ୍ତୃପକ୍ଷ ତା’କୁ ଚାକିରିରୁ ବାହାର କରି ଦେଇଥିଲେ।

ସେଠାରୁ ସେ ସିଧା ‍ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟକୁ ଯାଇଥିଲା ଓ ସେଠାରେ ଆସିସଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ଏହି ସମୟରେ ସେ ବନି ଯାଇଥିବା ଆତ୍ମଘାତୀ ହମଲାକାରୀ। 

Delhi Blast Blast In Delhi