Advertisment

Blast In Delhi: ଦିଲ୍ଲୀ ବିସ୍ଫୋରଣ: ଆଉ ଜଣେ ଗିରଫ, ଡ୍ରୋନକୁ ବଦଳାଉଥିଲା, ରକେଟ ତିଆରି କରିବାକୁ ଚାହୁଁଥିଲା

ଦିଲ୍ଲୀ ବିସ୍ଫୋରଣକାରୀ ଡାକ୍ତର ଉମର ନବିର ଆଉ ଜଣେ ସହଯୋଗୀ ଯସିର ବିଲାଲ ୱାନି ଓରଫ ଡାନିଶକୁ ଶ୍ରୀନଗରରୁ ଗିରଫ କରିଛି ଏନଆଇଏ। ଡାନିଶର ଘର ଅନନ୍ତନାଗର କାଜିଗୁଣ୍ଡ ଅଞ୍ଚଳରେ। ଦିଲ୍ଲୀ ବିସ୍ଫୋରଣ ପଛରେ ହୋଇଥିବା ଷଡ଼ଯନ୍ତ୍ରରରେ ଡାନିଶ ସାମିଲ ଥିଲା।

author-image
Hemant Lenka
Umar

ଉମର

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ(Blast In Delhi) ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିଛି। ଆଜି ଦିଲ୍ଲୀର ଏଲଜେପି ହସ୍ପିଟାଲରେ ଗତ ସୋମବାର ଠାରୁ ଚିକିତ୍ସିତ ହେଉଥିବା ୨ ଜଣ ଆହତ ଆଖି ବୁଜିଛନ୍ତି। ଫଳରେ ଦିଲ୍ଲୀ ଆତ୍ମଘାତୀ କାର ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୫ରେ ପହଞ୍ଚିଛି। ଏବେ ବି ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ଅନ୍ୟପକ୍ଷରେ ଦିଲ୍ଲୀ ବିସ୍ଫୋରଣକାରୀ ଡାକ୍ତର ଉମର ନବିର ଆଉ ଜଣେ ସହଯୋଗୀ ଯସିର ବିଲାଲ ୱାନି ଓରଫ ଡାନିଶକୁ ଶ୍ରୀନଗରରୁ ଗିରଫ କରିଛି ଏନଆଇଏ। ଡାନିଶର ଘର ଅନନ୍ତନାଗର କାଜିଗୁଣ୍ଡ ଅଞ୍ଚଳରେ। ଦିଲ୍ଲୀ ବିସ୍ଫୋରଣ ପଛରେ ହୋଇଥିବା ଷଡ଼ଯନ୍ତ୍ରରରେ ଡାନିଶ ସାମିଲ ଥିଲା।

ଆତଙ୍କୀ ଉମର ନବି ସହ ମିଶି ସେ ହମଲା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଉମର ସହ ମିଶି ସେ କେବଳ ବିସ୍ଫୋରଣର ଯୋଜନା କରି ନଥିଲା, ବରଂ ଆତ୍ମଘାତୀ ହମଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ପାଇଥିଲା। 

Advertisment

ସୂତ୍ର ଅନୁସାରେ, ଉମର ଓ ଡାନିଶ ପରସ୍ପରକୁ କଶ୍ମୀରର ଗୋଟିଏ ମସଜିଦରେ ପ୍ରଥମଥର ପାଇଁ ଭେଟିଥିଲେ। ଏହି ସମୟରେ ଉମର ବେଶ କୌଶଳକ୍ରମେ ଡାନିଶକୁ ନିଜ ଜାଲରେ ଫସାଇଥିଲା। ଏଥିସହ ତା’ ବ୍ରେନୱାଶ କରି ଆତ୍ମଘାତୀ ହମଲା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲା। ଏନଆଇର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡାନିଶ ଆତଙ୍କବାଦୀ ହମଲାରେ ବୈଷୟିକ ସହାୟତା ଯୋଗାଉଥିଲା।

ସେ ଡ୍ରୋନକୁ ମୋଡିଫାଏ କରୁଥିଲା। ଏପରି କି ଡ୍ରୋନକୁ ବିଭିନ୍ନ ଜ୍ଞାନକୌଶଳରେ ବଦଳାଇ ଆହୁରି ଅତ୍ୟାଧୁନିକ କରୁଥିଲା। ସେହିପରି ସେ ରକେଟ ତିଆରି କରିବାକୁ ଚେଷ୍ଟା ଚଳାଇଥିଲା। ଏହି ରକେଟ ଜରିଆରେ ସେ ବଡ଼ଧରଣର ଆତଙ୍କୀ ହମଲା କରିବାକୁ ଚାହୁଁଥିଲା। 

୩ ଦିନ ପୂର୍ବରୁ ଜମ୍ମୁ-କଶ୍ମୀର ପ୍ରଥମେ ଡାନିଶକୁ ଉଠାଇ ନେଇଥିଲା। ତା’ର ଆତଙ୍କବାଦୀ ଲିଙ୍କ ଥିବା ଜଣାପଡ଼ିବା ପରେ ପୁଲିସ୍‌ ଏପରି ପଦକ୍ଷେପ ନେଇଥିଲା। ଏକଥା ଡ୍ରାଏ ଫ୍ରୁଟ ବ୍ୟବସାୟ କରୁଥିବା ଡାନିଶର ବାପା ଜାଣିବା ପରେ ପୂରା ଭାଙ୍ଗି ପଡ଼ିଥିଲେ। ସେ ରବିବାର ନିଜ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଆଜି ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଡାନିଶ ୩ ଦିନ ହେଲା ପୁଲିସ୍‌ ହେପାଜତରେ ଥିବା ବେଳେ ଆଜି ଏନଆଇଏ ତା’କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଏବେ ବି ପୁଲିସ୍ ସହାୟତାରେ ଏନଆଇଏ ଟିମ ବିଭିନ୍ନ ସ୍ଥାନରେ ରେଡ୍‌ କରି ହମଲା ପଛରେ ଥିବା ନେଟୱର୍କର ପର୍ଦ୍ଦାଫାସ କରିବାରେ ଲାଗି ପଡ଼ିଛି। 

Delhi Blast Blast In Delhi