Advertisment

ଦିଲ୍ଲୀ ବଜେଟ୍ ଉପରେ କେନ୍ଦ୍ରର ରୋକ୍‌, ପ୍ରଶ୍ନ ଉଠାଇଲେ କେଜ୍ରିୱାଲ

କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଚିଠି ଲେଖି, ଆପଣ ଦିଲ୍ଲୀବାସୀଙ୍କ ଉପରେ ଖପ୍ପା କାହିଁକି ବୋଲି ପ୍ରଶ୍ନ କରିଛନ୍ତି।

ଅଦ୍ୟତନ ହୋଇଛି
undefined

Arvind Kejriwal

Advertisment

ଦିଲ୍ଲୀ ବଜେଟ୍‌କୁ ନେଇ ମୁହାଁମୁହିଁ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ର ସରକାର। ଆଜି ସଂସଦରେ ଦିଲ୍ଲୀର ୨୦୨୩-୨୪ ବଜେଟ ଉପସ୍ଥାପନ ହେବାରେ ଥିଲା। କିନ୍ତୁ ଏହା ଉପରେ ରୋକ ଲଗାଇ ଦିଆଯାଇଛି। କେନ୍ଦ୍ର ସରକାର ବଜେଟ୍ ଉପସ୍ଥାପିତ କରିବା ପାଇଁ ଅନୁମତି ଦେଇନଥିବା କେଜ୍ରିୱାଲ ଦାବି କରିଛନ୍ତି। 

Advertisment

କୁହାଯାଉଛି ଯେ, ବିଜ୍ଞାପନ, ପୁଞ୍ଜି ବ୍ୟୟ ଏବଂ ଆୟୁଷ୍ମାନ ଭାରତ ଭଳି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ  ଦିଲ୍ଲୀ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛି। ସେପଟେ ବଜେଟ୍ ଉପସ୍ଥାପନ କରିବା ଉପରେ ଲାଗିଥିବା ରୋକ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଦାଦାଗିରି କରୁଥିବା କେଜ୍ରିୱାଲ ଅଭିଯୋଗ ଆଣିଛନ୍ତି। ଇତିହାସରେ ଏହା ପ୍ରଥମଥର ଘଟୁଛି ବୋଲି ସେ କହିଛନ୍ତି। ଏଥିସହ ସେ ମୋଦିଙ୍କ ନିକଟକୁ ଏକ ଚିଠି ମଧ୍ୟ ଲେଖିଛନ୍ତି।

କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଚିଠି ଲେଖି, ସେ ଦିଲ୍ଲୀବାସୀଙ୍କ ଉପରେ ଖପ୍ପା କାହିଁକି ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଦୟାକରି ଦିଲ୍ଲୀ ବଜେଟ୍ ଉପରେ ରୋକ ଲଗାନ୍ତୁ ନାହିଁ। ଦିଲ୍ଲୀବାସୀ ଆପଣଙ୍କୁ ହାତ ଯୋଡି ପ୍ରାର୍ଥନା କରୁଛନ୍ତି। ଆମ ବଜେଟ୍ ପାସ୍ କରିଦିଅନ୍ତୁ ବୋଲି କେଜ୍ରିୱାଲ ଚିଠିରେ ଉଲ୍ଲେଖ କରିଛନ୍ତି। 

Advertisment

ଦିଲ୍ଲୀ ସରକାରୀ ସୂତ୍ରରୁ ପ୍ରକାଶ ଯେ ଗୃହ ମନ୍ତ୍ରଣାଳୟ ଅରବିନ୍ଦ କେଜ୍ରିୱାଲଙ୍କ ବଜେଟ ଉପରେ ରୋକ୍ ଲଗାଇଦେଇଛି। ଏଭଳି ପରିସ୍ଥିତିରେ ମଙ୍ଗଳବାର ଦିନ ଏହା ଗୃହରେ ଉପସ୍ଥାପିତ ହୋଇପାରିବ ନାହିଁ। 

କେଜ୍ରିୱାଲ କେନ୍ଦ୍ରକୁ ସମାଲୋଚନା କରିବା ପରେ ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ମନ୍ତ୍ରଣାଳୟ ଆମ ଆଦମୀ ପାର୍ଟି ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛି। କାରଣ ଏହାର ବଜେଟ୍ ପ୍ରସ୍ତାବରେ ବିଜ୍ଞାପନ ପାଇଁ ଅଧିକ ଆବଣ୍ଟନ ରହିଛି ଏବଂ ଭିତ୍ତିଭୂମି ତଥା ଅନ୍ୟାନ୍ୟ ବିକାଶମୂଳକ ପଦକ୍ଷେପ ପାଇଁ ଏହା କମ୍ ରହିଛି। ଏହି ସ୍ପଷ୍ଟୀକରଣ ବାବଦରେ କେଜ୍ରିୱାଲ ସରକାର ଏଯାଏଁ କିଛି ଉତ୍ତର ରଖିନଥିବା ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି।

ସେପଟେ ଆପ୍ ସରକାର ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛି। ଦିଲ୍ଲୀର ମୋଟ ବଜେଟ୍ ହେଉଛି ୭୮,୮୦୦ କୋଟି ଟଙ୍କାର। ଏଥିମଧ୍ୟରୁ ୨୨,୦୦୦ କୋଟି ଟଙ୍କା ଭିତ୍ତିଭୂମି ପାଇଁ ଏବଂ ବିଜ୍ଞାପନ ପାଇଁ କେବଳ ୫୫୦ କୋଟି ଟଙ୍କା। ବିଜ୍ଞାପନ ପାଇଁ ଆବଣ୍ଟନ ରାଶି ଗତ ବର୍ଷର ବଜେଟ୍ ସହିତ ସମାନ ଥିବା କେଜ୍ରିୱାଲ ସରକାର ଦାବି କରିଛନ୍ତି। 

Arvind Kejriwal PM Modi Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe