Advertisment

ବୁରାଡ଼ି ଘଟଣା ରିପିଟ୍, ବନ୍ଦ ଘରୁ ମିଳିଲା ୫ଜଣଙ୍କ ଝୁଲନ୍ତା ମୃତଦେହ

ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ତିନୋଟି ଛୁଆ ଅଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Family Found Hanging

Family Found Hanging

ସମାନ ତାରିଖ, ସମାନ ତରିକା। କେବଳ ସ୍ଥାନ ଅଲଗା। ୬ ବର୍ଷ ପରେ ମଧ୍ୟପ୍ରଦେଶରେ ଦିଲ୍ଲୀ ବୁରାଡ଼ି ଘଟଣାର ହେଲା ରିପିଟ୍। ଏକ ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୫ଜଣଙ୍କ ଝୁଲନ୍ତା ମୃତଦେହ। ମଧ୍ୟପ୍ରଦେଶ ଅଲ୍ଲିରାଜପୁର ଥାନା ସେଣ୍ଡୱା ଗାଁ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ଏହି ମାମାଲା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଚି।

Advertisment

ମିଳିଥିବା ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ତିନୋଟି ଛୁଆ ଅଛନ୍ତି। ରାକେଶ ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଲଳିତା, ଝିଅ ଲକ୍ଷ୍ମୀ. ଦୁଇ ପୁଅ ଅକ୍ଷୟ ଓ ପ୍ରକାଶଙ୍କ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ରାକେଶ ପେସାରେ ଜଣେ କୃଷକ ଥିଲେ।

ଗତକାଲିଠୁ ପୂରା ପରିବାର ସମ୍ପର୍କରେ କୌଣସି ଖୋଜ୍ ଖବର ମିଳିପାରିନଥିଲା। ଆଜି ପଡ଼ୋଶୀ ଯାଇ ଘରେ ଦେଖିଲା ବେଳେ ଏଭଳି ଅଭାବନୀୟକାଣ୍ଡ ଘଟିଛି। ଖବର ପାଇ ଜିଲ୍ଲା ଏସ୍‌ପି ରାଜେଶ ବ୍ୟାସ ଓ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା? ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।

Advertisment

ସେପଟେ ସମ୍ପର୍କୀୟ ଏହା ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ବିଜେପି ମଣ୍ଡଳ ସଭାପତି ଜୟପାଲ ସିଂହ କହିଛନ୍ତି ଯେ ଏହି ପରିବାର ଆତ୍ମହତ୍ୟା ଭଳି ପଦକ୍ଷେପ ନେଇପାରିବ ନାହିଁ, ଏହା ହତ୍ୟା। ପୁଲିସ ଏହାର ଶୀଘ୍ର ଯାଞ୍ଚ କରିବା ଉଚିତ। ବର୍ତ୍ତମାନ ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

ବିଶେଷ କଥା ହେଉଛି ଏହି ଘଟଣା ଦିଲ୍ଲୀର ବୁରାଡି ଘଟଣାକୁ ମନେ ପକାଇ ଦେଇଛି। ୧ ଜୁଲାଇ ୨୦୧୮ରେ ଦିଲ୍ଲୀ ବୁରାଡିରେ ଗୋଟିଏ ପରିବାରର ୧୨ ଜଣ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିଲା।

Delhi Burari Like Case Family Found Hanging Madhya Pradesh