Advertisment

ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଲା ଦିଲ୍ଲୀ ବନାମ କେନ୍ଦ୍ର କଳି

ଅରବିନ୍ଦ କେଜ୍ରିୱାଲଙ୍କ ସରକାର ମଧ୍ୟ କେନ୍ଦ୍ର ସରକାର ନିଯୁକ୍ତି ଓ ବଦଳି ଦାୟିତ୍ୱ ଉପ ରାଜ୍ୟପାଳଙ୍କର ବୋଲି କହି ଆଣିଥିବା ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛି।

author-image
Hemant Lenka
supreme court of india

supreme court of india

ତୀବ୍ର ହେଉଛି ଦିଲ୍ଲୀ ସରକାର ବନାମ କେନ୍ଦ୍ର ସରକାରଙ୍କ କଳି। ଦିଲ୍ଲୀର ସମସ୍ତ ବଦଳି ଓ ନିଯୁକ୍ତି ଦାୟିତ୍ୱ କ୍ଷମତାସୀନ ଆପ୍‌ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଦାନ କରିଥିଲେ। ଏହାକୁ ଅଧ୍ୟାଦେଶ ଦ୍ୱାରା ଅକାମୀ କରି କେନ୍ଦ୍ର ସରକାର ପ୍ରଶାସନିକ ସେବାର ସବୁ ଦାୟିତ୍ୱ ଉପ ରାଜ୍ୟପାଳଙ୍କୁ ହସ୍ତାନ୍ତର କରିଛନ୍ତି।

Advertisment

ସୁପ୍ରିମକୋର୍ଟ ଆପ୍‌ ସରକାର ସପକ୍ଷରେ ରାୟ ଦେଇଥିବା ବେଳେ ଏବେ ପୁଣି ବିବାଦ ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାୟର ପୁନଃବିଚାର କରିବାକୁ ଆବେଦନ କରିଛନ୍ତି।

ଅରବିନ୍ଦ କେଜ୍ରିୱାଲଙ୍କ ସରକାର ମଧ୍ୟ କେନ୍ଦ୍ର ସରକାର ନିଯୁକ୍ତି ଓ ବଦଳି ଦାୟିତ୍ୱ ଉପ ରାଜ୍ୟପାଳଙ୍କର ବୋଲି କହି ଆଣିଥିବା ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁସିଙ୍ଘଭୀ କହିଛନ୍ତି, “ଯେତେବେଳେ ଆପଣ ମ୍ୟାଚ୍‌ ହାରି ଯାଆନ୍ତି ସେତେବେଳେ ଆପଣ ସିଧା ନିୟମରେ ପରିବର୍ତ୍ତନ କରି ଦେଉଛନ୍ତି। କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବେଆଇନ। ଏହା ସଂସଦରେ କେବେ ହେଲେ ପାରିତ ହେବନି।”

Advertisment

ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଦିଲ୍ଲୀର ପ୍ରଶାସନିକ ଅଦଳବଦଳ ଓ ନିଯୁକ୍ତି ନିର୍ବାଚିତ ସରକାରଙ୍କର ବୋଲି ରାୟ ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ଶୁକ୍ରବାର ଅଧ୍ୟାଦେଶ ଦ୍ୱାରା ଟ୍ରାନ୍ସଫର ଓ ପୋଷ୍ଟିଂ ଦାୟିତ୍ୱ ନ୍ୟାଶନାଲ କ୍ୟାପିଟାଲ ସିଭିଲ ସର୍ଭିସ ଅଥୋରିଟିର ବୋଲି କହିଥିଲେ।

ଏହି ଅଥୋରିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିବେ। ଏହାବାଦ ମୁଖ୍ୟ ଶାସନ ସଚିବ ଓ ପ୍ରିନ୍ସିପାଲ ଗୃହ ସଚିବ ଅଥୋରିଟିର ସଦସ୍ୟ ରହିବେ। ସବୁ ପୋଷ୍ଟିଂ ଓ ବଦଳି ସଦସ୍ୟଙ୍କ ଭୋଟ ଆଧାରରେ ହେବ। ମତପାର୍ଥକ୍ୟ ଦେଖାଗଲେ ଉପ ରାଜ୍ୟପାଲ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହାକୁ କେହି ବି ବେଖାତିର କରିପାରିବେ ନାହିଁ ବୋଲି ଅଧ୍ୟାଦେଶରେ କୁହାଯାଇଥିଲା।

କେନ୍ଦ୍ର ସରକାରଙ୍କ ଏହି ଅଧ୍ୟାଦେଶ ମେ’ ୧୧ରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ଦେଇଥିବା ରାୟକୁ ଅକାମୀ କରି ଦେଇଛି। ତେଣୁ ଆପ୍‌ ଏହାକୁ ଅସାମ୍ବିଧାନ କହିଛି।

Supreme Court AAP