Advertisment

ଚାଷୀ ଆନ୍ଦୋଳନ: ହୃଦଘାତରେ କୃଷକଙ୍କ ମୃତ୍ୟୁ

ହରିଆଣାର ଶମ୍ଭୁ ସୀମାରେ ଜଣେ ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
File Photo

File Photo

Advertisment

ହରିଆଣାର ଶମ୍ଭୁ ସୀମାରେ ଜଣେ ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ ଘଟିଛି। ଆନ୍ଦୋଳନରେ ସାମିଲ ଥିବା ସମୟରେ ହୃଦଘାତ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତ କୃଷକ ହେଉଛନ୍ତି ୬୩ ବର୍ଷୀୟ ଜିଆନ ସିଂହ।

Advertisment

ସୂଚନା ଅନୁସାରେ, ଜିଆନଙ୍କ ଘର ପଞ୍ଜାବ ହରିଦାସପୁର ଜିଲ୍ଲାରେ। ସେ ହରିଆଣାର ଶମ୍ଭୁ ବର୍ଡରରେ ଚାଲିଥିବା କୃଷକ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ସମୟରେ ତାଙ୍କର ଛାତି ଯନ୍ତ୍ରଣା ହୋଇଥିଲା। ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପ୍ରକାଶ ଥାଉ କି, ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଓ ଋଣ ଛାଡ଼ ଭଳି ବିଭିନ୍ନ ଦାବି ନେଇ 'ଦିଲ୍ଲୀ ଚଲୋ' ଡାକରା ଦେଇଛନ୍ତି କୃଷକ ସଂଠଗନ। ଏଥିରେ ୨୦୦ରୁ ଅଧିକ କୃଷକ ସଂଗଠନର ୩୦ ହଜାରରୁ ଅଧିକ କୃଷକ ସାମିଲ ହୋଇଛନ୍ତି। ବିଶେଷ କରି ପଞ୍ଜାବ ଓ ହରିଆଣାରେ କୃଷକମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Advertisment

ମଙ୍ଗଳବାର ହଜାର ହଜାର ଚାଷୀ ଦିଲ୍ଲୀରେ ଆନ୍ଦୋଳନ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ପୁଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ଉଭୟ ପକ୍ଷରୁ ଏକାଧିକ ଲୋକ ଆହତ ହୋଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ଚାଷୀ ନେତାଙ୍କ ସହ ବାରମ୍ବାର ବୈଠକ ଡାକୁଛନ୍ତି।

ତିନି ଥର ବୈଠକ ବସି ସାରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଆଜି ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରୁଛନ୍ତି। ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। 

Farmers Protest Delhi Chalo March Farmer Dies Of Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe