ଜିଦରେ ଅଟଳ ରେସଲର, ଧାରଣାସ୍ଥଳରେ ଅରବିନ୍ଦ କେଜ୍ରିୱାଲ ଓ ପ୍ରିୟଙ୍କା ଗାନ୍ଧି

ବ୍ରିଜ ଭୂଷଣଙ୍କ ନାଁରେ ରୁଜୁ ହେଲା ଏଫଆଇଆର ତଥାପି ଧାରଣାରୁ ନଓହରିବା ଜିଦରେ ରେସଲର।

Arvind Kejriwal meets protesting wrestlers PhotoOR

ଧାରଣାକାରୀ ରେସଲରଙ୍କୁ ସମର୍ଥନ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ

Niranjan Mishra
  • Published: Saturday, 29 April 2023
  • Updated: 29 April 2023, 09:53 PM IST

ବ୍ରିଜ ଭୂଷଣଙ୍କ ନାଁରେ ରୁଜୁ ହେଲା ଏଫଆଇଆର ତଥାପି ଧାରଣାରୁ ନଓହରିବା ଜିଦରେ ରେସଲର। ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ମାମଲା ରୁଜୁ ସତ୍ତ୍ୱେ ଆନ୍ଦୋଳନରୁ ଓହରିବେନି ବୋଲି ସଫା ମନା କରିଦେଇଛନ୍ତି ଧାରଣା ଦେଇଥିବା ରେସଲର। ସେପଟେ ଏହି ଧାରଣାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବହୁ ଜଣାଶୁଣା ରାଜନେତା ସମର୍ଥନ ଦେଇଛନ୍ତି। ଏହି ରାଜନେତାମାନେ ସିଧାସଳଖ ବିଜେପି ସରକାରକୁ ଟାର୍ଗେଟ କରି ରେସଲରଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି।

ସେପଟେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ୨ଟି ମାମଲା ରୁଜୁ ହୋଇଛି। ପ୍ରଥମ ମାମଲାଟି ଜଣେ ନାବାଳିକା ରେସଲର କରିଛନ୍ତି। POCSO ଆଇନ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି। ଦ୍ୱିତୀୟ ଏତଲା ମହିଳା କୁସ୍ତି ଯୋଦ୍ଧା କରିଥିବା ଅଭିଯୋଗ ଆଧାରରେ ଦାୟର କରାଯାଇଛି। ଆନ୍ଦୋଳନରେ ବସିଥିବା ରେସଲର କହିଛନ୍ତି ବ୍ରିଜ ଭୂଷଣ ନିଜ ପଦର ଦୁରୁପୋଯୋଗ କରିବାର ଆଶଙ୍କା ରହିଛି। ତେଣୁ ସେ ପଦରୁ ନହଟିବା ଯାଏଁ ଆନ୍ଦୋଳନ ଜାରି ରହିଛି। ଏଥିସହ ପ୍ରଶାସନ ସେମାନଙ୍କୁ ଜନ୍ତରମନ୍ତର ସ୍ଥିତ ଧାରଣସ୍ଥଳରେ ହଇରାଣ କରୁଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ଆନ୍ଦୋଳନ ରେସଲର ବଜରଙ୍ଗ ପୁନିଆ।

Also Read

ଏପଟେ ଦୁଇ ଦୁଇଟି ମାମଲା ରୁଜୁ ହେବା ପରେ ଆଜି ପ୍ରଥମ ଥର ମୁହଁ ଖୋଲିଛନ୍ତି ବ୍ରିଜ ଭୂଷଣ। କହିଛନ୍ତି ମୁଁ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ। ସବୁ ପ୍ରକାର ଅଭିଯୋଗର ସାମ୍ନା କରିବାକୁ ପ୍ରସ୍ତୁତ। ତଦନ୍ତକାରୀ ଏଜେନ୍ସିକୁ ସବୁ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି ବ୍ରିଜଭୂଷଣ। ଇସ୍ତଫ ପ୍ରସଙ୍ଗରେ କହିଛନ୍ତି ଯେ ଇସ୍ତଫା ଦେବା ବଡ କଥା ନୁହେଁ। କିନ୍ତୁ ମୁଁ ଅପରାଧୀ ଭାବେ ଇସ୍ତଫା ଦେବାକୁ ଚାହୁଁନି, କାରାଣ ମୁଁ ଅପରାଧୀ ନୁହେଁ। ନିଜ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଯେଉଁ ନାବାଳିକା କଥା କୁହାଯାଉଛି ତା’କୁ ଯାଞ୍ଚ କମିଟି ଆଗରେ କାହିଁକି ହାଜର କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି। ଏପରିକି ଧାରଣାରେ ଗୋଟିଏ ପରିବାର ଏବଂ ଏକ ନିର୍ଦ୍ଦିଷ୍ଟ ଆଖାଡାର ରେସଲର ମାନେ କାହିଁକି ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବ୍ରିଜଭୂଷଣ ଶରଣ ସିଂ।

ଅନ୍ୟପଟେ ରେସଲରଙ୍କ ଆନ୍ଦୋଳନକୁ ରାଜନୈତିକ ଦଳର ସମର୍ଥନ ମଧ୍ୟ ମିଳିବାରେ ଲାଗିଛି। ଆଜି ସକାଳେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଜନ୍ତରମନ୍ତରରେ ପହଞ୍ଚି ଆନ୍ଦୋଳନରତ ରେସଲରମାନଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ସେ ମଧ୍ୟ ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବି କରିଛନ୍ତି।

ସେହିପରି ଧାରଣାରେ ବସିଥିବା ମହିଳା ରେସଲରଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଧାରଣା ବସିଥିବା ରେସଲରମାନଙ୍କୁ ସମର୍ଥନ ଦେଇଛନ୍ତି। ସେ ବିଜେପି ସରକାରକୁ ଟାର୍ଗେଟ କରି କହିଛନ୍ତି, ଯେଉଁମାନେ ଦେଶର ଗୌରବ ବଢ଼ାଉଛନ୍ତି, ସେମାନଙ୍କୁ କାହିଁକି ସପ୍ତାହେ ହେବ ଧାରଣାରେ ବସିବାକୁ ବାଧ୍ୟ କରାଯାଉଛି। ଉଚ୍ଚ କ୍ଷମତାରେ ଥିବା ନେତାଙ୍କ ବିରୋଧରେ ଅଭିଯୋଗ କଲେ ବୋଲି ନା କ’ଣ? ପ୍ରତ୍ୟେକ ବ୍ୟକ୍ତି ଏହି ରେସଲରଙ୍କୁ ସମର୍ଥନ ଦେବା ଉଚିତ୍। କେନ୍ଦ୍ର ସରକାର ଏହି ରେସଲରଙ୍କୁ ସମର୍ଥନ ଦେଇ ବିଜେପି ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତରେ ସାଥୀ ହେବା ଉଚିତ ବୋଲି କେଜ୍ରିୱାଲ କହିଛନ୍ତି।

ସେହିପରି ଏହି ରେସଲରଙ୍କ ଧାରଣାକୁ କୃଷକ ନେତା ରାକେଶ ଟିକାଏଟ, ପୂର୍ବତନ ଜମ୍ମୁ  ଓ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ, ଖାପ୍ ପଞ୍ଚାୟତ ନେତା ତଥା ସିପିଆଇଏମ୍ ନେତା ବ୍ରିନ୍ଦା କରାତ, ପୂର୍ବତନ ହରିଆନା ମୁଖ୍ୟମନ୍ତ୍ରୀ ଭୂପେନ୍ଦର ସିଂହହୋଡ୍ଡା ପ୍ରମୁଖ ସମର୍ଥନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story