Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାରେ ଲାଗିବ ୫ ଟିଭି, ୧୪ ଏସି ସମେତ ଏହି ସବୁ ଦାମୀ ଜିନିଷ

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାରୀ ବାସଭବନ ବଙ୍ଗଳା ନମ୍ବର ୧ର ନବୀକରଣ ହେବ। ଏଥିପାଇଁ ମୋଟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

author-image
Hemant Lenka
Rekha Gupta

Rekha Gupta

ରାଜ ନିବାସ ମାର୍ଗରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାରୀ ବାସଭବନ ବଙ୍ଗଳା ନମ୍ବର ୧ର ନବୀକରଣ ହେବ। ଏଥିପାଇଁ ମୋଟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ନୋଟିସରେ ନବୀକରଣର ଫୋକସ ବୈଦ୍ୟୁତକ ସରଞ୍ଜାମ ଖଞ୍ଜିବା ଉପରେ ରହିଛି। ନବୀକରଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଏହା ଜୁଲାଇ ୪ରୁ ଉପଲବ୍ଧ ହେବ। ନବୀକରଣ କାମ ୬୦ ଦିନ ମଧ୍ୟରେ ସରିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ବଙ୍ଗଲା ନମ୍ବର ୧ ଓ ୨ ମିଳିଛି। ବଙ୍ଗଳା ନମ୍ବର ୧ରେ ସେ ନିଜେ ପରିବାର ସହ ରହିବେ। ବଙ୍ଗଳା ନମ୍ବର ୨ କ୍ୟାମ୍ପ ଅଫିସ ଭାବେ ବ୍ୟବହାର ହେବ। ଜୁନ ୨୮ରେ ଜାରି ହୋଇଥିବା ଟେଣ୍ଡର ନୋଟିସରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାରେ ମୋଟ ୯.୩ ଲକ୍ଷ ଟଙ୍କାରେ ୫ଟି ଟିଭି ଲାଗିବ। ଟିଭି ଗୁଡ଼ିକ ୪କେ ବର୍ଗର ରହିବ। ୧୪ଟି ଏସି ପାଇଁ ୭.୭ ଲକ୍ଷ ଓ ୫.୬୪ ଲକ୍ଷ ଟଙ୍କାରେ ୧୪ଟି ସିସିଟିଭି ଲଗାଯିବ। ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇଁ ୨ ଲକ୍ଷ ଟଙ୍କାର ୟୁପିଏସ୍‌ ଖଞ୍ଜାଯିବ।

ଅତିରିକ୍ତ ଭାବେ ରିମୋଟି ଚାଳିତ ୨୩ଟି ସିଲିଂ ଫ୍ୟାନ ପାଇଁ ୧.୮ ଲକ୍ଷ, ଗୋଟିଏ ଓଭେନ ଟୋଷ୍ଟ ଗ୍ରୀଲ ପାଇଁ ୮୫ ହଜାର, ୭୭ ହଜାର ଟଙ୍କାରେ ଗୋଟିଏ ସ୍ୱୟଂ ଚାଲିତ ୱାଶିଂମେସିନ, ୬୦ ହଜାର ଟଙ୍କାରେ ଗୋଟିଏ ଡିସୱାଶର, ୬୩ ହଜାର ଟଙ୍କାର ଗ୍ୟାସ ଷ୍ଟୋଭ, ୩୨ ହଜାର ଟଙ୍କାରେ ମାଇକ୍ରୋୱଭେସ ଓ ୯୧ ହଜାର ଟଙ୍କାରେ ୬ଟି ଗିଜର ପାଇଁ ଖର୍ଚ୍ଚ କରାଯିବ। ୧୧୫ଟି ଲ୍ୟାମ୍ପ, କାନ୍ଥ ଲାଇଟର୍ସ, ଝୁଲନ୍ତା ଲାଇଟ ଓ ୩ଟି ବଡ଼ ଚାନ୍ଦିଲା ଲଗାଇବା ପାଇଁ ୬,୦୩,୯୩୯ ଟଙ୍କା ଖର୍ଚ୍ଚ ହେବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି।

Advertisment

ଫେବୃଆରୀ ମାସରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଗୁପ୍ତା ବର୍ତ୍ତମାନ ନିଜର ଶାଲିମାର ବାଗ ଘରେ ରହୁଛନ୍ତି। ସେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖାଲି କରିଥିବା ବାସଭବନରେ ରହିବାକୁ ମନା କରି ଦେଇଥିଲେ। ୬ ଫ୍ଲାଗଷ୍ଟାଫ ରୋଡରେ ଥିବା କେଜ୍ରିୱାଲଙ୍କ ଘରକୁ ବିଜେପି ନିର୍ବାଚନ ବେଳେ ଶୀଶମହଲ ବୋଲି କହି କଟାକ୍ଷ କରୁଥିଲା। ବିଜେପି କ୍ଷମତାକୁ ଆସିବା ପରେ ଏହାକୁ ମ୍ୟୁଜିୟମରେ ପରିଣତ କରିବ ବୋଲି କହିଛି।

Delhi Chief Minister Rekha Gupta