Arrest
ଦିଲ୍ଲୀର ବିବେକ ବିହାରସ୍ଥିତ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୭ ଶିଶୁ ଜୀବନ୍ତ ଦଗ୍ଧ ହୋଇଯିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ଘଟଣାର ତଦନ୍ତ ବେଳେ ଉକ୍ତ ବେବି କେୟାର ସେଣ୍ଟରରେ ସାଂଘାତିକ ତ୍ରୁଟି ଥିବା ଜଣାପଡ଼ିଛି। ଏପରିକି ହସ୍ପିଟାଲ କର୍ତ୍ତୃପକ୍ଷ ସମସ୍ତ ନିୟମକୁ ଆଖି ବୁଜିଦେଇ ସେଠାରେ ଶିଶୁଙ୍କ ଜୀବନ ସହ ଖେଳି ଚାଲିଥିଲେ। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ବାନ୍ଧିଛି।
ବେବି କେୟାର ସେଣ୍ଟରର ଲାଇସେନ୍ସର ସମୟ ସୀମା ସରି ଯାଇଥିବା ବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା। ଏଥିସହ ଉକ୍ତ ସେଣ୍ଟରରେ ଅନୁମତିଠୁ ଅଧିକ ପିଲାଙ୍କୁ ରଖି ଚିକିତ୍ସିତ କରାଯାଉଥିବା ବେଳେ ଡାକ୍ତରମାନଙ୍କର ଆବଶ୍ୟକ ଯୋଗ୍ୟତା ନ ଥିଲା।
ଗତକାଲି ଦିଲ୍ଲୀ ପୁଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ବାନ୍ଧିଛି। ସେମାନଙ୍କ ମଧ୍ୟରେ ଜଣେ ବେବି କେୟାର ସେଣ୍ଟରର ମାଲିକ ଓ ଅନ୍ୟ ଜଣେ ସେଠାରେ କାର୍ଯ୍ୟରତ ଡାକ୍ତର ବୋଲି ଜଣାଯାଇଛି। ଗିରଫଦ୍ୱୟ ହେଲେ ଡା. ନଭୀନ ଖିଚି । ଉକ୍ତ ସମୟରେ ହସ୍ପିଟାଲରେ ସିଫ୍ଟ ଦାୟିତ୍ୱରେ ଥିବା ଡା. ଆକାଶଙ୍କୁ ବି ବାନ୍ଧିଛି ପୁଲିସ୍।
ଦିଲ୍ଲୀ ପୁଲିସ୍ର ଡେପୁଟି କମିଶନରଙ୍କ ସୂଚନା ଅନୁଯାୟୀ, ଉକ୍ତ ବିଲ୍ଡିଂରେ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ନ ଥିଲା। ଏଥିସହ ଅଘଟଣ ଘଟିଲେ ତୁରନ୍ତ ବାହାରିବାକୁ ଏମରଜେନ୍ସି ଦ୍ୱାର ବି ନ ଥିଲା। ଏଥିସହ ଅଗ୍ନିଶମ ବିଭାଗ ପକ୍ଷରୁ ହସ୍ପିଟାଲକୁ NOC ମିଳି ନ ଥିଲା।
ଏଥିସହ ଦିଲ୍ଲ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଲାଇସେନ୍ସ ଅବଧୀ ଗତ ମାର୍ଚ୍ଚ ୩୧ ତାରିଖରେ ସରି ଯାଇଥିଲ। ମାତ୍ର ଏହାପରେ ବି ହସ୍ପିଟାଲ ପକ୍ଷରୁ ଲାଇସେନ୍ସର ଅବଧୀ ବାହାର କରାଯାଇ ନ ଥିଲା।
କେବଳ ଏତିକି ନୁହେଁ, ଏହି ହସ୍ପିଟାଲକୁ କେବଳ ୫ଟି ବେଡର ଅନୁମତି ମିଳିଥିବା ବେଳେ ଅଗ୍ନିକାଣ୍ଡ ସମୟରେ ସେଠାରେ ୧୨ ଶିଶୁଙ୍କ ଚିକିତ୍ସା ଚାଲିଥିଲା। ଏଥିସହ ନବଜାତ ଶିଶୁଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଖରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନ ଥିଲା। ସେମାନେ ଆର୍ୟୁବେଦ ଡାକ୍ତର ବୋଲି ପୁଲିସ୍ ଛାନଭିନରୁ ଜାଣିବାକୁ ପାଇଛି।
ଗତ ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର ବିବେକ ବିହାରରେ ଥିବା ଏକ ବେବି କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୭ ଜଣ ନବଜାତ ଶିଶୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏଥିସହ ଏକାଧିକ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀକୁ ୩-୪ ଘଣ୍ଟା ସମୟ ଲାଗି ଯାଇଥିଲା। ଏଥିନିମନ୍ତେ ୧ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇଥିଲେ।
ଏହି ବେବି କେୟାର ସେଣ୍ଟର ତିନି ମହଲା ବିଶିଷ୍ଟ ହୋଇଥିବା ବେଳେ ପ୍ରଥମ ମହଲାରେ ନବଜାତ ଭର୍ତ୍ତି ହୋଇଥିବା ବେଳେ ଏବଂ ଦ୍ୱିତୀୟ ମହଲାରେ ଷ୍ଟୋର୍ ଥିଲା। ବିଦ୍ୟୁତ୍ ଖୁଣ୍ଟିରୁ ନିଆଁ ବ୍ୟାପି ପ୍ରଥମେ ପ୍ରଥମ ମହଲାରେ ଲାଗିବା ପରେ ଦ୍ୱିତୀୟ ମହଲାକୁ ବ୍ୟାପି ଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
