Advertisment

ଏମ୍‌ସିଡିରୁ କେହି ଜେଲ୍‌ ଗଲେଣି କି? ପଚାରିଲେ ହାଇକୋର୍ଟ

ଏମ୍‌ସିଡି ମୁଖ୍ୟଙ୍କୁ ସମନ କରାଯାଇଛି। ଏଥିସହ ପୁଲିସ ଡେପୁଟି କମିଶନର ଓ ତଦନ୍ତ ଅଧିକାରୀଙ୍କୁ ମଧ୍ୟ ଶୁକ୍ରବାର ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image
Madhupriya Mistry
High Court On Coaching Center

High Court On Coaching Center

'ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ମହାନଗର ନିଗମ ତଥା ଏମ୍‌ସିଡିର କୌଣସି ଅଧିକାରୀ ଜେଲ୍‌ ଗଲେଣି କି? ଏମ୍‌ସିଡି ଅଧିକାରୀଙ୍କ ବିରୋଧରେ କୌଣସି ଯାଞ୍ଚ ହେଲାଣି କି? କାହାକ ଚାକିରି ଗଲାଣି କି? କେବଳ ରାସ୍ତାରେ ଯାଉଥିବା ଲକୋଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜୁନିଅର ଅଧିକାରଙ୍କୁ ନିଲମ୍ବିତ କରାଯାଇଛି, ବରିଷ୍ଠ ଅଧିକାରୀଙ୍କ କଥା କ'ଣ?' ଦିଲ୍ଲୀ କୋଚିଂ ସେଣ୍ଟରେ ହୋଇଥିବା ମୃତ୍ୟୁ ମାମଲାର ଶୁଣାଣି ବେଳେ ଆଜି ଏଭଳି କିଛି ପ୍ରଶ୍ନ ପଚାରିଛନ୍ତି ଦିଲ୍ଲୀ ହାଇକୋର୍ଟ।

Advertisment

ଦିଲ୍ଲୀର Rau IAS କୋଚିଂର ବେସମେଣ୍ଟରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା। କୋଚିଂ ସେଣ୍ଟରରେ ୩ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ଘଟଣାରେ ଏମ୍‌ସିଡି ମୁଖ୍ୟଙ୍କୁ ସମନ କରାଯାଇଛି। ଏଥିସହ ପୁଲିସ ଡେପୁଟି କମିଶନର ଓ ତଦନ୍ତ ଅଧିକାରୀଙ୍କୁ ମଧ୍ୟ ଶୁକ୍ରବାର ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଏହି ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଦାବି କରାଯାଇଛି।

ଶୁଣାଣି ସମୟରେ କୋର୍ଟ ପଚାରିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଏମସିଡି ଅଧିକାରୀଙ୍କୁ ଅଟକ ରଖାଯାଇଛି କି? ଏହି ମାମଲାରେ ଏମସିଡି ଅଧିକାରୀଙ୍କ ବିରୋଧରେ ତଦନ୍ତ କରାଯାଇଛି କି ନାହିଁ ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି।

Advertisment

କୋର୍ଟ କହିଛନ୍ତି ଯେ ଆପଣ ପ୍ରତ୍ୟେକ ପଥଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, କିନ୍ତୁ ଆପଣ MCD ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି କାହିଁକି? ଜୁନିୟରଙ୍କୁ କେବଳ ନିଲମ୍ବିତ କରାଯାଉଛି। ବରିଷ୍ଠ ଅଧିକାରୀ ଅଫିସ ଭିତର ଏସି ରୁମ୍‌ରୁ ବାହାରକୁ ଆସୁନାହାନ୍ତି।

ଏଠାରେ (ପୁରୁଣା ରାଜେନ୍ଦ୍ର ନାଗରରେ) ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନାହିଁ। ଅନଧିକୃତ ନିର୍ମାଣ ପୁଲିସର ସହାୟତାରେ ହୋଇଥାଏ। ଏହା ବିନା ବେଆଇନ ନିର୍ମାଣ ହୋଇପାରିବ ନାହିଁ। ସମସ୍ତ କର୍ତ୍ତୃପକ୍ଷ କେବଳ ପରସ୍ପର ପ୍ରତି ଦାୟିତ୍ୱ ଠେଲିବାରେ ରୁଚି ରଖନ୍ତି। ସେହି ଅଞ୍ଚଳରେ ଏତେ ପାଣି କିପରି ଜମିଲା। ଏଠାକାର ଡ୍ରେନଗୁଡିକ କାହିଁକି କାର୍ଯ୍ୟକ୍ଷମ ନୁହେଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଗତ ସପ୍ତାହରେ ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶିଯିବାରୁ ତିନିଜଣ ୟୁପିଏସସି ଆଶାୟୀଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ତାନିଆ ସୋନି, ଶ୍ରେୟା ଯାଦବ ଏବଂ ନବୀନ ଡେଲଭିନ। ତାନିଆ ତେଲେଙ୍ଗାନାରୁ, ଶ୍ରେୟା ଉତ୍ତରପ୍ରଦେଶରୁ ଥିବାବେଳେ ନବୀନ କେରଳର ବାସିନ୍ଦା ଥିଲେ।

Delhi High Court MCD Delhi Coaching Centre