Advertisment

ଦିଲ୍ଲୀ ମେୟର ନିର୍ବାଚନ ପାଇଁ ପ୍ରସ୍ତାବ ଦେଲେ କେଜ୍ରିୱାଲ

ପୂର୍ବରୁ ୩ ଥର ନିର୍ବାଚନ ବାତିଲ ହୋଇଛି।

undefined

Arvind kejriwal

Advertisment

ପୁଣି ଦିଲ୍ଲୀ ମହାନଗର ନିଗମ ମେୟର ନିର୍ବାଚନ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପରାଜ୍ୟପାଳଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଥିବା ଜଣାପଡ଼ିଛି । ଫେବୃୟାରୀ ୧୩ ଏବଂ ୧୪ ତାରିଖରେ ନିର୍ବାଚନ କରିବାକୁ ପ୍ରସ୍ତାବ ପଠାଇଛନ୍ତି କେଜ୍ରିୱାଲ। ତେବେ ଏହା ଉପରେ ଉପରାଜ୍ୟପାଳଙ୍କ ଅନୁମୋଦନ ପରେ ହିଁ ତାରିଖ ସ୍ଥିର କରାଯିବ ବୋଲି ଜଣାପଡିଛି। ପୂର୍ବରୁ ୩ ଥର ନିର୍ବାଚନ ବାତିଲ ହୋଇଛି। ଆପ୍‌ ନେତା ଅତିଶୀ କହିଛନ୍ତି, ଆମେ ନିର୍ବାଚନ ଚାହୁଁ। ଆମେ ଦିଲ୍ଲୀ ପାଇଁ ଜଣେ ମେୟର ଚାହୁ। ବିଜେପି ଜାଣିଶୁଣି ଆନ୍ଦୋଳନ କରି ନିର୍ବାଚନ ପ୍ରକ୍ରିୟା ଅଟକାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଗତ ଡିସେମ୍ବରରେ ହୋଇଥିବା ପୌର ନିର୍ବାଚନରେ ଆପ୍‌ ବିପୁଳ ବିଜୟ ହାସଲ କରିଥିଲେ ବି ସିକ୍ରେଟ ବାଲଟ ଏବଂ କ୍ରସ୍‌ ଭୋଟିଂ ବି ଶେଷ ମୁହୂର୍ତ୍ତରେ ସବୁକିଛି ବଦଳାଇ ଦେଇପାରେ।

Advertisment

ତେବେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ସଦସ୍ୟଙ୍କ ଭୋଟିଂ ଅଧିକାରକୁ ଆପ୍‌ ତୀବ୍ର ବିରୋଧ କରିଛି। ଗତବର୍ଷ ଦିଲ୍ଲୀ ନଗର ନିଗମ ନିର୍ବାଚନ ହୋଇଥିବା ବେଳେ ଏଥିରେ ଆମ୍ ଆଦମୀ ପାର୍ଟିକୁ ବହୁମତ ମିଳିଛି। ୨୫୦ ବୋର୍ଡରୁ ଆପ୍ ୧୩୪ରେ ବିଜୟ ଲାଭ କରିଥିବା ବେଳେ ବିଜେପିକୁ ୧୦୪ ଓ କଂଗ୍ରେସ ମାତ୍ର ୯ଟି ଆସନ ମିଳିଥିଲା। ଏମ୍‌ସିଡି ଅଧିନିୟମ୧୯୫୭ ଅନୁସାରେ, ନିର୍ବାଚନ ସରିବା ପରେ ନଗର ନିଗମର ପ୍ରଥମ ବୈଠକରେ ମେୟର ଓ ଡେପୁଟି ମେୟର ନିର୍ବାଚନ ହେବାକଥା। ହେଲେ ଏମ୍‌ସିଡି ନିର୍ବାଚନକୁ ଦୁଇ ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ମେୟର ନିର୍ବାଚିତ ହୋଇପାରୁ ନାହାନ୍ତି।

ଜାନୁଆରୀ ୨୪ ତାରିଖରେ ଆପ୍-ବିଜେପି କାଉନସେଲରମାନଙ୍କର ହଟ୍ଟଗୋଳ ଯୋଗୁ ମେୟର ନିର୍ବାଚନକୁ ପେବ୍ରୁଆରୀ ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ମେୟର, ଡେପୁଟି ମେୟର ଓ ଏମ୍ସିଡି ସ୍ଥାୟୀ ସମିତିର ୬ ସଦସ୍ୟ ପାଇଁ ନିର୍ବାଚନ ହୋଇଥାନ୍ତା। ହେଲେ ପୁଣି ଉଭୟ ପକ୍ଷର ଆରୋପ-ପ୍ରତ୍ୟାରୋପ ଓ ହଟ୍ଟଗୋଳ ଯୋଗୁ ନିର୍ବାଚନକୁ ସ୍ଥଗିତ ରଖିବାକୁ ପଡ଼ିଛି। ଏହା ପୂର୍ବରୁ ଜାନୁଆରୀ ୬ ଓ ୨୪ ତାରିଖରେ ମଧ୍ୟ ନିର୍ବାଚନ ସ୍ଥଗିତ ରଖାଯାଇଛି। ସୂଚନା ଥାଉକି, ମେୟର ନିର୍ବାଚନ ପାଇଁ ବିଜେପି ରେଖା ଗୁପ୍ତାଙ୍କୁ ପ୍ରାର୍ଥିନୀ କରିଛି। ସେହିପରି ଆପ୍‌ ପକ୍ଷରୁ ଶୈଳୀ ଓବରୟଙ୍କୁ ପ୍ରାର୍ଥିନୀ କରାଯାଇଛି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe